4 ଏ ମର୍ ବାଇବଇନିମନ୍, ତମେ ମିସା ସମାନ୍ ସେନ୍ତାରିସେ । ନିୟମ୍ ଇସାବେ କିରିସ୍ଟର୍ ଗାଗ୍ଡେ ମିସ୍ଲାର୍ପାଇ ତମେମିସା ମରିଆଚାସ୍ । ଏବେ ତମେ ତାର୍ଟା । ପର୍ମେସର୍ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍ ସେବାକାମେ ଆମେ ମିସା ମିସ୍ବୁ । 5 ଜେତେଦିନ୍ ଜାକ ଆମେ ଗାଗଡ୍ ମନ୍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍ ଆମ୍କେ ନାଇ ବଲି କଇତେରଇଲା । ସେଟା ଆମର୍ ପାପ୍ ଅଦିକ୍ ଅଦିକ୍ କରାଇତେ ରଇଲା । ଆରି ଆମେ ମରନ୍ ବାଟେ ଜାଇତେରଇଲୁ । 6 ଏବେ ଆମେ ନିୟମର୍ ସାସନେଅନି ମୁକଲ୍ଲୁ ଆଚୁ, କାଇକେବଇଲେ ଜନ୍ଟା ଆମ୍କେ ଦିନେକ୍ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍ ବିତ୍ରେ ମରିଗାଲାଆଚେ । ଆମେ ଆରି ଆଗ୍ତୁର୍ ପାରା ଲେକାଅଇଲା ନିୟମ୍ ଇସାବେ ପର୍ମେସର୍କେ ସେବାକରୁ ନାଇ । ଏବେ ସୁକଲ୍ ଆତ୍ମା ଦେକାଇଲା ବାଟେ ଇଣ୍ଡ୍ଲୁନି ।
Publicidade