Filhos de Deus
Ser filho de Deus é o maior privilégio da existência humana. Pela fé em Cristo, recebemos o direito de ser chamados filhos de Deus — herdeiros de Deus e co-herdeiros com Cristo.
O direito de ser filho
A todos que creram no nome de Jesus, deu-lhes o poder de serem feitos filhos de Deus — nascidos não do sangue, mas de Deus.
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା । ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ମାତର୍ ଏତ୍କିସେ ଲେକାଅଇଲା, "ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।"
ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ । ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
ସେଟାର୍ପାଇଁ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
A identidade dos filhos
O Espírito testifica com nosso espírito que somos filhos de Deus. E se filhos, também herdeiros — herdeiros de Deus.
ଜନ୍ ଲକ୍ମନ୍ ପରମେସରର୍ ଆତ୍ମା ଇସାବେ ଚାଲ୍ଲାଇନି, ସେମନ୍ସେ ପରମେସରର୍ ପିଲାଟକି । କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି ।
ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
ଏଟାର୍ ଅରତ୍ ଅଇଲାନି, ଗାଗଡ୍ ଦାରି ଜନମ୍ ଅଇବା ପିଲାଟକି ନାଇ । ଜେ କି ପରମେସରର୍ ପିଲାଟକିମନ୍ ଅଇବାଇ, ମାତର୍ ତାର୍ କାତା ଦେଇରଇବା ଇସାବେ ଜନମ୍ କରିରଇବା ପିଲାଟକିମନ୍ ତାର୍ ମୁଆଟେ ସତଇସେ ତାର୍ ପିଲାଟକି ବଲି ଏଜାଇ ଅଇବାଇ ।
Viver como filhos
Vede que grande amor o Pai nos concedeu: que fôssemos chamados filhos de Deus! E é isso que somos.
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।
ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
ଜିସୁ ପାଚାର୍ଲା, "ମୁଇ କେ ବଲି ତମେ କାଇଟା ବଇଲାସ୍ନି ?"
ସିମନ୍ ପିତର୍ କଇଲା, "ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।"
ଜିସୁ କଇଲା, "ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।
ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ? ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା ।