Domínio próprio
O domínio próprio é fruto do Espírito e marca de maturidade espiritual. A Bíblia ensina que quem governa o próprio espírito é melhor do que quem conquista uma cidade.
Fruto do Espírito
O fruto do Espírito inclui domínio próprio. A graça de Deus nos ensina a viver de maneira sóbria e justa neste mundo.
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
Governar a si mesmo
Melhor é o que domina o seu espírito do que o que toma uma cidade. A cidade sem muros é o homem sem domínio próprio.
ଜେ ଦାପ୍ରେ ରିସା ନ ଅଏ, ସେ ଜୁଇଦ୍ କାରିଆ ଟାନେଅନି ବଡ୍; ଆରି, ଜେ ନିଜର୍ ଆତ୍ମା ଉପ୍ରେ ସାସନ୍ କର୍ସି, ସେ ଦେସ୍ ଜିତ୍ଲା ଲକର୍ ଟାନେ ଅନି ନିମାନ୍ ।
ଜନ୍ ଲକ୍ ନିଜ୍କେ ସାମାଲି ନାପାରେ, ସେ ଲକ୍ ବାଙ୍ଗିଜାଇ ରଇବା ପାଚୁରି ନଇଲା ନଅଁର୍ ପାରା ।
ବୁଦି ନଇଲା ଲକ୍ ତାର୍ ସବୁ କିଚି ରିସା ଅଇ ବାର୍କରାଇସି; ମାତର୍ ଗିଆନି ଲକ୍ ସମାଲି କରି ରଇସି ।
ବେସି କାତା କଇବା ଲକର୍ ତେଇ ଅଦରମ୍ ପୁରାପୁରୁନ୍ ଅଇ ରଇସି, ମାତର୍ ଜେ ନିଜର୍ ନିଜର୍ ଟଣ୍ଡ୍କେ ଲାଗାମ୍ ଲାଗାଇବାଇ, ସେ ବୁଦିଆ ଲକ୍ ।
ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ । ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି । ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା । ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
Disciplina e vigilância
Sede sóbrios e vigilantes. O diabo anda em derredor como leão rugidor. A sobriedade nos protege e fortalece.
ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି । ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ । ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ । କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ । ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ । ମାତର୍ ସେମନ୍ ନିଜେ ପର୍ମେସର୍କେ ଇସାବ୍ ଦେବାକେ ପଡ୍ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍ କର୍ବାକେ ଜାଗିଆଚେ ।
ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ ।
O senhorio de Cristo
Todo domínio pertence a Cristo. Ele é Senhor dos senhores e Rei dos reis — e nos capacita a viver em santidade.
ମୁଇ ରାତିର୍ ସପନ୍ ଲଗେ ଦେକ୍ଲି, ଆକାସର୍ ମେଗେ ଅନି ଗଟେକ୍ ଲକ୍ ଉତ୍ରି ଆଇବାଟା ଦେକ୍ଲି ସେ ନର୍ ପିଲା ପାରା ଡିସ୍ତେ ରଇଲା; ସେ ବେସି ଦିନର୍ ଗଟେକ୍ ଡକ୍ରା ଲକର୍ ଲଗେ ଗାଲାକେ, ସେମନ୍ ତାକେ ତାର୍ ଲଗେ ଆନ୍ଲାଇ ।
ଆରି, ସର୍ତେ କୁଲ୍, ଦେସର୍ ଲକ୍ ଆରି ବିନ୍ବିନ୍ ବାସାର୍ ଲକ୍ ଜେନ୍ତାର୍ କି ତାର୍ ସେବା କର୍ବାଇ, ସେଟାର୍ ପାଇ ତାକେ ସାସନ୍, ମଇମା ଆରି ରାଇଜ ଦିଆ ଅଇଲା; ତାର୍ ସାସନ୍ ସାରାସାରି ଜାକ କର୍ସି, ସେଟା ନ ସାରେ, ଆରିତାର୍ ରାଇଜ୍ ନସ୍ଟ ନଅଏ ।
ସବୁର୍ ତେଇଅନି ଉପ୍ରର୍ ପର୍ମେସର୍ ମର୍ ଲଗେ ଜନ୍ଜନ୍ ଚିନ୍ ଆରି କାବା ଅଇଜିବା କାମ୍ କଲାଆଚେ, ସେଟା ମୁଇ ପର୍ଚାର୍ କର୍ବାକେ ମର୍ ମନ୍ ଅଇଲା। ତାର୍ ଚିନ୍ ସର୍ତେ କେନ୍ତାର୍ ମଅତ୍ ଆରି କାବା ଅଇବା କାମ୍ କେନ୍ତାର୍ ଚାରିବେଟ୍ତି ଡାବିଗାଲା ; ତାର୍ ରାଇଜ୍ ସାରାସାରି ଜାକ ରାଇଜ୍ ଆରି ତାର୍ ସାସନ୍ ପିଡିକେ ପିଡି ଲକ୍ମନର୍ ଉପ୍ରେ ଅ ।
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି। ତାର୍ ସାସନ୍ ବଡି ଜାଇସି ଆରି ସାନ୍ତି କେବେ ନ ସାରେ, ସେ ଦାଉଦ୍ ରାଜାର୍ ସିଆଁସନେ ଆରି ତାର୍ ରାଇଜେ ରଇକରି ବଲ୍ମନ୍ଦ୍ ବିଚାର୍ ଆରି ଦରମ୍ ସଙ୍ଗେ ଏ ଅଲପର୍ ଟାନେ ଅନି ସାରାସାରି କାଲ୍ ଜାକ ସେଟା ତିର୍ଅଇ ଆରି ଡାଟ୍ କର୍ସି । ସବୁର୍ ତେଇ ଅନି ଉପ୍ରେ ରଇଲା ସବୁବେଲର୍ ମାପ୍ରୁର୍ ଆଲାଦ୍ ସିଦ୍ କର୍ସି।
ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ । ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ । କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ ।
ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି । ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।
ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ ।
ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ କାମ୍ କଲାଇନି, ସେମନ୍ ପର୍ମେସର୍କେ ସାର୍ଦା କରିନାପାରତ୍ ।
ଜଦି ସତଇସେ ପରମେସରର୍ ସୁକଲ୍ଆତ୍ମା ତମର୍ ବିତ୍ରେ ଆଚେ, ତେବେ ତମେ ଆରି ମୁନୁସର୍ ଚାଲିଚଲନ୍ ପାରା ଜିଉନାକାଉନା କରିନାପାରାସ୍, ମାତର୍ ଜିବନେ ସୁକଲ୍ ଆତ୍ମାର୍ ଆଦେସ୍ ମାନ୍ସା । ଜାର୍ତେଇ କିରିସ୍ଟର୍ ଆତ୍ମା ନାଇ, ସେ କେବେ ମିସା ତାକର୍ ଲକ୍ ଅଇନାପାରେ ।
ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ । ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ । ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି । କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।