ଜୁଆର୍
1 ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି । 2 ଆମର୍ ମାପ୍ରୁର୍ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍ତି ବିସ୍ବାସିମନର୍ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍ବାସିମନ୍କେ ସାଇଜ କଲାଆଚେ ।