Milagres de Jesus
Os Evangelhos registram dezenas de milagres realizados por Jesus — curas, ressurreições, domínio sobre a natureza e libertações. Cada milagre revelava sua divindade e compaixão.
Curas de cegos e surdos
Jesus devolveu a visão aos cegos e a audição aos surdos, manifestando seu poder sobre toda enfermidade e deficiência.
ଜିସୁ ଜଳେକ୍ କାଣାକେ ଆକି ଦଃକାୟ୍ଲା
ଜିସୁ ସେତିହୁଣି ଜାତା ବଃଳ୍ ଜଳେକ୍ କାଣା ହଃଚେ ହଃଚେ ଜାୟ୍ ଆଉଲି ଅୟି କାଉଁକେ ଦଃର୍ଲାୟ୍, "ଏ ଦାଉଦାର୍ ହୟିସି ! ଅଃମିମଃନ୍କେ ଦଃୟା କଃର୍ ।"
ଆରେକ୍ ସେ ଗଃରେ ହୁର୍ଲାକେ ସେ କାଣା ମାନାୟ୍ମଃନ୍ ତାର୍ ଚଃମେ ଆୟ୍ଲାୟ୍, ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ଜେ ଇରି କଃରୁ ହାରିନ୍ଦ୍ ସେରି କାୟି ବିସ୍ୱାସ୍ କଃରୁଲାସ୍ ?"
ସେମଃନ୍ କୟ୍ଲାୟ୍, "ହେଁ ମାପୁର୍ ।"
ସେତାକ୍ ଜିସୁ ସେମଃନାର୍ ଆକାୟ୍ ଚୁୟ୍କଃରି କୟ୍ଲା, "ତୁମିମଃନାର୍ ବିସ୍ୱାସ୍ ହଃର୍କାରେ ତୁମିମଃନ୍କେ ଅଃଉଅ ।" ତଃବେ ସେମଃନାର୍ ଆକି ଡିସ୍ଲି । ଆରେକ୍ ଜିସୁ ସେମଃନ୍କେ ଜଃଗ୍ରାତ୍ କଃରାୟ୍ କୟ୍ଲା, "ଇ କଃତା, କେଏ ଜଃନ୍କଃରି ନଃଜାଣତ୍ ।"
ମଃତର୍ ସେମଃନ୍ ବାରାୟ୍ ଜାୟ୍ ସେ ଦେସ୍ ଜାକେ ତାର୍ କଃତା କୟ୍ ବୁଲ୍ଲାୟ୍ ।
ଜିସୁ ଜଳେକ୍ କାଣାକେ ଆକି ଦଃକାୟ୍ଲା
ଜିସୁ ଆର୍ ତାର୍ ଚେଲାମଃନ୍ ଜିରିହ ଗଃଳେହୁଣି ବାରାୟ୍ ଗଃଲା ବଃଳ୍, ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଲାୟି । ଆର୍ ବାଟ୍ ଲଃଗେ ବଃସିରିଲା ଜଳେକ୍ କାଣା ଜିସୁ ସେବାଟ୍ ଅୟି ଜଃଉଁଲା ବଃଲି ସୁଣ୍ଲାୟ୍ ଆର୍ ଉଲ୍ଗାଟ୍ ଅୟି କୟ୍ଲାୟ୍, "ଏ ମାପୁର୍, ଦାଉଦାର୍ ହୟିସି, ଅଃମିକ୍ ଦଃୟା କଃର୍ ।"
ମଃତର୍ ଲକ୍ମଃନ୍ ସେମଃନ୍କେ ତୁନ୍ହାଳୁକେ ଦଃକା ଦିଲାୟ୍, ମଃତର୍ ସେମଃନ୍ ଆରେକ୍ ଉଲ୍ଗାଟ୍ ଅୟି କୟ୍ଲାୟ୍, "ଏ ମାପୁର୍, ଦାଉଦାର୍ ହୟିସି, ଅଃମିକ୍ ଦଃୟା କଃର୍ ।"
ତାର୍ହଃଚେ ଜିସୁ ଟିଆ ଅୟି ସେମଃନ୍କେ କୁଦି ହଃଚାର୍ଲା, "ମୁଁୟ୍ ତୁମାର୍ ଗିନେ କାୟିରି କଃରିନ୍ଦ୍ ବଃଲି ତୁମି ମଃନ୍ କଃରୁଲାସ୍ ?"
ସେମଃନ୍ ତାକ୍ କୟ୍ଲାୟ୍, "ଏ ମାପୁର୍, ଜଃନ୍କଃରି ଅଃମାର୍ ଆକି ଉଗାଳି ଅଃଉଅ ଆର୍ ଅଃମି ଦଃକୁ ହାରୁନ୍ଦ୍ ।"
ଆର୍ ଜିସୁ ଦଃୟା କଃରୁକେ ମଃନ୍ କଃଲା, ଆର୍ ସେମଃନାର୍ ଆକି ଚୁୟ୍ଲା, ତଃବେ ସେଦାହ୍ରେ ସେମଃନ୍ ଦଃକୁକେ ହାର୍ଲାୟ୍ ଆର୍ ଜିସୁର୍ ହଃଚେ ହଃଚେ ଇଣ୍ଡୁକ୍ ଦଃର୍ଲାୟ୍ ।
ଜିସୁ ଗଟ୍ କାଣାକେ ଆକି ଦଃକାୟ୍ଲା
ତାର୍ହଃଚେ ସେମଃନ୍ ବେତ୍ସାଇଦା ଆୟ୍ଲାୟ୍ । ସେତି କଃତେକ୍ ଲକ୍ ଗଟ୍ କାଣାକେ ଜିସୁର୍ ଲଃଗେ ଆଣି, ତାକ୍ ଚିଉଁକ୍ ଜିସୁକେ କାନିକଃର୍ମ୍ ଅୟି ଗଃଉଆରି କଃଲାୟି । ଜିସୁ ସେ କାଣାର୍ ଆତେ ଦଃରି ଗାଉଁଏ ହୁଣି ତାକ୍ ବାର୍କଃରି ନିଲା, ଆର୍ ତାର୍ ଆକାୟ୍ ଲାଳ୍ ଲାଗାୟ୍ଲା, ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ କଃରି ତାକ୍ ହଃଚାର୍ଲା, "ତୁୟ୍ କାୟିରି ଦଃକୁ ହାରୁଲିସ୍ କି ?"
ସେ ଦଃକି କୟ୍ଲା, "ହେଁ ମୁଁୟ୍ ଲକ୍ମଃନ୍କେ ଦଃକୁଲେ, କାୟିତାକ୍ବଃଲେକ୍ ମୁଁୟ୍ ଗଃଚ୍ ହର୍ କାୟିରି ଅଲେ ଇଣ୍ଡ୍ତାର୍ ଦଃକୁଲେ ।" ତାର୍ହଃଚେ ଜିସୁ ଆରେକ୍ ସେ କାଣାର୍ ଆକାୟ୍ ଚୁୟ୍ଲା, ତଃବେ ସେ ନିକକଃରି ଦଃକ୍ଲା, ଆର୍ ସେ କାଣା ନିକ ଅୟି ସଃବୁ ବିସୟ୍କେ ନିକକଃରି ଦଃକୁକ୍ ଦଃର୍ଲା । ତାର୍ହଃଚେ ଜିସୁ ତାକ୍ ନିଜାର୍ ଗଃରେ ହଃଟାୟ୍ ଦଃୟି କୟ୍ଲା, "ଇ ଗାଉଁ ବିତୁର୍କେ ହେଁ ତୁୟ୍ ମୁଳ୍କେ ଜାନାୟ୍ଁ ।"
ଜିସୁ ଗଟେକ୍ ଗୁଲା ଆର୍ ବଃୟ୍ରାକେ ଉଜ୍ କଃଲା
ଆରେକ୍ ଜିସୁ ସର୍ ସଃନ୍ଦିହୁଣି ସିଦନ୍ ଆର୍ ଦେକାପଲି ସଃନ୍ଦି ଅୟ୍କଃରି ଗାଲିଲି ସଃମ୍ନ୍ଦ୍ ଚଃମେ ଆୟ୍ଲା । ସେତି ଲକ୍ମଃନ୍ ଗୁଲା ଆର୍ ବଃୟ୍ରା ଲକ୍କେ ଆଣ୍ଲାୟି, ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ବଃଲି ଜିସୁକେ ଗଃଉଆରି କଃରି କୟ୍ଲାୟ୍ । ଜିସୁ ସେମାନାୟ୍କେ ଲକ୍ମଃନାର୍ ତଃୟ୍ହୁଣି ଅଃଲ୍ଗା କଃରି ଏକ୍ଲାକେ କୁଦି ନଃୟ୍ ତାର୍ କାନେ ଜଳେକ୍ ଆଙ୍ଗଟି ହୁରାୟ୍ଲା ଆର୍ ଲାଳ୍ ତୁକି ତାର୍ ଜିବେ ଚୁୟ୍ଲା । ତାର୍ହଃଚେ ଜିସୁ ସଃର୍ଗ୍ ବାଟ୍ ଦଃକି ବଃଡ୍ ହୁଣ୍ଡାଣ୍ ହୁଣ୍ଡିକଃରି ସେମାନାୟ୍କେ କୟ୍ଲା, "ଇପ୍ପତ ।" ବଃଲେକ୍, "ଇଟିଜା ।"
ସେଦାହ୍ରେ ସେମାନାୟ୍ର୍ କାନ୍ ଉଗାଳି ଅୟ୍ଲି ଆର୍ ତାର୍ ଜିବାର୍ ବାନ୍ଦୁଣ୍ ଇଟ୍ଲି ଲାଗି ସେ ନିକ କଃରି କଃତା ଅଃଉଁକେ ଦଃର୍ଲା ।
ତାର୍ହଃଚେ ଜିସୁ କାକେ ହେଁ ଇ କଃତା କଃଉଆ ନାୟ୍ ବଃଲି ସେମଃନ୍କେ ନିକ କଃରି କୟ୍ଲା; ମଃତର୍ ଜଃତେକ୍ କଃଉଁକେ ମଃନା କଃଲେକ୍ ହେଁ ସେମଃନ୍ ଅଃଦିକ୍ ସଃବୁହାକ୍ ପର୍ଚାର୍ କଃରି ବୁଲ୍ଲାୟ୍ । ଇ କଃତା ଲକ୍ମଃନ୍ ସୁଣି କାବା ଅୟ୍ଗଃଲାୟ୍ ଆର୍ କୟ୍ଲାୟ୍, "ସେ ସଃବୁ କାମ୍ ନିକକଃରି କଃଲା ଆଚେ, ଆର୍ ବଃୟ୍ରା ଲକ୍କେ ସୁଣ୍ତା ସଃକ୍ତି ଆର୍ ଗୁଲା ଲକ୍କେ କଃଉତା ସଃକ୍ତି ଦେଉଁଲା ।"
ଜିସୁ ବାର୍ଟିମୟ କାଣାକେ ଉଜ୍ କଃଲା
ତାର୍ହଃଚେ ସେମଃନ୍ ଜିରିହ ହଚ୍ଲାୟ୍ ଆର୍ ସେ ଅଃହ୍ଣାର୍ ଚେଲାମଃନ୍କେ ଆର୍ ଅଲେକାର୍ ଲକ୍ ମିସି ଜିରିହହୁଣି ବାଉଳ୍ତାବଃଳ୍ ଟିମାୟର୍ ହୟିସି ବାର୍ଟିମୟ ନାଉଁଆର୍ କାଣା ବିକାରି ବାଟ ହାଳାୟ୍ ବଃସିରିଲା । ସେ ଜଃଡେବଃଳ୍ ନାଜରିତ୍ ବଃସ୍ତିର୍ ଜିସୁ ବଃଲି ଇରି ସୁଣି ଆଉଲି ଅୟି କୟ୍ଲା, "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
କଃତେକ୍ ଲକ୍ମଃନ୍ ତାକ୍ ତୁନ୍ହାଳୁକେ ଦଃକାଦେଉଁକେ ଦଃର୍ଲାୟ୍, ମଃତର୍ ସେ ଆରେକ୍ ଆଉଲି ଅୟି କୟ୍ଲା, "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
ସେତାକ୍ ଜିସୁ ତେବ୍ଲା ଆର୍ କୟ୍ଲା, "ତାକ୍ ଇତି କୁଦା ।" ସେମଃନ୍ ସେକାଣାକେ କୁଦି କୟ୍ଲାୟ୍, "ସାସ୍ ଦଃର୍, ଉଟ୍ ଜିସୁ ତକେ କୁଦୁଲା ।"
ସେ ତାର୍ ହୁଙ୍ଗୁର୍ଲା ହଃଚ୍ୟା ଉର୍ଲି ହଃକାୟ୍ ସେଦାହ୍ରେ ଉଟିକଃରି ଜିସୁର୍ ତଃୟ୍ ଆୟ୍ଲା ।
ଜିସୁ କୟ୍ଲା, "ମୁଁୟ୍ ତର୍ ଗିନେ କାୟିରି କଃରିନ୍ଦ୍ ବଃଲି ମଃନ୍ କଃରୁଲିସ୍ ?"
