25 ୧୫:୨୫ ୧ମ କରନ୍ତିୟ ୧୬:୧-୪ ଏବେ ମୁଇ ପର୍ତୁମ୍ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍ ବିସ୍ବାସିମନ୍କେ ସେବାକାମେ ସାଇଜ କର୍ବା କେତେକ୍ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍ । 26 ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।
Publicidade