2 ନାଇ କେବେ ନାଇ । ପାପ୍ କର୍ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍ କର୍ତେସେ ରଇବୁ ? 3 ତମେ ଜାନାସ୍, ଡୁବନ୍ ନେଲାକେ ଜିସୁକିରିସ୍ଟର୍ ସଙ୍ଗ୍ ମିସିକରି ଆମେ ତାର୍ ମରନେ ମିସା ମିସିଆଚୁ । 4 ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
5 କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ । 6 ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ । 7 କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।