ସେ କାଣା ମାନାୟ୍ ତାକ୍ କୟ୍ଲା, "ଏ ଗୁରୁ, ମୁଁୟ୍ ଜଃନ୍କଃରି ଦଃକୁହାରିନ୍ଦ୍ ।"
ଜିସୁ କୟ୍ଲା, "ଜାଆ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ।"
ତଃତ୍କାଣ୍ ସେ କାଣା ମାନାୟ୍ ଦଃକୁ ହାର୍ଲା ଆର୍ ବାଟେବାଟେ ଜିସୁର୍ ହଃଚେ ଜଃଉଁକେ ଦଃର୍ଲା ।
ଜିସୁ ଗଟେକ୍ କାଣା ବିକାରିକେ ଆକି ଦଃକାୟ୍ଲା
ଜିସୁ ଜିରିହର୍ ଲଃଗେ ଅଃଉତି ରିଲା ବଃଳ୍ ଗଟେକ୍ କାଣା ମାନାୟ୍ ବାଟ୍ଲଃଗେ ବଃସିକଃରି ବିକ୍ ମାଗ୍ତିରିଲା । ସେ କାଣା ଲକ୍ମଃନ୍ଦା ଉଲ୍ଗାଟ୍ ଅୟି ଜାତାର୍ ସୁଣିକଃରି, "କଃତା କାୟିରି ?" ବଃଲି ହଃଚାରୁକ୍ ଦଃର୍ଲା ।
ଲକ୍ମଃନ୍ ତାକ୍ କୟ୍ଲାୟ୍, "ନାଜରିତ୍ ଜିସୁ ଇ ବାଟ୍ ଅୟି ଜଃଉଁଲା ।"
ସେତାକ୍ କାଣା ବଃଡ୍ ଟଣ୍ଡେ ଅୟି କୟ୍ଲା, "ଏ ଦାଉଦାର୍ ହୟିସି ଜିସୁ ମକ୍ ଦଃୟା କଃର୍ ।"
ମଃତର୍ ଆଗାଳି ଜାତିରିଲା ଲକ୍ମଃନ୍ ତାକ୍ ତୁନ୍ ହାଳୁକ୍ ଦଃକା ଦେଉଁକେ ଦଃର୍ଲାୟ୍, ମଃତର୍ ସେ ଆରେକ୍ ଅଃଦିକ୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲା "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
ସେତାକ୍ ଜିସୁ ସେତି ତେବିକଃରି ତାକେ ମର୍ ହାକ୍ ଆଣା ବଃଲି କୟ୍ଲା; ଆରେକ୍ ସେ ଚଃମେ ହଚ୍ଲାକ୍, ଜିସୁ ତାକ୍ ହଃଚାର୍ଲା, "ମୁଁୟ୍ ତର୍ ଗିନେ କାୟିରି କଃରିନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍ ?"
ସେ କୟ୍ଲା, "ଏ ମାପୁର୍ ମୁଁୟ୍ ଜଃନ୍କଃରିକି ଆରେକ୍ ଦଃକୁକ୍ ହାରିନ୍ଦ୍ ।"
ଜିସୁ ତାକ୍ କୟ୍ଲା, "ତଃବେ ଦଃକ୍ ! ତର୍ ବିସ୍ୱାସ୍ ତକେ ଉଜ୍ କଃରିଆଚେ ।"
ସେଦାହ୍ରେ ସେ ଆକି ହାୟ୍ଁ ଇସ୍ୱରାର୍ ଗୁଣ୍ କଃତା କୟ୍ କୟ୍ କଃରି ଜିସୁର୍ ହଃଚେ ହଃଚେ ଜଃଉଁକେ ଦଃର୍ଲା ଆର୍ ସଃବୁଲକ୍ ସେରି ଦଃକିକଃରି ମାପୁରାର୍ ଗୁଣ୍ଗିତ୍ କୟ୍ଲାୟ୍ ।
ଜିସୁ ଗଟେକ୍ ଜଃଲମ୍ କାଣାକେ ଆକି ଡିସାୟ୍ଲା
ଗଟ୍ ଦିନ୍ ଜିସୁ ଜାତାବଃଳ୍ ବାଟେ ଗଟେକ୍ ଜଃଲମ୍ କାଣାକେ ଦଃକ୍ଲା । ଚେଲାମଃନ୍ ଜିସୁକେ ହଃଚାର୍ଲାୟ୍, "ଏ ଗୁରୁ, କାର୍ ହାହ୍ ଗିନେ ଇ ଲକ୍ କାଣା ଅୟି ଜଃଲମ୍ ଅୟ୍ଲା, ତାର୍ ନିଜାର୍ କି ତାର୍ ଆୟ୍ସି ଉବାସିର୍ ହାହାର୍ ଗିନେ ?"
ଜିସୁ କୟ୍ଲା, "ଏ କି ତାର୍ ଉବାସି ଆୟ୍ସି ହାହ୍ ନଃକେର୍ତି, ମଃତର୍ ଇସ୍ୱରାର୍ ସଃକ୍ତି ଜଃନ୍କଃରି ଆର୍ ତଃୟ୍ ଜାଣା ହଃଳେଦ୍, ଇତାର୍ ଗିନେ ସେ କାଣା ଅୟି ଜଃଲମ୍ ଅୟ୍ଲା ଆଚେ । ଦିନ୍ ବଃଳାର୍ ଉଜାଳ୍ ରେଉଁ ରେଉଁ ମର୍ ହଃଟାୟ୍ଲା ଉବାର୍ କାମ୍ ଅଃମିକ୍ କଃରୁକେ ହଃଳେଦ୍ । ରାତି ଆସୁଲି, ସଃଡେବଃଳ୍ କେଏ କାମ୍ କଃରୁ ନଃହାର୍ତି । ଇ ଜଃଗତେ ରେତା ହଃତେକ୍ ମୁୟ୍ ଜଃଗତାର୍ ଉଜାଳ୍ ।"
ଇରି କୟ୍ଲା ହଃଚେ, ଜିସୁ ମାଟାୟ୍ ଲାଳ୍ ତୁକି ସେ ଲାଳେ କଃଣ୍ଡେକ୍ କାଦ କଃଲା ଆର୍ ସେରି ନଃୟ୍ ସେ କାଣାର୍ ଦୁୟ୍ ଅଃକାୟ୍ ଲାଗାୟ୍ ତାକ୍ କୟ୍ଲା, "ଜାଆ, ସିଲଅ ବଃନ୍ଦେ ମୁଉଁ ଦଃୟି ଆଉ ।" ସିଲଅ ବଃଲେକ୍ ପେରିତ । ସେ ଲକ୍ ଜାୟ୍ ମୁଉଁ ଦୟ୍ଲା ଆର୍ ସେ ଦଃକୁକ୍ ହାର୍ଲା ଆର୍ ଗଃଲା ।
Curas de paralíticos e enfermos
Paralíticos caminharam, leprosos ficaram limpos e todo tipo de doença foi curada pelo toque e pela palavra de Jesus.
ଆର୍ ଗଟେକ୍ ବଃଡ୍ ରଗି ତାର୍ ତଃୟ୍ ଆସି ଜୁଆର୍ କଃରି କୟ୍ଲା, "ଏ ମାପୁର୍, ତୁୟ୍ ଜଦି ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।"
ସେତାକ୍ ଜିସୁ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, "ମୁଁୟ୍ ମଃନ୍ କଃରୁଲେ, ତୁୟ୍ ଉଜ୍ ଅଃଉ ।" ସେଦାହ୍ରେ ତାର୍ ବଃଡ୍ ରଗେହୁଣି ଉଜ୍ ଅୟ୍ଲା । ଆର୍ ଜିସୁ ତାକ୍ କୟ୍ଲା, "ଦୁକ୍, ଇ କଃତା କାକେ କଃଉନାୟ୍, ମଃତର୍, ଜାଜକ୍ ଲଃଗେ ଦଃକାୟ୍ ଅଃଉ, ଆରେକ୍ ମସା ଜୁୟି ବେଟି ଦେଉଁକେ ଆଦେସ୍ ଦିଲା ଆଚେ, ସେରି ସେମଃନାର୍ ଚଃମେ ତୁୟ୍ ଉଜ୍ ଅୟି ଆଚ୍ସି ବଃଲି ସାକି ଦେଉଁକେ ଦାନ୍ ଦେସ୍ ।"
ଆର୍ ଲକ୍ମଃନ୍ ମଃଳୁହଃଳ୍ଲା ଗଟେକ୍ ଏକ୍ଅଃଙ୍ଗି ରଗିକ୍ କଃଟ୍ ତଃୟ୍ ବୟ୍କଃରି ତାର୍ ଚଃମେ ଆଣ୍ଲାୟି, ଆର୍ ଜିସୁ ସେମଃନାର୍ ବିସ୍ୱାସ୍ ଦଃକି ସେ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ହଅରେ, ସାସ୍ ଦଃର୍, ତର୍ ହାହ୍ କେମା କଃରା ଅୟ୍ଲି ।"
ଆର୍ ହଃଣ୍ଡିତ୍ମଃନାର୍ ବିତ୍ରେ କେଏ କେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତି ରିଲାୟ୍, "ଇ ଲକ୍ ଇସ୍ୱର୍ ଲିନ୍ଦା କଃରୁଲା ।"
ଜିସୁ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନା ଜାଣି କୟ୍ଲା, "ତୁମିମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରେ କାୟ୍କଃରୁକ୍ କଃରାପ୍ ଚିତା କଃରୁଲାସ୍ ? ବଃଲେକ୍ କାୟିରି ଉହାସ୍ ? ‘ତର୍ ହାହ୍ କେମା କଃରା ଅୟ୍ଲି,’ ବଃଲି କଃଉତାର୍, କି, ‘ଉଟ୍, ଇଣ୍ଡ୍,’ ବଃଲି କଃଉତାର୍ ? ମଃତର୍ ହୁର୍ତିଏ ହାହ୍ କେମା କଃରୁକେ ନଃରାର୍ ହୟ୍ସିର୍ ଜେ ଅଃଦିକାର୍ ଆଚେ;" ଇରି ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଜିସୁ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ଉଟ୍, ତର୍ କଃଟ୍ ଦଃରି ନିଜାର୍ ଗଃରେ ଜାଆ ।"
ସେତାକ୍ ସେ ରଗି ଉଟି ତାର୍ ଗଃରେ ଗଃଲା ।
ସେତି ଗଟ୍ ଲକ୍ ରିଲା, ତାର୍ ଗଟେକ୍ ଆତ୍ ସୁକିଜାୟ୍ରିଲି । ଆରେକ୍ ଜିସୁର୍ ବିରୁଦେ ଦଃସ୍ ଦଃରୁକ୍ କଃତେକ୍ ଲକ୍ ଜାଗି ରିଲାୟ୍, ସେତାର୍ ଗିନେ ଜିସୁକେ ହଃଚାର୍ଲାୟ୍, "ବିସାଉଁଣିବାର୍ ଦିନ୍ ଉଜ୍ କଃର୍ତାର୍ କାୟି ମସାର୍ ବିଦି ବିରଦ୍ ନାୟ୍ ?"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଜଦି ତୁମିମଃନାର୍ ବିତ୍ରେ କାର୍ ଗଟେକ୍ ମେଣ୍ଡା ବିସାଉଁଣିବାର୍ ଦିନ୍ କାଲ୍ ବିତ୍ରେ ଅଦ୍ରେଦ୍, ତଃବେ ତାକ୍ କାୟି ଉଟାୟ୍ ନାଣାସ୍ ?" ତଃବେ ମେଣ୍ଡା ତଃୟ୍ହୁଣି ମାନାୟ୍ କଃତେକ୍ ବଃଡ୍, ମସାର୍ ବିଦି ହଃର୍କାରେ "ବିସାଉଁଣିବାର୍ ଦିନ୍ ବିନ୍ ଲକେ ଉହ୍କାର୍ କଃର୍ତା ବିଦି ।" ତାର୍ହଃଚେ ଜିସୁ ସେମାନାୟ୍କେ କୟ୍ଲା, "ତର୍ ଆତ୍ ଲାମାଉ ।"
ସେ ଆତ୍ ଲାମାୟ୍ଲାକେ ତାର୍ ବିନ୍ ଆତ୍ ହର୍ ଆରେକ୍ ନିକ ଅୟ୍ଲି ।
ସେ ଗଃରେ ସିମନାର୍ ସଃତୁର୍ସି ଜଃରାର୍ ଗିନେ ଟାଟାୟ୍ ଡୁଳି ରିଲି, ସେତାର୍ଗିନେ ଚେଲାମଃନ୍ ସିମନାର୍ ସଃତୁର୍ସି ଜଃରୁଲି ବଃଲି ଜିସୁକେ ସେଦାହ୍ରେ କୟ୍ଲାୟ୍ । ଜିସୁ ତାର୍ ଲଃଗେ ଗଃଲା ଆର୍ ତାର୍ ଆତେ ଦଃରି ତାକ୍ ଉଟାୟ୍ଲା, ସେଦାହ୍ରେ ତାର୍ ଜଃର୍ ଚାଡ୍ଲି ଆର୍ ସେ ସେମଃନ୍କେ କାଉଁକେ ହିଉଁକ୍ ଦଃୟ୍କଃରି, ତାକାର୍ ସେବା କଃରୁକେ ଦଃର୍ଲି ।
ଜିସୁ ଗଟେକ୍ ବଃଡ୍ ରଗ୍ୟାକେ ନିକ କଃଲା
ଗଟେକ୍ ବଃଡ୍ ରଗି ଆୟ୍ଲା, ଆର୍ ଜିସୁର୍ ମୁଏଁ ମାଣ୍ଡିକୁଟା ଟେସି ହାଦେଡୁଳି ଗଃଉଆରି କଃରି କୟ୍ଲା, "ତୁୟ୍ ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।"
ଜିସୁ ତାର୍ ଉହ୍ରେ ଦଃୟା ଦଃକାୟ୍ଲା ଆର୍ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, "ମୁଁୟ୍ ମଃନ୍ କଃରୁଲେ ତୁୟ୍ ଉଜ୍ ଅଃଉ !" ଆର୍ ସେଦାହ୍ରେ ସେମାନାୟ୍ର୍ ବଃଡ୍ ରଗ୍ ଚାଡ୍ଲି, ଆର୍ ସେ ଉଜ୍ ଅୟ୍ଲା ।
ସଃଡେବଃଳ୍ ଗଟ୍ ଏକ୍ଅଃଙ୍ଗି ରଗିକେ ଚାରିଲକ୍ ବୟ୍କଃରି ଜିସୁର୍ ଲଃଗେ ଆଣ୍ଲାୟି । ଟେଲାକୁର୍ଚା ଲକ୍ ମଃନ୍ଦାର୍ ଗିନେ ଜିସୁର୍ ଚଃମେ ଆଣୁ ନଃହାର୍ଲାକ୍ ଜିସୁ ଜୁୟ୍ତି ଟିଅୟ୍ ରିଲା, ସେ ସଃଳ୍କେ ଚାନି କାଣାକଃରି ରଗି ମାନାୟ୍ ସୟ୍ରିଲା ଟାଟି ତଃୟ୍ ଉତ୍ରାୟ୍ଲାୟ୍ । ଜିସୁ ସେ ଲକ୍ମଃନାର୍ ବିସ୍ୱାସ୍ ଦଃକି ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ଏ ହିଲା ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ।"
କଃତେକ୍ ଦଃର୍ମ୍ଗୁରୁ ମଃନ୍ ବଃସିକଃରି ସେମଃନାର୍ ବିତ୍ରେ ମଃନେ ବାବ୍ଲାୟ୍, "ଇମାନାୟ୍ କାୟିତାକ୍ ଇବାନ୍ୟା କଃଉଁଲା ? ସେ ଇସ୍ୱରାର୍ ଲିନ୍ଦା କଃରୁଲା ! ମାପୁର୍କେ ଚାଡି କେହେଁ ହାହ୍ କେମା କଃରୁ ନଃହାରେ ।"
ଜିସୁ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନା ଆତ୍ମା ତଃୟ୍ ଜାଣୁ ହାରି, ସେମଃନ୍କେ କୟ୍ଲା, "ତୁମି କାୟିତାକ୍ ଇରଃକମ୍ ମଃନେ ବାବୁଲାସ୍ ? କାୟିରି ଉହାସ୍ ? ଏକ୍ଅଃଙ୍ଗି ରଗିକ୍, ‘ତର୍ ହାହ୍ କେମା କଃରା ଅୟ୍ଲି,’ ବଃଲି କଃଉତାର୍, କି, ‘ଉଟ୍, ତର୍ ସୟ୍ରିଲା କଃଟ୍ ଦଃରିକଃରି ଜାଆ,’ ବଃଲି କଃଉତାର୍ ? ମଃତର୍ ହୁର୍ତିବି ଉହ୍ରେ ହାହ୍ କେମା କଃର୍ତା ଅଃଦିକାର୍ ନଃରାର୍ ହୟିସି ଜେ ମୁଁୟ୍, ମର୍ ଅଃଦିକାର୍ ଆଚେ, ଇରି ଜଃନ୍କଃରି ତୁମି ଜାଣୁ ହାରାସ୍ ।" ଇତାକ୍ ଏକ୍ଅଃଙ୍ଗି ରଗିକ୍ ଜିସୁ ଇ କଃତା କୟ୍ଲା, "ମୁଁୟ୍ ତକେ କଃଉଁଲେ, ଉଟ୍ ତର୍ କଃଟ୍ ବୟ୍ ଗଃରେ ଜାଆ !" ଜିସୁ କୟ୍ଲା ଦାହ୍ରେ କଃଟ୍ ବୟ୍ ସଃବୁ ଲକାର୍ ମୁୟେ ସେମାନାୟ୍ ବାରାୟ୍ ଗଃଲା । ଇରି ସବୁ ଲକ୍ମଃନ୍ ଦଃକି କାବା ଅୟ୍ଲାୟ୍ ଆର୍ ଇସ୍ୱରାର୍ ଗୁଣ୍ ଗାୟ୍ଲାୟ୍ ଆର୍ କୟ୍ଲାୟ୍, "ଅଃମି କଃବେହେଁ ଅଃନ୍କାର୍ ଦଃକି ନଃରିଲୁ ।"
ଜିସୁ ଆତ୍ ସୁକିରିଲା ମାନାୟ୍କେ ନିକ କଃଲା
ଜିସୁ ଆରେକ୍ ଗଟ୍ତର୍ ପାର୍ତ୍ନା ଗଃରେ ଗଃଲା । ସେତି ଗଟେକ୍ ମାନାୟ୍ ରିଲା, ତାର୍ ଆତ୍ ସୁକି ଜାୟ୍ରିଲି । ଆର୍ ସେ କେଜାଣ୍ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ନାୟ୍ ବଃଲି କଃତେକ୍ ଲକ୍ମଃନ୍ ଦଃକ୍ତି ରିଲାୟ୍; ଜଃନ୍କଃରି ସେ ଲକ୍ମଃନ୍ ତାକ୍ ଦଃସ୍ ଦଃରୁ ହାର୍ତି । ଜିସୁ ଆତ୍ ସୁକି ରିଲା ମାନାୟ୍କେ କୟ୍ଲା, "ଆଉ ମଃଜାୟ୍ ଟିଆ ଅଃଉ ।" ତାର୍ହଃଚେ ଜିସୁ ଲକ୍ମଃନ୍କେ କୟ୍ଲା, "ବିସାଉଁଣିବାର୍ ଦିନ୍ କାୟି କଃର୍ତା ବିଦି ? ବଃଲ୍ କାମ୍ କଃର୍ତାର୍ କି କଃରାପ୍ କଃର୍ତାର୍ ? ଗଟ୍ ଲକାର୍ ଜିବନ୍ ବଚାଉତାର୍, କି ଗଟ୍ ଲକାର୍ ଜିବନ୍ ନଃସ୍ଟ୍ କଃର୍ତାର୍ ?" ମଃତର୍ ସେ ଲକ୍ମଃନ୍ ତୁନ୍ହଃଳି ରିଲାୟ୍ । ଜିସୁ ସେମାନାୟ୍ର୍ ଅଃଟୁଆ ମଃନ୍ ଦଃକି ମଃନ୍ ଦୁକ୍ କଃରି ଚାରିହାକ୍ ଦଃକ୍ଲା, ଆର୍ ସେମାନାୟ୍କେ କୟ୍ଲା, "ତର୍ ଆତ୍ ଲାମାଉ ।" ସେ ଲକ୍ ଜିସୁର୍ ହାକ୍ ତାର୍ ଆତ୍ ଲାମାୟ୍ଲା ଆର୍ ସେଦାହ୍ରେ ତାର୍ ଆତ୍ ନିକ ଅୟ୍ଲି ।
ଜିସୁ ଗଟ୍ ବଃଡ୍ ରଗ୍ୟାକେ ଉଜ୍ କଃଲା
ଗଟ୍ତର୍ ଜିସୁ ଗଟ୍ ଗଃଳେ ରିଲା ବଃଳ୍, ଦଃକା, ସେତି ଗଟେକ୍ ବଃଡ୍ ରଗି ରିଲା; ସେ ଜିସୁକେ ଦଃକି ମୁଣ୍ଡିଆ ମାରିକଃରି କାନିକଃର୍ମ୍ ଅୟି କୟ୍ଲା, "ଏ ମାପୁର୍, ତୁୟ୍ ଜଦି ମଃନ୍ କଃର୍ସି, ତଃବେ ମକ୍ ଉଜ୍ କଃରୁ ହାର୍ସି ।"
ସେତାର୍ ଗିନେ ଜିସୁ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, "ମୁଁୟ୍ ମଃନ୍ କଃରୁଲେ, ତୁୟ୍ ଉଜ୍ ଅଃଉ ।" ସେଦାହ୍ରେ ବଃଡ୍ ରଗ୍ ତାର୍ ତଃୟ୍ହୁଣି ଦୁର୍ ଅୟ୍ଲି ।
ଆରେକ୍ ଦଃକା, କଃତେକ୍ ଲକ୍ ଗଟେକ୍ ଏକ୍ଅଃଙ୍ଗି ରଗିକେ କଃଟେ ବୟ୍ଆଣି ତାକ୍ ବିତ୍ରେ ନେଉଁକେ ଆର୍ ଜିସୁର୍ ମୁଏଁ ସଃଙ୍ଗାଉଁକ୍ ଉପାୟ୍ କଃର୍ତି ରିଲାୟ୍ । ମଃତର୍ ଲକ୍ ମଃନ୍ଦାର୍ ଗିନେ ତାକ୍ ବିତ୍ରେ ନେଉଁକେ ବାଟ ନଃମିଳ୍ଲାକ୍ ସେମଃନ୍ ଗଃରାର୍ ଚାନି ଉହ୍ରେ ଜାୟ୍, ଚାନି କାଣା କଃରି କଃଟ୍ ସଃଙ୍ଗ୍ ତାକ୍ ମଃଜାୟ୍ ଜିସୁର୍ ଲଃଗେ ଉତ୍ରାୟ୍ଲାୟ୍ । ଜିସୁ ସେମଃନାର୍ ବିସ୍ୱାସ୍ ଦଃକି କୟ୍ଲା, "ଏ ବାୟ୍, ତର୍ ହାହ୍ ସଃବୁ କେମା କଃରାଅୟ୍ ଆଚେ ।"
ସେତାର୍ ଗିନେ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ନିଜାର୍ ନିଜାର୍ ବିତ୍ରେ କଃତାବାର୍ତା ଅୟି ଇବାନ୍ୟା ବଃଲି କଃଉଁକେ ଦଃର୍ଲାୟ୍, "ଇ ମାନାୟ୍ ତ ଇସ୍ୱରାର୍ ଲିନ୍ଦା କଃରୁଲା, ଇ ମାନାୟ୍ କେଏ ? ଅଃବ୍କା ମାପୁର୍କେ ଚାଡି ଆର୍ କେଏ ହାହ୍ କେମା କଃରୁହାରେ ?"
ମଃତର୍ ଜିସୁ ସେମଃନାର୍ କଃତାବାର୍ତା ବୁଜିକଃରି ସେମଃନ୍କେ ଉତୁର୍ ଦିଲା, "ତୁମିମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରେ କାୟିରି କଃତାବାର୍ତା ଅଃଉଁଲାସ୍ ? କାୟିରି ଉପାସ୍ ? ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ବଃଲି କଃଉତାର୍, କି ଉଟ୍ ଇଣ୍ଡି ଜାଆ ବଃଲି କଃଉତାର୍ ? ମଃତର୍ ହୁର୍ତିବିଏ ହାହ୍ କେମା କଃରୁକେ ନଃରାର୍ ହୟ୍ସିର୍ ଜେ ଅଃଦିକାର୍ ଆଚେ," ଇରି ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଜିସୁ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ମୁଁୟ୍ ତକେ କଃଉଁଲେ, ଉଟ୍ ଆର୍ ନିଜାର୍ କଃଟ୍ ଦଃରି ନିଜାର୍ ଗଃରେ ଜାଆ ।"
ସେତାର୍ ହଃଚେ ସେ ସେଦାହ୍ରେ ସେମଃନାର୍ ମୁଏଁ ଉଟି, ଜୁୟି କଃଟ୍ ଉହ୍ରେ ସେ ସୟ୍ରିଲା, ସେରି ଦଃରି ଇସ୍ୱରାର୍ ଗୁଣ୍ଗାୟ୍କଃରି ନିଜାର୍ ଗଃରେ ଗଃଲା ।
ଜିସୁ ସୁକ୍ଲା ଆତାର୍ ମାନାୟ୍କେ ଉଜ୍ କଃଲା
ଜିସୁ ଆରେକ୍ ଗଟେକ୍ ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ହୁରି ସିକ୍ୟା ଦେତିରିଲା; ସେତି ଗଟେକ୍ ଲକ୍ ରିଲା, ତାର୍ କାତା ଆତ୍ ସୁକିଜାୟ୍ରିଲି । ଆର୍ କେଜାଣ୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ବଃଲି କଃତେକ୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦଃକ୍ତି ରିଲାୟ୍, ଜଃନ୍କଃରି ସେମଃନ୍ ତାର୍ ବିରୁଦେ ଦଃସ୍ ଦଃର୍ତାର୍ ବାଟ୍ ହାଉତି । ମଃତର୍ ଜିସୁ ସେମଃନାର୍ ମଃନ୍ ବିତ୍ରାର୍ କଃତା ଜାଣୁ ହାରି, ଜୁୟି ଲକାର୍ ଆତ୍ ସୁକିଜାୟ୍ରିଲି, ତାକ୍ କୟ୍ଲା, "ଉଟ୍ ମଃଜାୟ୍ ଟିଆ ଅଃଉ ।" ଆର୍ ସେ ଉଟି ଟିଆ ଅୟ୍ଲା । ତାର୍ହଃଚେ ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ହଃଚାରୁଲେ, ବିସାଉଁଣିବାର୍ ଦିନ୍ କାୟି କଃର୍ତା ବିଦି ? ନିକ କଃର୍ତାର୍ କି କଃରାପ୍ କଃର୍ତାର୍ ? ଜିବନ୍ ବଚାଉତାର୍ କି ନାସ୍ କଃର୍ତାର୍ ?" ଆର୍ ସେ ଚାରିହାକ୍ ସଃବ୍କେ ଦଃକିକଃରି ତାକ୍ କୟ୍ଲା, "ତର୍ ଆତ୍ ଲାମାଉ ।" ତଃବାର୍ ଗିନେ ସେ ଆତ୍ ଲାମାୟ୍ଲା, ଆରେକ୍ ତାର୍ ଆତ୍ ନିକ ଅୟ୍ଲି ।
ଜିସୁ ହାଁଚ୍ କଳି ସଃଇନାର୍ ମୁଳିକାର୍ ଦଃଙ୍ଗ୍ଳାକେ ଉଜ୍ କଃଲା
ଜିସୁର୍ କଃତା ଲକ୍ମଃନ୍ ସୁଣ୍ତି ରିଲାବଃଳ୍ ଅଃହ୍ଣାର୍ ସଃର୍ନେ କଃତା କୟ୍ ସଃରାୟ୍କଃରି କପୁର୍ନାହୁମ୍ ଗଃଳେ ଗଃଲା । ସଃଡେବଃଳ୍ ଗଟେକ୍ ସଏ ସଃଇନାର୍ ଉହ୍ରେ ବଃଡ୍ ସଃଇନାର୍ ଗତିଦଃଙ୍ଗ୍ଳା ମଃଳୁ ହଃଳି ରିଲା । ସେ ତାକ୍ ବଃଡେ ଲାଡ୍ କଃର୍ତିରିଲା । ସେ ଜିସୁର୍ ବିସୟେ କବୁର୍ ହାୟ୍ଁ ସେ ଜଃନ୍କଃରି ଆସି ତାର୍ ଗତିଦଃଙ୍ଗ୍ଳାର୍ ଜିବନ୍ ଉଜ୍ କଃରେଦ୍, ଆର୍ ଗିନେ ତାର୍ ହାକ୍ ଜିଉଦିମଃନାର୍ କଃତେକ୍ ପାରାଚିନ୍ମଃନ୍କେ ହଃଟାୟ୍ ଗଃଉଆରି କଃଲା । ସେମଃନ୍ ଜିସୁର୍ ଚଃମେ ହଚି ତାକ୍ ବଃଡେ ଗଃଉଆରି କଃରୁକେ ଦଃର୍ଲାୟ୍, "ତୁୟ୍ ତାର୍ ଗିନେ ଇରି କଃର୍ସି, ସେ ସେତାର୍ ଜୟ୍ଗ୍ ଆଚେ । କାୟିତାକ୍ବଃଲେକ୍ ସେ ଅଃମାର୍ ଜିଉଦି ଲକ୍ମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ଅଃମାର୍ ଗିନେ ପାର୍ତ୍ନା ଗଃର୍ ବାନ୍ଦି ଦଃୟି ଆଚେ ।" ସେତାକ୍ ଜିସୁ ସେମଃନାର୍ ସଃଙ୍ଗ୍ ଗଃଲା, ସେ ଗଃରାର୍ ଅଃଳକ୍ ଲଃଗେ ହଚ୍ଲାକ୍, ସଃଇନ୍ ମଃନାର୍ ବଃଡ୍ ସଃଇନ୍ ତାର୍ ଅଃହ୍ଣାର୍ ଲକ୍ମଃନ୍କେ ହଃଟାୟ୍ ଜିସୁକେ କୟ୍ଲା, "ମାପୁର୍ କଃସ୍ଟ କଃର୍ ନାୟ୍ ନି, ବଃଲେକ୍ ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍ । ଇତାକ୍ ମୁଁୟ୍ ତର୍ ଲଃଗେ ଜଃଉଁକେ ଜୟ୍ଗ୍ ବଃଲି ମଃନେ ନଃବାବ୍ଲେ, ମଃତର୍ ହଃଦେକ୍ ଆଦେସ୍ ଦଃୟି କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅଃଉଅ । କାୟିତାକ୍ବଃଲେକ୍ ମୁଁୟ୍ ମର୍ ଉହ୍ରାର୍ ଅଃଦିକାରି ତଃଳେ ରେତା ଲକ୍ ଅୟିଲେକ୍ ହେଁ ମର୍ ତଃଳେ ସଃଇନ୍ମଃନ୍ ଆଚ୍ତି; ମୁଁୟ୍ ଗଟ୍ ଲକ୍କେ, ‘ଜାଆ !’ ବଃଲେକ୍ ସେ ଜାୟ୍ଦ୍, ଆରେକ୍ ଗଟ୍ଲକ୍କେ, ‘ଆଉ !’ ବଃଲେକ୍ ସେ ଆସେଦ୍; ଆର୍ ମର୍ ଗତିଦଃଙ୍ଗ୍ଳାକ୍, ଇରି କଃର୍ ! ବଃଲେକ୍ ସେ କଃରେଦ୍ ।" ଜିସୁ ଇ ସଃବୁ କଃତା ସୁଣି ବଃଡେ କାବା ଅୟ୍ଲା, ଆର୍ ଲେଉଟି ଦଃକି ତାର୍ ହଃଚେ ଆସ୍ତା ଲକ୍ମଃନ୍କେ କୟ୍ଲା, ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ହେଁ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ । ଆର୍ ହଃଟାୟ୍ରିଲା ଲକ୍ମଃନ୍ ଗଃରେ ବାଉଳି ଆସି ସେ ଗତିଦଃଙ୍ଗ୍ଳାକ୍ ଉଜ୍ ଅୟ୍ଲାର୍ ଦଃକ୍ଲାୟ୍ ।
ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟି ଟିଆ ଅଃଉଁକେ ନଃହାର୍ତିରିଲି । ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, "ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !" ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟି ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।
ଜିସୁ ଗଟେକ୍ ରଗିକ୍ ନିକ କଃଲା
ଗଟ୍ତର୍ ଜିସୁ ବିସାଉଁଣିବାର୍ ଦିନ୍, ପାରୁସିମଃନାର୍ ଗଟେକ୍ ମୁଳିକାର୍ ଗଃରେ ବଜି କାଉଁକେ ଗଃଲା, ଲକ୍ମଃନ୍ ଜିସୁକେ ଦଃକି ଲାଗ୍ଲାୟ୍ । ଆର୍ ଦଃକା, ସେତି ଜିସୁର୍ ମୁଏଁ ହୁଲା ବେମାରେ ହଃଳି ରିଲା ଗଟେକ୍ ଲକ୍ ରିଲା । ଜିସୁ ପାରୁସି ଆର୍ ଦଃର୍ମ୍ସାସ୍ତ୍ରିମଃନ୍କେ ହଃଚାର୍ଲା "ବିସାଉଁଣିବାରେ ରଗିକ୍ ଉଜ୍ କଃରୁକେ ବିଦି ଆଚେ କି ନାୟ୍ ?" ମଃତର୍ ସେମଃନ୍ ଚିମ୍ରା ଅୟ୍ରିଲାୟ୍ ।
ଆରେକ୍ ଜିସୁ ତାକ୍ ଚୁୟ୍କଃରି ଉଜ୍ କଃଲା, ଆର୍ ତାର୍ ଗଃରେ ହଃଟାୟ୍ ଦିଲା ।
ଦଃସ୍ଗଟ୍ ବଃଡ୍ ରଗିକ୍ ଜିସୁ ଉଜ୍ କଃଲା
ଜିସୁ ଜିରୁସାଲମେ ଜାତିରିଲା ବଃଳ୍ ସମିରଣ୍ ଆର୍ ଗାଲିଲି ବାଟ୍ ଅୟି ଜାତିରିଲା । ଆର୍, ସେ କୁୟି ଗଟେକ୍ ଗାଉଁଏ ହୁର୍ଲାକେ, ସେତି ଦଃସ୍ଗଟ୍ ବଃଡ୍ ରଗିମଃନ୍ ତାର୍ ସଃଙ୍ଗ୍ ବେଟ୍ ଅୟ୍ଲାୟ୍ । ସେମଃନ୍ ଦୁରିକ୍ ଟିଅୟ୍ ଆଉଲି ଅୟି କୟ୍ଲାୟ୍, "ଏ ଜିସୁ ! ଗୁରୁ ! ଅଃମିକ୍ ଦଃୟା କଃର୍ ।"
ଆରେକ୍ ଜିସୁ ସେମଃନ୍କେ ଦଃକି କଃରି କୟ୍ଲା, "ତୁମିମଃନ୍ ଜାୟ୍ ନିଜ୍ ନିଜ୍କେ ଜାଜକ୍ମଃନ୍କେ ଦଃକାଉଆ ।" ଆର୍ ସେମଃନ୍ ଜଃଉଁ ଜଃଉଁ ବାଟେ ଉଜ୍ ଅୟ୍ଲାୟ୍ ।
ମଃତର୍ ସେମଃନାର୍ ବିତ୍ରେ ଗଟେକ୍ ଲକ୍ ମୁୟ୍ଁ ନିକଅୟ୍ ଆଚି ବଃଲି ଜାଣି କଃରି ବଃଡ୍ ଟଣ୍ଡେ ଇସ୍ୱରାର୍ ଗୁଣ୍ଗାୟ୍ କଃରି ଜିସୁର୍ ଲଃଗେ ବାଉଳି ଆସି, ସେ ଜିସୁର୍ ଗଃଳ୍ ତଃଳେ ଡୁଳି ତାର୍ ଗୁଣ୍ କଃଉଁକେ ଦଃର୍ଲା, ସେ ଗଟେକ୍ ସମିରଣିୟ ଲକ୍ ରିଲା । ସେତାର୍ଗିନେ ଜିସୁ ତାକ୍ କୟ୍ଲା, "ଦଃସ୍ଲକ୍ କାୟିରି ଉଜ୍ ନଃଉତି ? ତଃବେ ଆରେକ୍ ନଅଲକ୍ କଃୟ୍ଗଃଲାୟ୍ ? ଇସ୍ୱରାର୍ ଜଃଜ୍ମାନ୍ କଃଉଁକେ ଇ ଅଜିଉଦି ଲକ୍କେ ଚାଡି କଃରି କାୟିରି ଆରେକ୍ କେହେଁ ବାଉଳି ନାୟ୍ଲାୟ୍ ?" ଜିସୁ ତାକ୍ କୟ୍ଲା, "ଉଟିକଃରି ଜା ତର୍ ବିସ୍ୱାସ୍ ତକ୍ ଉଜ୍ କଃରିଆଚେ ।"
ଜିସୁ ବଃନ୍ଦ୍ ଚଃମେ ରଗିକେ ଉଜ୍ କଃଲା
ଇତାର୍ ହଃଚେ ଜିଉଦିମଃନାର୍ ଗଟ୍ ହଃର୍ବ୍ ଆୟ୍ଲି, ଆର୍ ଜିସୁ ଜିରୁସାଲମେ ଗଃଲା । ଜିରୁସାଲମାର୍ ମେଣ୍ଡା ଦୁଆର୍ ଲଃଗେ ସେତି ଗଟ୍ ହାଣିବଃନ୍ଦ୍ ଆଚେ । ଏବ୍ରି ବାସାୟ୍ ତାକ୍ ବେତ୍ସଃୟ୍ଦା ବଃଲି କଃଉତି, ତାର୍ ହାଁଚ୍ଗଟ୍ ହିଣ୍ଡା ଆଚେ । ସେ ହିଣ୍ଡା ଉହ୍ରେ ଗାଦେକ୍ ରଗେ ହଃଳ୍ଲା ଲକ୍ମଃନ୍, କାଣା, ଚଟା, ଗଃଗାଳ୍ ସୁକ୍ଲା ଲକ୍ମଃନ୍ ରେତିରିଲାୟ୍ । ସେମଃନ୍ ହାଣି ଜୁଲୁକ୍ତାର୍ ଜାଗି ରେତିରିଲାୟ୍ । ବଃଲେକ୍ କଃଡେକଃଡେ ବଃଳ୍ ମାପୁରାର୍ ଦୁତ୍ ହାଣିବଃନ୍ଦେ ଉତ୍ରି ହାଣି ଜୁଲ୍କାଉତି ରିଲା, ଆର୍ ହାଣି ଜୁଲୁକ୍ଲା ହଃଚେ ଜେ ଆଗ୍ତୁ ସେତି ବୁଡ୍ତି ରିଲା, ସେ ଜୁୟି ରଗେ ହଃଳି ରିଲେକ୍ ହେଁ ଉଜ୍ ଅଃଉତି ରିଲା । ସେତି ଦୁୟ୍କଳି ଅଃଟ୍ର ବଃର୍ସ୍ ଦଃରି ଗଟେକ୍ ମଃଳୁ ହଃଳ୍ଲା ଲକ୍ ରିଲା । ଜିସୁ ତାକେ ସେତି ରିଲାର୍ ଦଃକି, ବୁତେକ୍ ବଃର୍ସ୍ ହୁଣି ରଗେ ହଃଳି ଆଚେ ବଃଲି ଜାଣି ତାକ୍ ହଃଚାର୍ଲା, "ତୁୟ୍ କାୟି ଉଜ୍ ଅଃଉଁକେ ମଃନ୍ କଃରୁଲିସ୍ ?"
ସେ ରଗି ଜିସୁକେ କୟ୍ଲା, "ଏ ମାପୁର୍, ହାଣି ଦଃମ୍କ୍ଲା ବଃଳ୍ ମକ୍ ବଃନ୍ଦ୍ ବିତ୍ରେ ଟେକି ନେଉଁକ୍ ମର୍ କେଏ ହେଁ ନାୟ୍; ଆର୍ ମୁୟ୍ ଜଃଉଁ ଜଃଉଁ ବିନ୍ ଲକ୍ ମର୍ ଆଗ୍ତୁ ଜାଣାୟି ଜାୟ୍ ବୁଡୁଲା ।"
ଜିସୁ ତାକ୍ କୟ୍ଲା, "ଉଟ୍, ତର୍ ଟାଟି ଦଃରି ଇଣ୍ଡ୍ ।" ସେଦାହ୍ରେ ସେ ରଗି ଉଜ୍ ଅୟ୍ଲା ଆର୍ ତାର୍ କଃଟ୍ ଦଃରି ଇଣ୍ଡୁକ୍ ଦଃର୍ଲା ।
ସେଦିନ୍ ବିସାଉଁଣି ବାର୍ ରିଲି ।
ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟିସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା । ସଃଡେବଃଳ୍ ସେ ରାଜ୍ ଗୁମୁସ୍ତା ଜିସୁ ଜିଉଦା ତଃୟ୍ହୁଣି ଗାଲିଲି ଆୟ୍ଲା ଆଚେ ବଃଲି ସୁଣି, ସେ ଜିସୁର୍ ଚଃମେ ଆୟ୍ଲା ଆର୍ କପୁର୍ନାହୁମ୍ ଜାୟ୍ ତାର୍ ହୟ୍ସିକ୍ ଉଜ୍ କଃରୁକେ ଗଃଉଆରି କଃରୁକେ ଦଃର୍ଲା, ବଃଲେକ୍ ତାର୍ ହୟିସି ମଃରୁକ୍ କଃଣ୍ଡେକ୍ ରିଲା ।
ସେତାକ୍ ଜିସୁ ତାକେ କୟ୍ଲା, "ଚିନା ଆର୍ କାବା ଅଃଉତା କାମ୍ମଃନ୍ ନଃଦେକ୍ଲେକ୍ ତୁମିମଃନ୍ କଃବେ ହେଁ ସଃତ୍ ନଃକେରାସ୍ ।"
ରାଜ୍ ଗୁମୁସ୍ତା ଜିସୁକେ କୟ୍ଲା, "ଏ ମାପୁର୍, ମର୍ ହିଲା ମଃର୍ତା ଆଗ୍ତୁ ମର୍ ସଃଙ୍ଗ୍ ଆଉ ।"
ଜିସୁ ତାକେ କୟ୍ଲା, "ଜା, ତର୍ ହୟ୍ଦି ବଚ୍ଲାବେ ।" ଜିସୁ ସେ ଲକେ ଜୁୟି କଃତା କୟ୍ଲା, ସେ କଃତା ସଃତ୍କଃରି ସେତି ହୁଣି ଗଃଲା । ଆର୍ ସେ ଜଃଉଁଜଃଉଁ ତାର୍ ଗତିଦଃଙ୍ଗ୍ଳାମଃନ୍ ବାଟେ ବେଟ୍ଅୟ୍ ତର୍ ହିଲା ବଚ୍ଲାବେ ବଃଲି କୟ୍ଲାୟ୍ ।
ସେତାକ୍ ରାଜ୍ ଗୁମୁସ୍ତା ସେମଃନ୍କେ ହଃଚାର୍ଲା, "କଃଡେବଃଳ୍ ହିଲା ଉଜ୍ ଅୟ୍ଲା ।"
ସେତାକ୍, ତାର୍ ଦଃଙ୍ଗ୍ଳାମଃନ୍ କୟ୍ଲାୟ୍, "ଗଃଲା କାଲି ସାତ୍ ଗଃଟା ବେଳାୟ୍ ତାର୍ ଜଃର୍ ଚାଡ୍ଲି ।" ଇତାକ୍ ଉବାସି ବୁଜ୍ଲା ଜେ, ଜିସୁ ଜୁୟି ବେଳାୟ୍ ତର୍ ହୟ୍ଦି ବଚ୍ଲାବେ ବଃଲି ତାକ୍ କୟ୍ରିଲା, ଟିକ୍ ସଃଡେବଃଳ୍ ଇ ଗଃଟ୍ଣା ଗଃଟ୍ଲି । ଆର୍ ସେ ନିଜେ ଆର୍ ତାର୍ ସଃବୁ ଗଃର୍ କୁଟୁମ୍ ଜିସୁକେ ବିସ୍ୱାସ୍ କଃଲାୟି ।
ଜିସୁ ଜିଉଦା ତଃୟ୍ହୁଣି ଆରେକ୍ ଗଟ୍ତର୍ ଗାଲିଲିକେ ଆୟ୍ଲା ହଃଚେ, ସେ ଇତାର୍ ସଃଙ୍ଗ୍ ଦୁୟ୍ତର୍ ଅୟ୍ଲି କାବା ଅଃଉତା ଚିନା କଃଲା ।
A mulher com fluxo de sangue
Uma mulher que sofria há doze anos tocou a orla do manto de Jesus e foi curada instantaneamente pela sua fé.
ଆର୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଅୟ୍ରିଲା ଗଟ୍ ମାୟ୍ଜି ଜିସୁର୍ ହଃଚ୍ବାଟ୍ୟା ଆସି ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି । ବଃଲେକ୍ ସେ ମଃନେ ମଃନେ କଃଉତି ରିଲି, "ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ନ୍ଦ୍ ।"
ମଃତର୍ ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ତାକ୍ ଦଃକି କୟ୍ଲା, "ଏ ନୁନି, ସାସ୍ ଦଃର୍, ତର୍ ବିସ୍ୱାସ୍ ତକେ ନିକ କଃଲି ।" ତଃତ୍କାଣ୍ ସେ ମାୟ୍ଜି ଉଜ୍ ଅୟ୍ଲି ।
ଜିସୁ ଗଟେକ୍ ଗଃଗାଳ୍ ଜାତା ମାୟ୍ଜିକେ ଉଜ୍ କଃଲା
ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗେ ହଃଳ୍ଲା ଗଟେକ୍ ମାୟ୍ଜିରିଲି । ସେ ରଗ୍ ଚାଡାୟ୍ ଅଃଉଁକେ କଃତେକ୍ ବୟ୍ଦ୍କାରି ହାକ୍ ଜାୟ୍କଃରି ସଃବୁଦଃନ୍ ସଃରାୟ୍ରିଲି, ମଃତର୍ ନିକ ଅଃଉତା ବାଦୁଲେ ଆରେକ୍ ଅଃଦିକ୍ ରଗି ଅୟି ରିଲି । ସେ ମାୟ୍ଜି ଜିସୁର୍ କଃତା ସୁଣ୍ଲି, ଆର୍ ସେ ଲକ୍ମଃନ୍ଦା ବିତ୍ରେ ଜିସୁର୍ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲି । କାୟିତାକ୍ବଃଲେକ୍ ସେ ବାବ୍ତି ରିଲି, "ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ଦ୍ ।"
ସେ ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲା ଦାହ୍ରେ ସେ ଗଃଗାଳ୍ ଜାତା ରଗେ ହୁଣି ଉଜ୍ ଅୟ୍ଲେ ବଃଲି ତାର୍ ଗଃଗାଳେ ଜାଣ୍ଲି ।
ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଦଃରି ଜିବନ୍ କାଟ୍ତାର୍ ଗଟେକ୍ ମାୟ୍ଜି ଜେ କି ନିଜାର୍ ଦଃନ୍ବିତ୍ ସଃରାୟ୍କଃରି ହେଁ କାର୍ ତଃୟ୍ହୁଣି ଉଜ୍ ଅଃଉଁ ନାହାର୍ତି ରିଲି । ସେ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି, ସେଦାହ୍ରେ ତାର୍ ଗଃଗାଳାର୍ ଗଃଗାଳ୍ ଜାତାର୍ ତେବଃଲି । ସେତାକ୍ ଜିସୁ କୟ୍ଲା, "କେଏ ମକ୍ ଚୁୟ୍ଲା ?" ମଃତର୍ ସଃବୁ ଲକ୍ ନାୟ୍ ବଃଲ୍ଲାକ୍, ପିତର୍ କୟ୍ଲା, "ଏ ଗୁରୁ, ଲକ୍ମଃନ୍ ଟେଲା ଟେଲି ଅୟି ତର୍ଉହ୍ରେ ମାଡା ଚଃଗା ଅଃଉଁଲାୟ୍ ।"
ମଃତର୍ ଜିସୁ କୟ୍ଲା, "କେଏ ଅଲେ ମକ୍ ଚୁୟ୍ଲା, କାୟିତାକ୍ବଃଲେକ୍ ମର୍ ତଃୟ୍ହୁଣି ସଃକ୍ତି ବାର୍ଲି ବଃଲି ମୁଁୟ୍ ଜାଣ୍ଲେ ।" ସଃଡେବଃଳ୍ ସେ ମାୟ୍ଜି ଦଃକ୍ଲି ଜେ, ସେ ଲୁକି ରେଉଁ ନଃହାର୍ଲି, ସଃଡେବଃଳ୍ ସେ ତଃର୍ତଃରି ଜିସୁର୍ ଗଡ୍ ତଃଳେ ଡୁଳ୍ଲି ଆର୍ କାୟିତାକ୍ ତାକ୍ ଚୁୟ୍ଲି ଆରେକ୍ କଃନ୍କଃରି ସେଦାହ୍ରେ ଉଜ୍ ଅୟ୍ଲି ସେରିସଃବୁ ଲକ୍ମଃନାର୍ ମୁୟେଁ କୟ୍ଲି । ସେତାକ୍ ଜିସୁ ତାକେ କୟ୍ଲା, "ଜିଇ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ଆଚେ, ସୁସ୍ତା ଅୟି ଜାଆ ।"
Ressurreições
Jesus ressuscitou mortos — a filha de Jairo, o filho da viúva de Naim e Lázaro. Ele é Senhor sobre a morte.
ଜାୟ୍ରସାର୍ ଜିସି ବଚ୍ଲି ଆର୍ ଗଃଗାଳ୍ ଜାତା ମାୟ୍ଜି ଉଜ୍ ଅୟ୍ଲି
ଜିସୁ ସେମଃନ୍କେ ଇ କଃତାମଃନ୍ କଃଉତା ବଃଳ୍, ଗଟ୍ ଜିଉଦି ମୁଳିକା ଜିସୁର୍ ଚଃମେ ଆସି ଜୁଆର୍ କଃରି କୟ୍ଲା, "ମର୍ ଜିି ଅଃବେ ସେ ମଃଲି, ମଃତର୍ ତୁୟ୍ ଆସି ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍ ସେ ବଚେଦ୍ ।"
ସେତାକ୍ ଜିସୁ ଉଟି ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ତାର୍ ହଃଚେ ହଃଚେ ଗଃଲାୟି ।
ହଃଚେ ଜିସୁ ସେ ଜିଉଦି ମୁଳିକାର୍ ଗଃରେ ଆସି ସୁର୍ଲି ହୁକ୍ତା ଲକ୍ମଃନ୍କେ ଆର୍ ଆଉଲି କାନ୍ଦ୍ତା ଲକ୍ମଃନ୍କେ ଦଃକି କୟ୍ଲା, "ହଃଦାୟି ବାରାଉଆ । ଇ ଟକି ନଃମେରେ, ମଃତର୍ ସଇ ଆଚେ ।" ସେତାକ୍ ସେମଃନ୍ ତାକ୍ ଗେଙ୍ଗ୍ରାୟ୍କଃରି କଃଉଁକେ ଦଃର୍ଲାୟ୍ । ମଃତର୍ ଲକ୍ମଃନ୍ ହଃଦାୟି ବାରାୟ୍ଲାକେ ସେ ବିତ୍ରେ ଜାୟ୍ ସେ ଟକିର୍ ଆତେ ଦଃରି ଉଟାୟ୍ଲାକ୍, ସେ ଉଟ୍ଲି ଆର୍ ଟିଅୟ୍ଲି ।
ସଃଡେବଃଳ୍ ଗଟେକ୍ ଜାଇରସ୍ ନାଉଁଆର୍ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସେ ଲଃଗେ ଆୟ୍ଲା, ଆର୍ ଜିସୁକେ ଦଃକିକଃରି ତାର୍ ହାଦେ ଡୁଳି ଜୁଆର୍ କଃଲା । ଆର୍ ବଃଡେ କାନିକଃର୍ମ୍ ଅୟି ଗଃଉଆରି କଃଲା, "ମର୍ ବାର ବଃର୍ସାର୍ ସାନ୍ ଜିଇ ମଃର୍ତା ଉହ୍ରେ ଆଚେ, ସେ ଜଃନ୍କଃରି ମଃର୍ନ୍ ତଃୟ୍ହୁଣି ବଚେଦ୍, ଇତାର୍ ଗିନେ ତୁୟ୍ ଆଉ ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ।"
ଜିସୁ ତାର୍ ସଃଙ୍ଗ୍ ଗଃଲା, ଆର୍ ସେତି ରିଲା ଲକ୍ମଃନ୍ଦା ତାର୍ ହଃଚେ ହଃଚେ ଗଃଲାୟି ଆର୍ ସେମଃନ୍ ଜିସୁର୍ ଉହ୍ରେ ମାଡାଚଃଗା ଅଃଉତିରିଲାୟ୍ ।
ଆର୍ ସେମଃନ୍ ମୁଳିକା ଜାଇରସାର୍ ଗଃରେ ହଚ୍ଲାୟ୍, ସେତି ଜିସୁ ଲକ୍ମଃନ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉତି ରିଲାର୍ ଦଃକ୍ଲାୟ୍ । ଜିସୁ ବିତ୍ରେ ଗଃଲା ଆର୍ କୟ୍ଲା, "କାୟିତାକ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉଁଲାସ୍ । ଇ ଟକି ନଃମେରେ, ମଃତର୍ ସଇଆଚେ ।" ଇ କଃତା ସୁଣି ଲକ୍ମଃନ୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
ମଃତର୍ ଜିସୁ ସଃବ୍କେ ହଃଦାୟି ବାର୍କଃରି, ସେ ହିଲାର୍ ଉବାସି, ଆୟ୍ସି ଆର୍ ଅଃହ୍ଣାର୍ ଲକ୍ମଃନାର୍ ସଃଙ୍ଗ୍ ସେ ଟକିହିଲା ଜୁୟ୍ତି ସୟ୍ରିଲି, ସେତି ଗଃଳାୟ୍ । ତାର୍ହଃଚେ ଜିସୁ ସେ ଟକିହିଲାର୍ ଆତେ ଦଃରି ତାକ୍ କୟ୍ଲା, "ଟଲିତାକୁମ୍ !" ବଃଲେକ୍, "ଏ ନୁନି, ମୁଁୟ୍ ତକେ କଃଉଁଲେ, ଉଟ୍ ।"
ସେଦାହ୍ରେ ସେ ଟକିହିଲା ଉଟ୍ଲି ଆର୍ ଚାଲାବୁଲା କଃରୁକେ ଦଃର୍ଲି, ବଃଲେକ୍ ତାକ୍ ବାର ବଃର୍ସ୍ ଅୟ୍ରିଲି । ଇରି ଦଃକି କଃରି ସେମଃନ୍ କାବା ଅୟି ଗଃଳାୟ୍ ।
ଜିସୁ ଆରେକ୍ କୟ୍ଲା, "ତଃବେ ମୁଁୟ୍ କାର୍ ସଃଙ୍ଗ୍ ଅଃବାର୍ ଜୁଗାର୍ ଲକ୍ମଃନ୍କେ ତୁଳ୍ନା କଃରିନ୍ଦ୍, ଆରେକ୍ ସେମଃନ୍ କାର୍ ହର୍ । ଜୁୟି ହିଲାମଃନ୍ ଆଟ୍ ବଃଜାରେ ବଃସି ତାକାର୍ ତାକାର୍ ବିତ୍ରେ କୁଦି କଃଉତି, ଅଃମିମଃନ୍ ତୁମାର୍ ଚଃମେ ସୁର୍ଲି ହୁକ୍ଲୁ, ତୁମିମଃନ୍ ନଃନାଚ୍ଲାସ୍, ଅଃମିମଃନ୍ ଦୁକେ ଦୁକ୍ ଗିତ୍ କୟ୍ଲୁ, ତୁମିମଃନ୍ ନଃକାନ୍ଦ୍ଲାସ୍, ସେମଃନ୍, ସେ ହିଲାମଃନାର୍ ହର୍ । କାୟିତାକ୍ବଃଲେକ୍ ବାପ୍ତିସମ୍ ଦେଉ ଜହନ୍ ଆୟ୍ଲା ଆର୍ ରୁଟି ନଃକାଇଲା କି ଅଙ୍ଗୁର୍ ରଃସ୍ ହେଁ ନଃକାୟ୍ଲା ଆର୍ ତୁମିମଃନ୍ କୟ୍ଲାସ୍ ସେ ବୁତ୍ ଦଃରାୟ୍ ଅୟିଆଚେ । ନଃରାର୍ ହୟିସି ଆୟ୍ଲା ଆର୍ କାଉଆ ହିଉଆ କଃରୁଲା ଆର୍ ତୁମିମଃନ୍ କଃଉଁଲାସ୍ ଦଃକା, ଇମାନାୟ୍ କାଉରାହେଟା ଆର୍ ମଃଦୁଆ, ରିବ୍ନି ଆର୍ ହାହିମଃନାର୍ ସଃଙ୍ଗୁଆଳି । ମଃତର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ଗ୍ୟାନ୍ ସିକ୍ତି ସେମଃନାର୍ ଜିବନେ ତାର୍ ସଃତ୍ ହଃର୍ମାଣ ମିଳେଦ୍ ।"
ପାରୁସି ସିମନ୍ ଗଃରେ ଜିସୁ
ଆର୍ ପାରୁସିମଃନାର୍ ବିତ୍ରେ ଗଟେକ୍ ଲକ୍ ଜିସୁକେ ତାର୍ ସଃଙ୍ଗ୍ ବଃସି କାଉଁକେ ଗଃଉଆରି କଃଲା, ସେତାକ୍ ଜିସୁ ପାରୁସି ଗଃରେ ଜାୟ୍ ତାର୍ ସଃଙ୍ଗ୍ କାଉଁକେ ବଃସ୍ଲା । ଆର୍ ଦଃକା, ସେ ଗଃଳେ ଗଟେକ୍ ହାହି ମାଇଜିଟକି ରିଲି, ଜିସୁ ସେ ପାରୁସିର୍ ଗଃରେ କାଉଁକେ ବଃସି ରିଲା, ଇରି ଜାଣିକଃରି ସେ ଗଟେକ୍ କଣ୍ଡାୟ୍ ବାସ୍ନା ଚିକଣ୍ ଦଃରି ଆୟ୍ଲି ।
ଆର୍ ଦଃକା ଜାଇରସ୍ ନାଉଁଆର୍ ଗଟେକ୍ ଲକ୍ ଆୟ୍ଲା, ସେ ପାର୍ତ୍ନା ଗଃରାର୍ ମୁଳିକା ଲକ୍ ରିଲା, ସେ ଜିସୁର୍ ଗଡ୍ ତଃଳେ ଡୁଳି, ଅଃହ୍ଣାର୍ ଗଃରେ ଜଃଉଁକେ ଗଃଉଆରି କଃଲା । ବଃଲେକ୍ ତାର୍ ବାର ବଃର୍ସାର୍ ଗଟେକ୍ ବଃଲି ଜିସି ରିଲି, ଆର୍ ସେ ମଃରୁକ୍ କଃଣ୍ଡେକ୍ ରିଲି, ମଃତର୍ ଜିସୁ ଜାତାବଃଳ୍ ଲକ୍ମଃନ୍ ତାର୍ ଉହ୍ରେ ମାଡାଚଃଗା ଅଃଉତି ରିଲାୟ୍ ।
ଜିସୁ ଇ କଃତା କଃଉତା ବଃଳ୍, ପାର୍ତ୍ନାଗଃରାର୍ ମୁଳିକାର୍ ଗଃରେହୁଣି ଗଟ୍ ଲକ୍ ଆସି ତାକେ କୟ୍ଲା, "ତର୍ ଜିଦି ମଃଲିନି, ଗୁରୁକ୍ ଆରେକ୍ କଃସ୍ଟ ଦେସ୍ନାୟ୍ ।"
ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।"
ଆର୍ ଜିସୁ ଗଃରେ ଆସି, ପିତର୍, ଜହନ୍ ଆର୍ ଜାକୁବକ୍ ଆରେକ୍ ହିଲାର୍ ଉବାସି ଆୟ୍ସିକ୍ ଚାଡି, କାକେ ହେଁ ସଃଙ୍ଗେ ଜଃଉଁକେ ନଃଦିଲା । ମଃତର୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକାର୍ ଜିସି ମଃଲାକ୍ ଉରେ ମାରିଅୟ୍ କାନ୍ଦ୍ତି ରିଲାୟ୍, ସେତାକ୍ ଜିସୁ କୟ୍ଲା, "କାନ୍ଦା ନାୟ୍, ସେ ନଃମେରେ ମଃତର୍ ସଇ ଆଚେ ।"
ମଃତର୍ ସେ ମଃରି ଆଚେ ବଃଲି ଜାଣିରିଲାକ୍ ଲକ୍ମଃନ୍ ଜିସୁକେ ଗେଙ୍ଗ୍ରାଉଁକ୍ ଦଃର୍ଲାୟ୍ । ମଃତର୍ ଜିସୁ ଟକିର୍ ଆତେ ଦଃରି କୟ୍ଲା, "ଏ ନୁନି ହିଲା ଉଟ୍ ।" ସେତାକ୍ ତାର୍ ଆତ୍ମା ବାଉଳି ଆୟ୍ଲି ଆର୍ ସେ ସେଦାହ୍ରେ ଉଟ୍ଲି, ଆରେକ୍ ଜିସୁ ତାକ୍ କାୟିରି କଃଣ୍ଡେକ୍ କାଉଁକେ ଦେଉଁକେ କୟ୍ଲା । ଇତାକ୍ ତାର୍ ଉବାସି ଆୟ୍ସି କାବା ଅୟ୍ଲାୟ୍, ମଃତର୍ ସେ ଗଃଟ୍ଣାର୍ କଃତା କାକେ ହେଁ କଃଉଆ ନାୟ୍ ବଃଲି ସେମଃନ୍କେ କୟ୍ଲା ।
ଲାଜାରାର୍ ମଃର୍ନ୍
ବେତାନିଆ ଗାଉଁଆର୍ ଲାଜାର୍ ନାଉଁଆର୍ ଗଟେକ୍ ଲକ୍ ମଃଳୁ ହଃଳି ରିଲା; ମରିୟମ୍ ଆର୍ ତାର୍ ବେଣ୍ସି ମାର୍ତା ସେ ଗାଉଁଏ ରେତିରିଲାୟ୍ । ଜୁୟି ମାୟ୍ଜି ଜିସୁ ମାପୁରାର୍ ହାଦେ ବାସ୍ନା ଚିକଣ୍ ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଇରି ସେ ମରିୟମ୍; ତାର୍ ବାୟ୍ସି ଲାଜାର୍ ମଃଳୁ ହଃଳି ରିଲା । ତଃବେ ସେ ଦୁୟ୍ ବେଣି ଜିସୁର୍ ହାକ୍ କବୁର୍ ହଃଟାୟ୍ଲାୟ୍, "ମାପୁର୍ ଦଃକ୍ ଜାକେ ତୁୟ୍ ଲାଡ୍ କଃରୁଲିସ୍, ସେ ମଃଳୁ ହଃଳି ଆଚେ ।"
ମଃତର୍ ଜିସୁ ଇରି ସୁଣିକଃରି କୟ୍ଲା, "ଇ ଜଃର୍ ମଃରୁକ୍ ନୟ୍, ମଃତର୍ ଇସ୍ୱରାର୍ ଜଃଜ୍ମାନାର୍ ଗିନେ, ସେତାର୍ଗିନେ ଜଃନ୍କଃରି ଇସ୍ୱରାର୍ ଜଃଜ୍ମାନ୍ ଅଃଉତା ସଃଙ୍ଗ୍ ଇସ୍ୱରାର୍ ହୟିସି ହେଁ ଜଃଜ୍ମାନ୍ ହାୟ୍ଦ୍ ।"
ଜିସୁ ମାର୍ତା ଆର୍ ତାର୍ ବେଣ୍ସି, ମରିୟମ୍ ଆର୍ ଲାଜାର୍କେ ଲାଡ୍ କଃର୍ତିରିଲା । ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟି ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।"
ଚେଲାମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟି ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍ ?"
