15 ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । 16 ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।