11 ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
12 ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇଁ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ । 13 କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ ।