2 କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇଁ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି ।