16 ସେ ଗଟେକ୍ ପାପ୍ କାମ୍ ଅଇଲା ପଚେ ସବୁ ମୁନୁସ୍ ଜାତି ବିଚାର୍ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍ ଏବେ ଜବର୍ ଲକର୍ ପାପର୍ ଲାଗି ଲକ୍ମନର୍ ଆସା ନ ରଇଲେ ମିସା, ପର୍ମେସର୍ ଦାନ୍ କଲାକେ ଦସି ନାଇ ବଲି ଏଜାଇଅଇଲାଇ । 17 ଏଲେମିସା ଗଟେକ୍ ମୁନୁସର୍ ପାପର୍ ପାଇ ସବୁ ଲକ୍କେ ମରନର୍ ଡଣ୍ଡ୍ ଆଇଲା । ମାତର୍ ସେ ଗଟେକ୍ ମୁନୁସ୍ ଜନ୍ଟାକି କିରିସ୍ଟ, ଜାଇଟା କଲାଆଚେ ସେଟା କେଡେକ୍ ବଡ୍ ବିସଇ ! ଜେତେକ୍ ଲକ୍ ପରମେସର୍ ବଡ୍ ଜିବନ୍ଦୁକାଇଲାଟା ଜବର୍ ଅଇତେ ଇନାମେ ମିଲାଇଆଚତ୍, ସେମନ୍ ଜିସୁକିରିସ୍ଟର୍ ବାଟେଅନି ସବୁ ଲକ୍ ତାର୍ଟାନେ ଦରମ୍ ବଲାଇ ଅଇବାଇ । ସେମନ୍ କିରିସ୍ଟର୍ ସଙ୍ଗ୍ ଜିତି କରି ଜିଉନା କାଉନା କରି ସାସନ୍ କର୍ବାଇ ।