10 ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି ? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି ? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି । 11 କାଇକେବଇଲେ ସାସ୍ତରେ ଲେକାଆଚେ,
"ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ ।
ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।"
12 ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।