6 ୧:୬ ୧ମ ତିମତି ୩:୨-୭ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ । 7 ବିନ୍ ବିସ୍ବାସିମନ୍କେ ଜତନ୍ କର୍ବାକେ ଦାଇତ୍ ଇସାବେ ପର୍ମେସର୍ ଗଟେକ୍ ପାର୍ଚିନ୍କେ ଦେଲାଆଚେ । ତେବର୍ ପାଇ ଜନ୍ ମଣ୍ଡଲିର୍ ପାର୍ଚିନ୍କେ ତୁଇ ବାଚ୍ସୁ, ତାକେ କାଇ ଦସ୍ ନ ରଅ । ସେ ବଡ୍ପନିଆ ନ ରଇବାର୍, ଦାପ୍ରେ ରିସା ନ ଅଇବାର୍, ମଦୁଆ ନ ରଇବାର୍, ବିନ୍ ଲକର୍ ସଙ୍ଗ୍ କିରଜାଟି ନ ଅଇବାର୍, ଡାବୁକେ ଆସା ନ କର୍ବାର୍ । 8 ସେନ୍ତାରି ନ ଅଇକରି ଲକ୍ମନ୍କେ ଡାକିନେବା ଲକ୍, ଦରମ୍ ବିସଇ କର୍ବାକେ ମନ୍ କର୍ବା ଲକ୍, ନିଜେ ଜାଗ୍ରତ୍ ରଇବା ଲକ୍, ବଡ୍ ସାନ୍ ଇସାବେ ନ ଦେକ୍ବା ଲକ୍, ସୁକଲ୍ ଇସାବେ ଚଲାଚଲ୍ତି କର୍ବା ଲକ୍, ନିଜେ ମନ୍କର୍ବା ବିସଇଟାନେ ଜାଗ୍ରତ୍ ଅଇବା ଲକ୍, ରଇବାର୍ ଆଚେ । 9 ସେ ଲକ୍ ଆମେ ସିକାଇତେରଇବା ସୁବ୍ କବର୍ ଡାଟ୍ସଙ୍ଗ୍ ବିସ୍ବାସ୍ କରିରଇବାର୍ ଆଚେ । ଏ କବର୍ ସତ୍ ଆରି ନ ବାଦ୍ଲେ ବଲି ସେ ଜାନ୍ବାର୍ ଆଚେ । ଏନ୍ତାର୍ ଆଲେ ସେ ଲକ୍ମନ୍କେ ସତ୍ ବିସଇ ସିକାଇପାର୍ସି । ଆରି ଜନ୍ ଲକ୍ ତାର୍ ବିରୁଦେ କାତା ଅଇଲାଇନି, ତାକର୍ ବୁଲ୍ ଦେକାଇପାର୍ସି ।