Amor fraternal
O amor fraternal é marca dos discípulos de Cristo. Nisto conhecerão que sois meus discípulos: se tiverdes amor uns aos outros.
Amar uns aos outros
Este é o meu mandamento: que vos ameis uns aos outros como Eu vos amei. O amor fraternal é testemunho ao mundo.
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।"
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ବଃଲେକ୍ ଅଃମିମଃନ୍ ଜେ ଏକ୍ ଆରେକ୍କେ ଲାଡ୍କଃରା ଆର୍ ଏକ୍ ଆରେକ୍କେ ଲାଡ୍କଃର୍ତା ଦଃର୍କାର୍, ଇ କଃତା ତୁମିମଃନ୍ ମୁଳେହୁଣି ସୁଣି ଆଚାସ୍ ।
ଜଦି ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍କଃରୁଲୁ, ଅଃମିମଃନ୍ ଜାଣୁଲୁ ଜେ ଅଃମିମଃନ୍ ମଃର୍ନ୍କେ ଜିଣିକଃରି ଜିବନେ ହଚି ଆଚୁ, ସେତାକ୍ ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍ କଃରୁଲୁ । ଜେ ଲାଡ୍ ନଃକେରେ, ଅଃବେ ହେଁ ସେ ମଃର୍ନାର୍ ତଃଳେ ଆଚେ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା । ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟି ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ? ଏ ହିଲାମଃନ୍ ଆସା ଅଃମିମଃନ୍ କଃତାୟ୍ କି ଟଣ୍ଡେ ଲାଡ୍ ନଃକେରି କାମେ ଆର୍ ସଃତ୍କଃରି ଲାଡ୍ କଃରୁଆଁ ।
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ ।
ଅଃମିମଃନ୍ ଜେ, ଇସ୍ୱର୍କେ ଲାଡ୍ କଃଲୁ ସେରି ନଃୟ୍, ମଃତର୍ ସେ ଅଃମିମଃନ୍କେ ଲାଡ୍ କଃଲା, ଆରେକ୍ ଅଃହ୍ଣାର୍ ହୟ୍ସିକେ ଅଃମିମଃନାର୍ ହାହ୍ ବୟ୍ନେଉଁକେ ହଃଟାୟ୍ଲା ଇତି ଇସ୍ୱରାର୍ ଲାଡ୍ ଜାଣାହଃଳୁଲି ।
ଏ ଲାଡାର୍ ବାୟ୍ବେଣିମଃନ୍, ଇସ୍ୱର୍ ଜଦି ଅଃମିକ୍ ଇରଃକମ୍ ଲାଡ୍ କଃଲା, ତଃବେ ଅଃମି ହେଁ ଏକ୍ଆରେକ୍କେ ଲାଡ୍ କଃର୍ତା ଲଳା ଆଚେ । କେଏ ହେଁ କଃବେ ଇସ୍ୱର୍କେ ନଃଦେକେ; ଅଃମିମଃନ୍ ଜଦି ଏକ୍ଆରେକ୍କେ ଲାଡ୍ କଃରୁନ୍ଦ୍ ତଃନ୍ଅୟ୍ଲେକ୍ ଇସ୍ୱର୍ ଅଃମାର୍ ତଃୟ୍ ଆଚେ ଆର୍ ତାର୍ ଲାଡ୍ ଅଃମାର୍ ଟାଣେ ହୁରୁଣ୍ ଅୟିଆଚେ ।
ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେଏ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟି ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟି ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ । ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ଁ ଆଚୁ ।
Expressões de amor fraternal
Amai-vos com afeição fraternal. O amor cobre multidão de pecados. Perseverai no amor fraterno.
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
ସଃରାସଃରି କଃତା ଇରି, ତୁମିମଃନ୍ ସଃବୁଲକ୍ ଗଟେକ୍ମଃନ୍ ଅୟି, ସଃବୁଲକାର୍ ଦୁକେ ସୁକେ ଉହ୍କାର୍ ଅଃଉଆ, ବାୟ୍ଲାଡେ ଲାଡ୍ କଃରା, କଃଉଁଣା ମଃନ୍, ଆର୍ ଦିର୍ମଃନାର୍ ଅଃଉଆ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
କ୍ରିସ୍ଟବିସ୍ୱାସି ବାୟ୍ବେଣିମଃନ୍କେ ତୁମାର୍ ଲାଡ୍ କଃର୍ତା କଃତା ତୁମିକେ ଆରେକ୍ ଅଃଦିକ୍ ଲେକଃତା ଲଳା ନାୟ୍, କାୟିତାକ୍ବଃଲେକ୍ ନିଜ୍ନିଜ୍କେ କଃନ୍କଃରି ଲାଡ୍ କଃରାସ୍, ସେରି ନିଜେ ଇସ୍ୱରାର୍ ତଃୟ୍ହୁଣି ସିକି ଆଚାସ୍ ।
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କଃର୍ତି ରିଆ । ଆୟ୍ଲା ଗତ୍କେ ସେବା କଃର୍ତାର୍ ହାସ୍ରା ନାୟ୍, ସେତାର୍ ଗିନେ କୁୟି କୁୟି ଲଃକ୍ମଃନ୍ ଲୁକ୍ଣେ ଦୁତ୍ମଃନ୍କେ ଗଃରେ ସେବାକଃରି ଆଚ୍ତି । ନିଜ୍କେ କୟ୍ଦିମଃନାର୍ ସଃଙ୍ଗୁଆଳି ହର୍ ବାବି, ଆରେକ୍ ନିଜେ ଗଃଗାଳ୍ ଦଃରି ଆଚାସ୍ ବଃଲି ଜାଣି ଦୁକ୍ ବୟଃଗ୍ କଃର୍ତା ଲକ୍ମଃନାର୍ ସଃଙ୍ଗ୍ ସଃମାନ୍ ଦୁକ୍ବଗ୍କଃରି ସେମଃନ୍କେ ଏତାଉଆ ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
ଜିସୁ ତାକ୍ କୟ୍ଲା, "ତୁୟ୍ ଅଃହ୍ଣାର୍ ସଃର୍ନେ ମଃନ୍, ସଃବୁ ଜିବନ୍, ସଃବୁ ମଃନ୍ ଦଃୟି ମାପୁର୍ ଅଃହ୍ଣାର୍ ଇସ୍ୱର୍କେ ଲାଡ୍ କଃର୍ । ଇରି ଅଃଉଁଲି ସଃବ୍କେ ବଃଡ୍ ଆର୍ ହଃର୍ତୁ ଆଦେସ୍ । ତାର୍ ହଃଚାର୍ ବଲ୍ ହେଁ ଇ ବଲ୍ ହର୍, ‘ତୁମି ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’
"ତୁମିମଃନ୍ ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାର୍ ହର୍ ଲାଡ୍ କଃରା," ଦଃର୍ମ୍ ସାସ୍ତରାର୍ ଇ ଇସ୍ୱର୍ ରାଇଜାର୍ ବିଦିକ୍ ଜଦି ସଃତ୍କଃରି ମାନୁଲାସ୍, ତଃବେ ବଃଲ୍ କଃରୁଲାସ୍ ।