4 ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ । 5 ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା । 6 ଆମର୍ ରକିଆକାରି ଜିସୁକିରିସ୍ଟ କଲା କାମର୍ଲାଗି ପର୍ମେସର୍ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍କି ବଇଲେ ସେତ୍କି ଆମ୍କେ ସୁକଲ୍ଆତ୍ମା ଦେଲା ଆଚେ ।