28 ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି । 29 ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି ।