28 ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି । 29 ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି । 30 ଜନ୍ ଲକ୍ମନ୍ ଏନ୍ତାରି ବାଚିଅଇଲାଇ ଆଚତ୍, ସେମନ୍କେ ଡାକିଆଚେ । ସେ ଲକ୍ମନ୍କେ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇ, ତାର୍ ଡାକ୍ପୁଟାଇ ମିସାଇ ଆଚତ୍ ।
Publicidade