Bíblia
A Bíblia é a Palavra de Deus — viva, eficaz e mais cortante que espada de dois gumes. Toda Escritura é inspirada por Deus e útil para ensinar, repreender, corrigir e instruir em justiça.
Inspiração divina
Toda Escritura é inspirada por Deus. Homens santos falaram da parte de Deus movidos pelo Espírito Santo.
ସଃବୁ ସାସ୍ତର୍ ଇସ୍ୱର୍ କୟ୍ଲାକ୍ ଲେକ୍ଲା ଆର୍ ସଃତ୍ ସିକ୍ୟା, ବୁଲ୍ କଃଲେକ୍ ଉଳ୍ତାର୍, ସୁଦାର୍ତାର୍, ଆର୍ ଦଃର୍ମି ଅଃଉତା ବିସୟେ ସାସନାର୍ ହାୟ୍ଁ ଉହ୍କାରି, ଜଃନ୍କଃରି ଇସ୍ୱରାର୍ ଲକ୍ ହୁର୍ନ୍ ଅୟି ସଃବୁ ରଃକମାର୍ ନିକ କାମାର୍ ଗିନେ ଜୟ୍ଗ୍ ଅୟ୍ଦ୍ ।
ଆରେକ୍ ଜୁୟି ଦଃର୍ମସାସ୍ତର୍ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃଲେକ୍ ତକ୍ ମୁକ୍ଳାଉତା ଗିଆନ୍ ଦେଉଁ ହାରେ, ସେରି ତୁୟ୍ ହିଲାବଃଳ୍ହୁଣି ଜାଣିଆଚ୍ସି । ସଃବୁ ସାସ୍ତର୍ ଇସ୍ୱର୍ କୟ୍ଲାକ୍ ଲେକ୍ଲା ଆର୍ ସଃତ୍ ସିକ୍ୟା, ବୁଲ୍ କଃଲେକ୍ ଉଳ୍ତାର୍, ସୁଦାର୍ତାର୍, ଆର୍ ଦଃର୍ମି ଅଃଉତା ବିସୟେ ସାସନାର୍ ହାୟ୍ଁ ଉହ୍କାରି, ଜଃନ୍କଃରି ଇସ୍ୱରାର୍ ଲକ୍ ହୁର୍ନ୍ ଅୟି ସଃବୁ ରଃକମାର୍ ନିକ କାମାର୍ ଗିନେ ଜୟ୍ଗ୍ ଅୟ୍ଦ୍ ।
ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍ କୁୟି ହେଁ ବଃଚନ୍ ଅଃଲ୍ଗା ବାବେ ବାଡାୟ୍କଃରି କଃଉତା ବିସୟ୍ ନଃୟ୍ ।
କାୟିତାକ୍ ବଃଲେକ୍ କୁୟି ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟି କଃତା କୟ୍ରିଲାୟ୍ ।
ସଃତ୍ କଃତାକ୍ ଟିକ୍ବାବେ କୟ୍କଃରି, ଜୁୟି କାମ୍ କଃର୍ତା ଲକାର୍ ଲାଜ୍କଃର୍ତା ଲଳାନାୟ୍, ତାର୍ହଃର୍ ଇସ୍ୱରାର୍ ତଃୟ୍ ଆହ୍ଣାକେ ନିର୍ଦସି ବଃଲାୟ୍ ଅଃଉଁକେ ଜଃତୁନ୍ କଃର ।
ମାପୁରାର୍ କଃତା ପର୍ଚାର୍ କଃର୍, ବେଳା କି ଅବେଳାୟ୍ହେଁ ସେତିର୍ ଦିଆନ୍ ଦେସ୍, ହୁରା ସଃମ୍ବାଳିକଃରି ସିକ୍ୟାଦଃୟ୍ ବୁଜାୟ୍ ଦଃମ୍କି ଦେସ୍ ଆର୍ କଃଡେ କଃଡେବଃଳ୍ ବଃର୍ସା ଦେସ୍ ।
ମୁୟ୍ଁ ତର୍ତଃୟ୍ ଆସ୍ତା ହଃତେକ୍ ସାସ୍ତର୍ ହଳୁକ୍, ପର୍ଚାର୍ କଃରୁକେ ଆର୍ ସିକ୍ୟା ଦେଉଁକ୍ ମଃନ୍ ଦେସ୍ ।
Poder da Palavra
A Palavra de Deus é viva e eficaz. O céu e a terra passarão, mas as minhas palavras jamais passarão.
କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନୟେ ।"
ମଃତର୍ ଜିସୁ ଉତୁର୍ ଦିଲା, "ଦଃର୍ମ୍ସାସ୍ତରେ ଲେକା ଆଚେ,
‘ମାନାୟ୍ ଅଃବ୍କା ରୁଟି କାୟି କଃରି ଜିବନ୍ ନଃରେୟ୍,
ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’"
ବଃଲେକ୍ ଜଃନ୍କଃରି ବଃର୍ସା ଆର୍ କଃରାଟେଳା ଅଃଗାସେ ହୁଣି ଆସେଦ୍ ଆର୍ ସେତି ବାଉଡ଼ି ଜାୟ୍ନଃକେରେ, ମଃତର୍ ବୁଁୟିକେ ସିତ୍ଳି କଃରେଦ୍ ଆର୍ ହଃଳ୍ ହଃଳ୍ତାର୍ ଆର୍ ରଃନ୍ମଃନ୍ ଗଃଜା କଃରାୟିଦ୍ ଲକେ ବିଆନ୍ ଆର୍ କାଦି ଦଃୟ୍ଦ୍। ମର୍ ମୁୟେ ହୁଣି ବାର୍ଲା ବାକ୍ୟ ସେନ୍କାର୍ ଅୟ୍ଦ୍; ସେରି ହଃଳ୍ ନଃଦେରି ମର୍ହାକ୍ ବାଉଡ଼ି ନାସେ, ମଃତର୍ ମୁଁୟ୍ ଜାୟ୍ରି ମଃନ୍କଃରିନ୍ଦ୍ ସେରି ବାୟିଦ୍ରେ କଃରିନ୍ଦ୍ ଆର୍ ଜୁୟି କାମ୍ ହାଁୟ୍ ମୁଁୟ୍ ହଃଟାୟ୍ନ୍ଦ୍ ସେତି ସିଦ୍ ଅୟ୍ଦ୍।
ସଃତ୍ ସଃଙ୍ଗ୍ ସେମଃନ୍କେ ପବିତ୍ର କଃର୍, ତର୍ ବଃଚନ୍ ତ ସଃତ୍ ।
ତୁମିମଃନ୍ ଦଃର୍ମ୍ ସାସ୍ତର୍ ଲଳୁଲାସ୍, ବଃଲେକ୍ ସେତିହୁଣି ଅଃମ୍ବର୍ ଜିବନ୍ ହାଉନ୍ଦ୍ ବଃଲି ବାବୁଲାସ୍; ଆର୍, ସେ ଦଃର୍ମ୍ସାସ୍ତର୍ ମର୍ ବିସୟେ ସାକି ଦେଉଁଲି ।
ମଃତର୍ ଇସ୍ୱରାର୍ ବଃଚନ୍ ଜୁଗେଜୁଗେ ରଃୟ୍ଦ୍ ।"
ଇରି ସେ ନିକ କବୁରାର୍ କଃତା, ଜୁୟ୍ରି ତୁମାର୍ ତଃୟ୍ ପର୍ଚାର୍ ଅୟ୍ରିଲି ।
Estudar e pregar
Os bereanos examinavam as Escrituras diariamente. Procura apresentar-te a Deus aprovado como obreiro que maneja bem a Palavra.
ତେସଲନିକି ତଃୟ୍ ରେତା ଜିଉଦିମଃନ୍ ହୁଣି ଇମଃନ୍ କଲାମଃନାର୍ ରିଲାୟ୍, ଇମଃନ୍ ବଃଡେ ସଃର୍ଦାୟ୍ ମାପୁରାର୍ କଃତା ସୁଣ୍ଲାୟ୍, ଆରେକ୍ ଇ ସଃବୁ ସଃତ୍ କି ନାୟ୍ ଜାଣୁକେ ହଃତିଦିନ୍ ଦଃର୍ମ୍ ସାସ୍ତର୍ ହଳ୍ତି ରିଲାୟ୍ ।
ଆର୍ ପାଉଲ୍ ତାର୍ ରିତି ହଃର୍କାରେ ସେମଃନାର୍ ଚଃମେ ଗଃଲା, ଆରେକ୍ ତିନି ବିସାଉଁଣିବାର୍ ହଃତେକ୍ ସାସ୍ତରାର୍ କଃତା ସେମଃନ୍କେ ବୁଜାୟ୍ଲା । ଦଃର୍ମ୍ସାସ୍ତର୍ କୟ୍କଃରି ବୁଜାୟ୍ଲା "ଜେ ମସିହର୍" ଦୁକ୍ବୟ୍ଗ୍ ଆର୍ ମଃର୍ନ୍ ବୟଃଗ୍ କଃରି ମଃଲା ଲକ୍ତଃୟ୍ହୁଣି ଉଟ୍ତାର୍ ଲଳା ରିଲି ଆର୍ ସେ ଜୁୟି ଜିସୁକେ ସେମଃନାର୍ ତଃୟ୍ ପର୍ଚାର୍ କଃରୁଲା ସେ ଜେ କ୍ରିସ୍ଟ ଇ କଃତା ଟିକ୍ କଃରି ବୁଜାୟ୍ଲା ।
ସେତାକ୍ ପିଲିପ୍ ଦଃବ୍ଳି ଜାୟ୍ ସେ ଜିସାୟ୍ ବାବ୍ବାଦିର୍ ସାସ୍ତର୍ ହଃଳ୍ତାର୍ ସୁଣି ହଃଚାର୍ଲା, "ତୁୟ୍ ଜାୟ୍ରି ହଳୁଲିସ୍, ସେରି କାୟି ବୁଜୁଲିସ୍ ।"
ବେଜୁ କୟ୍ଲା "କେଏ ମକ୍ ବୁଜାୟ୍ ନଃଦିଲେକ୍ ମୁୟ୍ଁ କଃନ୍କଃରି ବୁଜୁ ହାରିନ୍ଦ୍ ?" ଆର୍ ସେ ରଃତ୍ ଉହ୍ରେ ଚଃଗି ଆସି ଅଃହ୍ଣାର୍ ଚଃମେ ବଃସୁକ୍ ଗଃଉଆରି କୟ୍ଲା । ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି-
"ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା,
ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍,
ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।
ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା ।
ସେତାକ୍ ଏଜ୍ରା ଇସ୍ୱରାର୍ ବିଦି ହଡ଼ି ମାନୁକେ ଆର୍ ଇସ୍ରାଏଲ୍ ତଃୟ୍ ବିଦି ଆର୍ ସାସନ୍ ସିକାଉଁକେ ନିଜାର୍ ମଃନେ ହାଚ୍ଲା।
ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ଏ ନିର୍ବୁଦିଆମଃନ୍ ଆର୍ ବାବ୍ବାଦିମଃନ୍ କୟ୍ଲା କଃତାୟ୍ ବିସ୍ୱାସ୍ ନଃକେର୍ତା ସିତୁଳ୍ ମଃନ୍ ଲକ୍ମଃନ୍ । ଇ ସଃବୁ ଦୁକ୍କଃସ୍ଟ ହାୟ୍ଁ ନିଜାର୍ ଜଃଜ୍ମାନ୍ ସଃଙ୍ଗ୍ ଜାତାର୍ କାୟି କ୍ରିସ୍ଟର୍ ଦଃର୍କାର୍ ନଃରିଲି ?" ସେତି ସେ ମସା ଆର୍ ସଃର୍ନେ ବାବ୍ବାଦିମଃନାର୍ ତଃୟ୍ହୁଣି ଆରୁମ୍ କଃରି ସଃବୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଅଃହ୍ଣାର୍ ସଃବୁ କଃତାର୍ ବାବ୍ ସେ ସେମଃନ୍କେ ବୁଜାୟ୍ ଦିଲା ।
ଆରେକ୍ ଜିସୁ ସେମଃନାର୍ ଚଃମେ ଆସି କଃତା ଅୟି କୟ୍ଲା, "ସଃର୍ଗ୍ ଆର୍ ହୁର୍ତିବିର୍ ସଃବୁ ଅଃଦିକାର୍ ମକେ ଦିଆ ଅୟିଆଚେ । ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟି, ସେମଃନ୍କେ ଚେଲା କଃରା । ଆର୍ ମୁଁୟ୍ ତୁମିମଃନ୍କେ ଜୁୟି ଜୁୟି ଆଡର୍ ଦଃୟି ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।"
ଆର୍ ଜଃଉଁ ଜଃଉଁ, ‘ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି !’ ବଃଲି ପର୍ଚାର୍ କଃରା !
Revelação e fidelidade
A Palavra do Senhor veio aos profetas. A graça de Deus se manifestou na Escritura para a salvação de todos.
ସଃଡେବଃଳ୍ ଜିସାୟ୍ ହାକ୍ ଜିଅବା କୟିଲା ବଃଚନ୍ ଆୟ୍ଲି।
ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ; ସେ ସଃମୟ୍ ଆସି ଆଚେ ବଃଲି ପର୍ଚାର୍ କଃରୁକେ ସେମକେ ହଃଟାୟ୍ ଆଚେ; ଅଃମିମଃନାର୍ ଇସ୍ୱର୍ ସେ ତାର୍ ସଃତ୍ରୁମଃନ୍କେ ଆରାୟ୍ଦ୍ ଆର୍ ତାର୍ ଲକ୍ମଃନ୍କେ ରଃକ୍ୟା କଃରେଦ୍ ସେ ଜୁୟ୍ମଃନ୍ ରଃଦନ୍ କଃରୁଲାୟ୍ ସେମଃନ୍କେ ବୁଜାଉଁକେ ସେ ମକେ ହଃଟାୟ୍ ଆଚେ। ସିୟନାର୍ ରଃଦନ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃରୁକେ, ବଃଲେକ୍ ଚାର୍ ବାଦୁଲେ, ଦୁକାର୍ ବାଦୁଲେ ସୁକ୍ ନିରାସ୍ ଆତ୍ମା ବାଦୁଲେ ସଃର୍ଦାର୍ ବଃସ୍ତର୍ ଦେଉଁକେ ସେ ମକେ ହଃଟାୟ୍ଆଚେ; ଇସ୍ୱର୍ ଜଃନ୍କଃରି ଜଃଜ୍ମାନ୍ ହାୟ୍ଦ୍ ଇତାର୍ଗିନେ ସେମଃନ୍ ଦାର୍ମିକ୍ ରୁହାର୍ ଗଃଚ୍ ଆର୍ ତାର୍ ବଗିଚା ବଃଲି ଡାକ୍ହୁଟ୍ତି।
Viver pela Palavra
Não só de pão vive o homem. Nada acrescentes nem diminuas. A Palavra é alimento, guia e espada do cristão.
ଇସ୍ୱରାର୍ ହଃତି ବାକ୍ୟ ପରିକ୍ୟା ନିର୍ମୁଳ୍ ; ଜୁୟିମଃନ୍ ତାର୍ ଆସ୍ର ନେତି ସେ ସେମଃନାର୍ ଜାପଣ୍। ତାର୍ ବଃଚନେ ମିସାଉଆ ନାୟି , କଃଲେକ୍ ସେ ତୁମିକେ ଉଳେଦ୍, ଆର୍ , ତୁମି ମିଚୁଆ ଜାଣାହଃଳାସ୍।
ମୁୟ୍ ଜହନ୍ । ଜୁୟି ଲକ୍ମଃନ୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟ୍ ସଃବୁ ସୁଣ୍ତି, ସେମଃନ୍କେ ମୁୟ୍ ସାକି ଦଃୟି ଜଃଗ୍ରାତ୍ କଃରାଉଁଲେ, ଜଦି ଇତି କେଏ କାୟିରି ଜଳେଦ୍, ତଃବେ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ମଃର୍ଡି ତଃୟ୍ ଇସ୍ୱର୍ ତାକ୍ ଡଃଣ୍ଡ୍ ଦଃୟ୍ଦ୍ । ଆର୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟେ ହୁଣି କେଏ ଜଦି କାୟିରି ଚାଡେଦ୍, ତଃବେ ଇସ୍ୱର୍ ତାକ୍ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ଜିବନ୍ ଗଃଚାର୍ ହଃଳ୍ ଆର୍ ପବିତ୍ର ଗଃଳ୍ ନଃଦେୟ୍ ।
କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟି ଆଚାସ୍ ମଃନ୍ ଦଃୟି ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ । ସେରି "ବିନ୍ ନିକ କବୁର୍ ହେଁ ନାୟ୍," ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାପ୍ କଃରୁକେ ମଃନ୍ କଃରୁଲାୟ୍ । ମଃତର୍ ଜୁୟି ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟିଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟି ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
ଆର୍, ଅଃମାର୍ ମାପୁରାର୍ ବଃଡେ ସଃମ୍ୱାଳ୍ତାର୍ ମୁକ୍ତି ହାଉତାର୍ ବଃଲି ଜାଣା । ଅଃମିମଃନାର୍ ଲାଡାର୍ ବାୟ୍ ପାଉଲ୍ହେଁ ଅଃହ୍ଣାକ୍ ଦିଆଅୟ୍ଲା ଗିଆନ୍ ହଃର୍କାରେ ତୁମିମଃନ୍ ହାକ୍ ସେରଃକମ୍ ଲେକିଆଚେ । ସେ ଅଃହ୍ଣାର୍ ସଃବୁ ଚିଟି ଲଃଗେହେଁ ଇ ସଃବୁ କଃତା ଲେକିକଃରି ସେରଃକମ୍ କଃଉଁଲା; ସେସଃବୁ ତଃୟ୍ ଇରଃକମ୍ କଃତେକ୍ କଃତା ଆଚେ, ଜୁୟ୍ରିକି ବୁଜୁକ୍ ବଃଡେ କଃସ୍ଟ, ଆର୍ ଅସିକିତ୍ ଉତ୍ହାତ୍ୟା ଲକେ ଅଃହ୍ଣା ଅଃହ୍ଣାର୍ ନାସ୍ କଃରୁକେ ବିନ୍ ସଃବୁ ସାସ୍ତର୍ ଜଃନ୍କଃରି, ସେ ସଃବୁର୍ ହେଁ ସେରଃକମ୍ ବିନ୍ ଅଃର୍ତ୍ କଃର୍ତି ।
ଆରେକ୍ ଅଃମିମଃନ୍ ଜଃନ୍କଃରି ସାସ୍ତରାର୍ ସିକ୍ୟା ତଃୟ୍ହୁଣି ସାସ୍ ଆର୍ ସୁସ୍ତା ଆର୍ ବଃର୍ସା ହାଉଁନ୍ଦ୍; ଇତାର୍ ଗିନେ ହୁର୍ବକାଳେ ଜୁୟି ଜୁୟ୍ରି ଲେକା ଅୟ୍ରିଲି, ସେରିସଃବୁ ଅଃମାର୍ ସିକ୍ୟା ହାଁୟ୍ ଲେକା ଅୟିଆଚେ ।
ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ? ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟି ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ । ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, "ଏ ମାପୁର୍ କେଏ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ ?" ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ସେ ନିକ କବୁର୍ ଉହ୍ରେ ମର୍ ହୁରା ବିସ୍ୱାସ୍ ଆଚେ । ସେରି ହଃର୍ତୁକଃରି ଜିଉଦି ଆର୍ ତାର୍ ହଃଚେ ଅଜିଉଦି ବିସ୍ୱାସିମଃନାର୍ ମୁକ୍ତି ସାଦୁନ୍ ହାଁୟ୍ ଇସ୍ୱରାର୍ ସଃକ୍ତି । ନଃର୍ମାନାୟ୍ ଇସ୍ୱରାର୍ ତଃୟ୍ କଃନ୍କଃରି ଦଃର୍ମି ଗଃଣା ଅଃଉଁ ହାରେଦ୍, ଇତିର୍ ଉପାୟ୍ ସେତି ଜାଣାୟି ଦିଆଅୟ୍ ଆଚେ । ଆରୁମେ ହୁଣି ସେସ୍ ହଃତେକ୍ ମୁକ୍ତି ହାଉତାର୍ ଗଟେକ୍ ମଃତର୍ ଉପାୟ୍ ଅଃଉଁଲି, ବିସ୍ୱାସ୍ । ସାସ୍ତର୍ ହଃର୍କାରେ, "ଜେ ବିସ୍ୱାସ୍ ଗିନେ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣା ଅୟ୍ଦ୍ ସେ ବଚେଦ୍ ।"
ଜଃନ୍କଃରି ଇସ୍ୱରାର୍ ଲାଗି ଅଃମିମଃନ୍କେ ଦଃୟାକଃରି ଦିଲାର୍ କଃତାମଃନ୍ ଅଃମିମଃନ୍ ଜାଣୁ ହାରୁ, ଇତାର୍ ଗିନେ ଅଃମିମଃନ୍ ଜଃଗତାର୍ ଆତ୍ମା ନଃହାୟ୍ ଇସ୍ୱରାର୍ ଆତ୍ମା ହାୟ୍ଁ ଆଚୁ ।
ଜୁୟ୍ସଃବୁ କଃତା ସିକ୍ୟା ଦେୟ୍ଆଚି ଆତ୍ମିକ୍ କଃତା ଆତ୍ମିକ୍ ଲକ୍ମଃନ୍କେ ସିକ୍ୟା ଦଃୟ୍ଆଚି । ମଃତର୍ ମାନାୟ୍ର୍ ଗିଆନେ ସିକ୍ଲାର୍ କୟ୍ନଃରେଉଁ, ମଃତର୍ ଆତ୍ମାର୍ କଃତାମଃନ୍ ଆତ୍ମାର୍ କଃତାୟ୍ ବୁଜାୟ୍ ଆତ୍ମା ତଃୟ୍ ସିକ୍ଲା କଃତା କଃଉନ୍ଦ୍ । ମଃତର୍ ଜୁୟ୍ଲକାର୍ ତଃୟ୍ ଇସ୍ୱରାର୍ ଆତ୍ମା ନାୟ୍ ସେ ଜଃଗତାର୍ ମାନାୟ୍ ଇସ୍ୱରାର୍ ଆତ୍ମାର୍ କଃତାମଃନ୍ ମାନି ନଃକେରେ, କାୟିତାକ୍ବଃଲେକ୍ ସେ ସଃବୁ ତାର୍ତଃୟ୍ ମଲ୍ ନୟ୍ଲାର୍, ଆରେକ୍ ସେ ସଃବୁ ବୁଜୁ ନାହାରେ, ଜୁୟ୍ରି ସେସଃବୁ ଆତ୍ମାୟ୍ ହଃକା ବୁଜୁକ୍ ନଃଚ୍ତି ।
କାୟିତାକ୍ବଃଲେକ୍ ଇସ୍ୱରାର୍ ଗିଆନ୍ ଜାଣାହଃଳି ରିଲେକ୍ ହେଁ ଜଃଗତ୍ ନିଜାର୍ ଗିଆନେ ଇସ୍ୱର୍କେ ନଃଜାଣ୍ଲାକ୍ ଇସ୍ୱର୍ ବଃକୁଆ ହାଣେ ବିସ୍ୱାସ୍ କଃଲେକ୍ ମୁକ୍ତି ହାଉତାର୍ ସେରି ଇସ୍ୱର୍ ତିର୍ କଃଲା ଆଚେ ।
କାୟିତାକ୍ବଃଲେକ୍ ଜିଉଦି ମଃନ୍ କାବା ଅଃଉତା ଚିନା ଲଳ୍ତି, ଆର୍ ଗ୍ରିକ୍ମଃନ୍ ଗିଆନ୍ ଲଳ୍ତି । ମଃତର୍ ଅଃମିମଃନ୍ କ୍ରୁସେମଃଲା କ୍ରିସ୍ଟକେ ପର୍ଚାର୍ କଃରୁଲୁ, ଜେ ଜିଉଦିମଃନାର୍ ଗିନେ ବାଦା ହର୍ ଆର୍ ଅଜିଉଦିମଃନାର୍ ଗିନେ ଅଗ୍ୟାନ୍ ହର୍ । ମଃତର୍ ଜିଉଦି ଅଃଉଆ କି ଅଜିଉଦି ଲକ୍ ଅଃଉଆ, ଜୁୟି ଲକ୍ମଃନ୍କେ ଇସ୍ୱର୍ କୁଦିଆଚେ, ସେମଃନାର୍ ଗିନେ କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଇସ୍ୱରାର୍ ଗିଆନ୍ ହର୍ ଅୟ୍ଦ୍ ।
କାୟିତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।
ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟି ଆଚାସ୍ ।