Céu
O céu é a morada eterna de Deus e a esperança final do cristão. A Bíblia descreve o céu como lugar de glória, alegria e comunhão perfeita com o Criador.
A morada de Deus
Na casa de meu Pai há muitas moradas. Os céus declaram a glória de Deus — e um dia habitaremos lá eternamente.
ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି ।
ପର୍ତୁମେ ପର୍ମେସର୍ ସରଗ୍ ଆରି ପୁର୍ତିବି ତିଆର୍ କଲା। ପୁର୍ତିବିତେଇ କାଇଟା ମିସା ନ ରଇଲା, ଆରି ବେସି ପାନି ରଇକରି ଆନ୍ଦାର୍ ରଇଲା, ଆରି ପର୍ମେସର୍ର୍ ଆତ୍ମା ପାନି ଉପ୍ରେ ଚାରିବେଟ୍ତି ଉପ୍କି ବୁଲ୍ତେ ରଇଲା,
Cidadania celestial
A nossa cidadania está nos céus. Ajuntai tesouros no céu, não na terra. O céu é a pátria do cristão.
ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି ।
"ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ । ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍ !
ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
ଜିସୁ ତାକେ କଇଲା, "ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।"
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ଏ ଜଗତର୍ ବିସଇ ନ ବାବିକରି ସରଗର୍ ବିସଇ ଚିନ୍ତାକରା ।
Esperança eterna
Seremos arrebatados para encontrar o Senhor nos ares. Ainda não se manifestou o que havemos de ser — mas seremos semelhantes a Ele.
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।
ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ । ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।
ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ !
ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା । ସେ ଏନ୍ତି ସେମନ୍କେ ଆସିର୍ବାଦ୍ କର୍ବାବେଲେ ପର୍ମେସର୍ ତାକେ ସରଗ୍ପୁରେ ଦାରିଗାଲା ।
ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି ।
କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
କାଇକେ ବଇଲେ ପୁର୍ତିବି ଚାଡି ଆକାସ୍ମଣ୍ଡଲ୍ ଜେନ୍ତାର୍ ଉଚା, ସେ ରକାମ୍ ଆମର୍ ବାଟ୍ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।
ସବୁ ବିସଇର୍ ସାର୍ବା ଦିନ୍ ଗଟେକ୍ ଆଚେ ଆରି ଆକାସ୍ ତଲେ ସବୁର୍ଜାକ ଇଚାର୍ ସମୟ୍ ଆଚେ;
ସେ ମାର୍ ପେଟେ ଅନି ଜେନ୍ତି ଡୁମ୍ଣ୍ଡା ଅଇ ଆଇଲା, ସେ ରକାମ୍ ସେ, ମଲାବେଲେ ମିସା ଡୁମ୍ଣ୍ଡା ଅଇସେ ଜାଇସି, ଆରି ସେ କସ୍ଟ କରି ଅର୍ଜି ରଇଲା ଦନ୍କେ ଆତେ ଦାରି ନ ଜାଏ, ସେ ରକାମ୍ କାଇଟା ମିସା ନେଇକରି ନ ଜାଏ।