Guardar o coração
Guardar o coração é o mandamento mais urgente de Provérbios. Sobre tudo o que se deve guardar, guarda o teu coração, porque dele procedem as fontes da vida.
Sobre tudo, guarda o coração
O coração é a nascente de tudo — pensamentos, desejos, decisões. Guardá-lo é proteger toda a vida espiritual e emocional.
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
ଏ ମର୍ ପିଲା, ତର୍ ମନ୍ ମର୍ ଲଗେ ରଅ, ଆରି ତୁଇ ମର୍ ଇସାବ୍ରେ ଚାଲା ବୁଲା କରି ସାର୍ଦା ଅ ।
ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍ସି ।
ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।"
Coração puro e renovado
Cria em mim um coração puro, ó Deus. Os puros de coração verão a Deus — e o Espírito renova nosso interior.
ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସରର୍ ଦର୍ସନ୍ ମିଲ୍ସି ।
Guardar com a Palavra
Não vos conformeis com este mundo. A Palavra de Deus guardada no coração nos protege do pecado e nos direciona.
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।
Vigilância e paz
A paz de Deus guarda nossos corações em Cristo Jesus. Chegai-vos a Deus, purificai os corações — e Ele estará convosco.
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
ସେ ରକାମ୍ ତମେମନ୍ ମିସା ମୁର୍ଚି ଜାଗିରୁଆ । ତମର୍ ମନ୍ ଡାଁଟ୍କରି ରୁଆ, କାଇକେବଇଲେ ମାପ୍ରୁ ଆଇବା ଦିନ୍ ଲଗେ କେଟିଆଇଲାନି ।
କିରିସ୍ଟର୍ ସଙ୍ଗ୍ ମରିରଇଲାର୍ ପାଇ ଆରି ତାର୍ ସଙ୍ଗ୍ ନୁଆଜିବନ୍ ପାଇ ପର୍ମେସର୍ ତମ୍କେ ଉଟାଇଲାର୍ପାଇ ସର୍ଗେ ରଇବା ବିସଇ ଦେକ୍ତେରୁଆ । ତେଇ କିରିସ୍ଟ ପର୍ମେସରର୍ ଉଜାବାଟେ ବସିଆଚେ ।