ବିନ୍ଲକର୍ ବିଚାର୍ କରାନାଇ
11 ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି । 12 ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ?