Casa de Deus
A casa de Deus é lugar de adoração, refúgio e encontro com o Sagrado. A Bíblia exalta o tabernáculo, o templo e a igreja como morada do Altíssimo entre seu povo.
A presença de Deus
Quão amáveis são os teus tabernáculos! Uma coisa pedi ao Senhor: habitar na casa do Senhor todos os dias da minha vida.
O templo
Minha casa será chamada casa de oração. O zelo da tua casa me consumiu. O verdadeiro templo é o corpo do cristão.
ତାର୍ହଃଚେ ଜିସୁ ମନ୍ଦିର୍ ବିତ୍ରେ ଗଃଲା, ଆର୍ ସେତି ବିକାବାଞ୍ଜା କଃର୍ତା ସଃବୁ ଲକ୍ମଃନ୍କେ ବାର୍କଃଲା । ଆର୍ ଡାବୁ ବାଦ୍ଲାଉତା ବେବାରିମଃନାର୍ ଟେବୁଲ୍ ଆର୍ ହାଣ୍ଡ୍କା ବେବାରିମଃନାର୍ ବଃସ୍ତା କୁର୍ଚିମଃନ୍ ଉଲ୍ଟାୟ୍ ହଃକାୟ୍ଲା । ଆର୍ ଜିସୁ ସେମଃନ୍କେ କୟ୍ଲା, "ସାସ୍ତରେ ଲେକା ଆଚେ, ‘ଅଃମାର୍ ଗଃର୍ ଇସ୍ୱରାର୍ ପାର୍ତ୍ନାଗଃର୍ ବଃଲି ଡାକେ ହୁଟେଦ୍,’ ମଃତର୍ ତୁମିମଃନ୍ ତାକ୍ କଃଙ୍ଗାର୍ମଃନ୍ ଲୁକ୍ତା ହାର୍ କଃରୁଲାସ୍ ।"
ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟି ଆସିରିଲି, ଆର୍ ଜିସୁ ଜିରୁସାଲମେ ଗଃଲା । ଆରେକ୍, ଜିସୁ ମନ୍ଦିରେ ଗାୟ୍, ମେଣ୍ଡା, ହାଣ୍ଡ୍କା ବେବାରିମଃନ୍କେ ଆର୍ ଡାବୁ ବାଦ୍ଲାଉମଃନ୍ କେଏ ବଃସି ରିଲାର୍ ଦଃକ୍ଲା, ସେତାକ୍ ସେ ଡର୍ଲଃଗେ ସାଟ୍ଣି ତିଆର୍ କଃରି ଗାୟ୍, ମେଣ୍ଡା ମଃନ୍କେ ମନ୍ଦିରେ ହୁଣି ବାର୍ କଃରି ଦିଲା । ଡାବୁ ବାଦ୍ଲାଉମଃନାର୍ ସଃବୁ ଟେବୁଲ୍ମଃନ୍କେ ଉଲ୍ଟାୟ୍ ଦଃୟି ଟଃକା ବିଚ୍ରି ହଃକାୟ୍ଲା ଆର୍ ଜିସୁ ହାରୁଆ ବେବାରିମଃନ୍କେ କୟ୍ଲା, "ଇ ସଃବୁକ୍ ଇତି ହୁଣି ଦଃରି ଜାହା, ମର୍ ଉବାର୍ ଗଃର୍କେ ବେବାର୍ ଗଃର୍ କଃରା ନାୟ୍ ।" "ଏ ପବିତ୍ର ଇସ୍ୱର୍, ତର୍ ଗଃରାର୍ ଗିନେ ଗଃର୍ବେ ଜୟ୍ ଲାଗ୍ଲା ହର୍ ମକ୍ ଚିତା ମାଡି ବଃସେଦ୍ ।" ଇରି ଦଃର୍ମ୍ ସାସ୍ତରେ ଲେକା ଆଚେ ବଃଲି ତାର୍ ଚେଲାମଃନ୍କେ ମଃନେ ହଃଳ୍ଲି ।
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ ।
ମଃତର୍ ଜଃଡେବଃଳ୍ ମୁୟ୍ଁ ବେଗି ଆସୁ ନଃହାରି, ତଃବେ ଇସ୍ୱରାର୍ ଗଃରେ, ବଃଲେକ୍, ଜିବନ୍ ଇସ୍ୱରାର୍ ମଣ୍ଡ୍ଳିର୍ ସଃତାର୍ ମୁଣ୍ଡା ଆର୍ ମୁଳ୍ କୁନାଦି ତାର୍ ତଃୟ୍ କଃନ୍କଃରି ଚାଲାଚାଲ୍ତି କଃରୁକେ ହଃଳେଦ୍, ସେରି ଜଃନ୍କଃରି ତୁମି ଜାଣାସ୍, ସେତାକ୍ ଇତି ସଃବୁ ତୁମିକେ ଲେକୁଲେ ।
ମଃତର୍ କ୍ରିସ୍ଟ ତାର୍ ହୟିସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
"ତୁମି ଜୁୟି ନିକ କଃତା ଦଃକାୟ୍ ଆଚାସ୍ ସେନ୍କାର୍ ସାକ୍ୟତୁମ ତିଆର୍ କଃରା ବଃଲି ମସାକ୍ ଜେ କୟ୍ରିଲା ତାର୍ କଃତାୟ୍ ଅଃମାର୍ ଦାଦିବାବୁମଃନ୍ ସୁକ୍ଲା ବଃଟାୟ୍ ସାକ୍ୟତୁମ୍ବ୍ ତିଆର୍ କଃଲାୟି । ହଃଚେ ଅଃମାର୍ ଦାଦିବାବୁମଃନ୍ ସେମଃନାର୍ ଦାଦିବାବୁ ତଃୟ୍ହୁଣି ହାୟ୍ରିଲା ସେ ସାକ୍ୟତୁମ୍ବ୍ କେଏ ଜିହସୟ୍ ସଃଙ୍ଗ୍ ବୟ୍ନଃୟ୍ ଆଗେ ଆଗେ ଗଃଳାୟ୍ ଆର୍ ଇସ୍ୱର୍ ବାର୍କଃଲା ଅଜିଉଦି ଲକ୍ମଃନାର୍ ଦେସ୍ ଅଃଦିକାର୍ କଃଲାୟି, ସେରି ଦାଉଦାର୍ ଦିନ୍ ହଃତେକ୍ ରିଲି । ସେ ଇସ୍ୱରାର୍ ଆକାୟ୍ ଦଃୟା ଦଃକାୟ୍ ଅୟ୍ରିଲା ଆର୍ ଜାକୁବର୍ ଇସ୍ୱରାର୍ ଗିନେ ଗଟେକ୍ କୁଳ୍ୟା ଗଃର୍ ବାନ୍ଦୁକେ ପାର୍ତ୍ନା କଃଲା । ମଃତର୍ ସଲ୍ମନ୍ ତାର୍ ଗିନେ ଗଟେକ୍ ମନ୍ଦିର୍ ବାନ୍ଦ୍ଲା ।"
"ଅୟିଲେକ୍ ହେଁ ବାବ୍ବାଦି କୟ୍ଆଚେ, ‘ସଃର୍ଗାର୍ ଇସ୍ୱର୍ ସେ ଲକ୍ମଃନାର୍ ବାନ୍ଦ୍ଲା ମନ୍ଦିରେ ବାସା ନଃକେରେ ।’
ମାପୁର୍ କୟ୍ଆଚେ, ‘ଜଃନ୍କଃରି ସଃର୍ଗ୍ ଅଃମାର୍ ସିଙ୍ଗାସଣ୍
ହୁର୍ତିବି ଅଃମାର୍ ହାଦ୍ ସଃଙ୍ଗାଉତା ଟାଣ୍ ।
ତୁମିମଃନ୍ ଅଃମାର୍ ଗିନେ କଃନ୍କା ଗଃର୍ ବାନ୍ଦାସ୍ ?
କି ଅଃମାର୍ ବିସାଉତା ଟାଣ୍ କଃୟ୍ ?
ଅଃମାର୍ ଆତ୍ କାୟି ଇରି ସଃବୁ ଉବ୍ଜାୟ୍ ନଃକେରେ ?’"
ଇସ୍ୱର୍ ଇ କଃତା କଃଉଁଲା, ସଃର୍ଗ୍ ମର୍ ସିଙ୍ଗାସଣ୍ ହୁର୍ତିବି ମର୍ ହାଦ୍ସଃଙ୍ଗାଉତା ହିଣ୍ଡା; ତୁମିମଃନ୍ ମର୍ ହାଁୟ୍ କଃନ୍କା ଗଃର୍ ତିଆର୍ କଃରାସ୍? ଆର୍ କୁୟ୍ଟାଣ୍ ମର୍ ବିସାଉତା ଟାଣ୍ ଅୟ୍ଦ୍। କାୟିତାକ୍ବଃଲେକ୍ ମର୍ ଆତ୍ ଇରିମଃନ୍ ତିଆର୍ କଃରିଆଚେ, ଆର୍ ଇତାର୍ ଗିନେ ଇରିମଃନ୍ ଉବ୍ଜାଣ୍ ଅୟ୍ଲି, ଇରି ଇସ୍ୱର୍ କଃଉଁଲା; ମଃତର୍ ଇ ଲକେ, ବଃଲେକ୍ ଜୁୟି ଦୁକି ଆର୍ ଦୁକି ଲକ୍ ଜେ ମର୍କଃତା ମାନି ବାଉଡ଼ି ଆସେଦ୍ ତାକେ ମୁଁ ଜଃଗ୍ରାତ୍ କଃରିନ୍ଦ୍।
ଇତାର୍ହଃଚ ନିଦ୍ ବାଙ୍ଗ୍ଲାକେ, ଜାକୁବ ଚେତ୍ନା ଅୟି କୟ୍ଲା, "ବାୟ୍ଦ୍ରେ ଇ ଜଃଗାୟ୍ ମାପୁର୍ ଆଚେ, ମଃତର୍ ମୁୟ୍ ସେରି ଜାଣୁ ନଃହାର୍ଲେ। ଆରେକ୍, ସେ ଡିରି କଃରି କୟ୍ଲା, ଇରି କଃନ୍କା ବିପ୍ତି ଜଃଗା? ଇରି ତ ନିଜ୍କଃରି ଇସ୍ୱରାର୍ ଗଃର୍, ଆର୍ ସଃର୍ଗାର୍ ବାଟ୍।"