ଜିସୁ ସେମଃନ୍କେ କୟ୍ଲା, "ଦିନ୍ କାୟି ବାର ଗଃଟା ନାୟ୍ ? ଜେ ଦିନ୍ ବଃଳ୍ ବାଟ୍ ଇଣ୍ଡେଦ୍ ସେ ଜଟ୍ୟାୟ୍ ନୟ୍, ବଃଲେକ୍ ସଃଡେବଃଳ୍ ଉଜାଳ୍ ଜଃଗତ୍କେ ଦେତି ରଃୟ୍ଦ୍ । ମଃତର୍ ରାତି ବଃଳ୍ ଇଣ୍ଡ୍ଲେକ୍ ସେ ଜଟ୍ୟାୟ୍ଅୟ୍ଦ୍, ବଃଲେକ୍ ତାର୍ ତଃୟ୍ ଉଜାଳ୍ ନାୟ୍ ।" ଜିସୁ ଇ ସଃବୁ କଃତା କୟ୍ଲା ହଃଚେ, ଚେଲାମଃନ୍କେ ଆରେକ୍ କୟ୍ଲା, "ଅଃମାର୍ ସଃଙ୍ଗ୍ବାୟ୍ ଲାଜାର୍ ନିଦୟ୍ଲା ଆଚେ, ମଃତର୍ ମୁୟ୍ ତାକ୍ ନିଦେ ହୁଣି ଉଟାଉତା ହାଁୟ୍ ଜଃଉଁଲେ ।"
ସେତାକ୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ମାପୁର୍, ଜଦି ସେ ନିଦୟ୍ଲା ଆଚେ, ତଃନ୍ଅୟ୍ଲେକ୍ ସେ ଉଜ୍ ଅୟି ଉଟେଦ୍ ।"
ଜିସୁ ଲାଜାରାର୍ ମଃର୍ନ୍ କଃତା କୟ୍ରିଲା, ମଃତର୍ ସେ ନିଦେ ସୟ୍ରିଲା କଃତା କୟ୍ଲା ବଃଲି ସେମଃନ୍ ମଃନେ ବାବ୍ଲାୟ୍ । ତଃବେ, ଜିସୁ ସଃଡେବଃଳ୍ ନିକ କଃରି ବୁଜାୟ୍ କୟ୍ଲା, "ଲାଜାର୍ ମଃରି ଆଚେ;
Domínio sobre a natureza
Jesus acalmou a tempestade, andou sobre as águas e multiplicou pães. A natureza obedece à voz do seu Criador.
ଜିସୁ ବାଉବଃତାସ୍କେ ତିର୍ କଃଲା
ଜିସୁ ଡଙ୍ଗାୟ୍ ଚଃଗ୍ଲାକେ, ତାର୍ ଚେଲାମଃନ୍ ତାର୍ ହଃଚେ ହଃଚେ ଜଃଉଁକେ ଦଃର୍ଲାୟ୍ । ଆର୍ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ଉଲାଳେ ଡଙ୍ଗା ବୁଡୁକ୍ ଦଃର୍ଲି, ମଃତର୍ ଜିସୁ ସୟ୍ରିଲା । ଆର୍ ସେମଃନ୍ ଜିସୁର୍ ଲଃଗେ ଆସି ତାକ୍ ଉଟାୟ୍ କଃରି କୟ୍ଲାୟ୍, "ଏ ମାପୁର୍, ବଚାଉ, ନୟ୍ଲେକ୍ ଅଃମି ବୁଡି ମଃରୁନ୍ଦ୍ ।"
ଜିସୁ ସେମଃନ୍କେ କୟ୍ଲା, "ଏ ଅଃଳକ୍ ବିସ୍ୱାସିମଃନ୍, ତୁମିମଃନ୍ କାୟ୍କଃରୁକ୍ ଅଃତେକ୍ ଡିରୁଲାସ୍ ?" ସଃଡେବଃଳ୍ ଜିସୁ ଉଟି ସଃମଃନ୍ଦ୍ ଆର୍ ବାଉକେ ତିର୍ ଅଃଉଁକେ ଆଡର୍ ଦିଲା, ଆର୍ ସଃବୁ ତିର୍ ଅୟ୍ଲି ।
ସେତାକ୍ ଲକ୍ମଃନ୍ କାବା ଅୟି କୟ୍ଲାୟ୍, "ଏ କଃନ୍କା ଲକ୍, ବାଉ ଆର୍ ସଃମ୍ନ୍ଦ୍ ହେଁ ତାର୍ କଃତା ମାନୁଲାୟ୍ ।"
ବେଳ୍ ଅୟ୍ଲାକ୍ ଚେଲାମଃନ୍ ତାର୍ ଲଃଗେ ଆସି କୟ୍ଲାୟ୍, "ଇରି ଗଟେକ୍ ସିଣିନ୍ଦ୍ ଟାଣ୍, ଆରେକ୍ ଉତୁର୍ ବେଳା ଅୟ୍ଲିନି; ସେତାକ୍ ଲକ୍ମଃନ୍ ଗାଉଁଏମଃନ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଦି ଗେନୁକ୍ ସେମଃନ୍କେ ଚାଡି ଦେସ୍ ।"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ସେମଃନ୍ ଜଃଉଁକେ ଲଳା ନାୟ୍, ତୁମିମଃନ୍ ସେମଃନ୍କେ କାଳାଉଆ ।"
ସେମଃନ୍ ଜିସୁକେ କୟ୍ଲାୟ୍, "ଅଃମାର୍ ତଃୟ୍ ଅଃକାୟ୍ ହାଁଚ୍ ଗଟ୍ ରୁଟି ଆର୍ ଜୁଳେକ୍ ମାଚ୍ ଆଚେ ।"
ଜିସୁ କୟ୍ଲା, "ସେରିମଃନ୍ ମର୍ ହାକ୍ ଆଣା ।" ଆରେକ୍, ସେ ଲକ୍ମଃନ୍କେ ରଃନ୍ ଉହ୍ରେ ବଃସୁକେ କୟ୍ଲା, ଆର୍ ଜିସୁ ସେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଆତେ ଦଃରି ସଃର୍ଗ୍ ବାଟ୍ୟା ଦଃକି ଆସିର୍ବାଦ୍ କଃରି ରୁଟିମଃନ୍ ବାଙ୍ଗାୟ୍ ଚେଲାମଃନ୍କେ ଦିଲା, ଆର୍ ଚେଲାମଃନ୍ ଲକ୍ମଃନ୍କେ ବାଟାକଃରି ଦିଲାୟ୍ । ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ କୁଦ୍ରି ରୁଟି ବେଟି ବାର ଡଃଲା ବଃର୍ତି କଃଲାୟି । ସେତି କାୟିଲା ଲକ୍, ମାୟ୍ଜି ଆର୍ ସାନ୍ ହିଲାମଃନ୍କେ ଚାଡିକଃରି ହାକାହାକି ହାଁଚ୍ ଅଃଜାର୍ ଅଃଣ୍ଡ୍ରାଲକ୍ ରିଲାୟ୍ ।
ମଃତର୍ ରାତି ଚାର୍ଟା ବଃଳ୍ ସେ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଚେଲାମଃନାର୍ ଚଃମେ ଆୟ୍ଲା ।
ଜିସୁ ଚାରି ଅଃଜାର୍ ଲକ୍କେ କାଦି କାଳାୟ୍ଲା
ଆର୍, ଜିସୁ ତାର୍ ଚେଲାମଃନ୍କେ ଚଃମେ କୁଦି କୟ୍ଲା, "ଇ ଲକ୍ମଃନାର୍ ଉହ୍ରେ ମର୍ ଜିବନେ ଦଃୟା ଆସୁଲି, କାୟିତାକ୍ବଃଲେକ୍ ଇମଃନ୍ ତିନିଦିନ୍ ଅୟ୍ଲି ମର୍ ସଃଙ୍ଗେ ଆଚ୍ତି ଆର୍ ଇମଃନାର୍ ଟାଣେ କାୟିରି ହେଁ କାଉଁକେ ନାୟ୍; କଃଡେବଃଳ୍ ବାଟେ ଜାତା ବଃଳ୍ ସେମଃନାର୍ ଜିବନ୍ ଉଡି ଜାୟ୍ଦ୍, ଇତାର୍ ଗିନେ ସେମଃନ୍କେ ବୁକାର୍ ହେଟେ ଚାଡି ଦେଉଁକେ ମର୍ ମଃନ୍ ନାୟ୍ ।"
ଚେଲାମଃନ୍ ତାକ୍ କୟ୍ଲାୟ୍, "ଅଃତେକ୍ ଲକ୍ମଃନ୍କେ ଆଦାର୍ ହୁର୍ନେ କାଳାଉଁକେ ଅଃମିମଃନ୍ ଇ ଗାଉଁଗୁଡା କି ଲକ୍ବାକ୍ ନୟ୍ଲା ଟାଣେ କୁୟ୍ତି ହୁଣି ଅଃତେକ୍ ରୁଟି ମିଳାଉଁନ୍ଦ୍ ?"
ଜିସୁ ସେମଃନ୍କେ ହଃଚାର୍ଲା, "ତୁମାର୍ ଟାଣେ କଃତିଗଟ୍ ରୁଟି ଆଚେ ।"
ସେମଃନ୍ କୟ୍ଲାୟ୍, "ସାତ୍ଗଟ୍ ରୁଟି ଆର୍ କଃତିଗଟ୍ ସାନ୍ ମାଚ୍ ଆଚେ ।"
ତାର୍ହଃଚେ ଜିସୁ ସେମଃନ୍କେ ବୁୟେଁ ବଃସୁକେ କୟ୍ଲା । ଆର୍ ଜିସୁ ସେ ସାତ୍ଗଟ୍ ରୁଟି ଆର୍ ମାଚ୍କେ ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ଚେଲାମଃନ୍କେ ଦିଲା; ଆର୍ ସେମଃନ୍ ଲକ୍ମଃନ୍କେ ବାଟାକଃରି ଦିଲାୟ୍ । ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟି ସାତ୍ ଡଃଲା ବଃର୍ତି କଃଲାୟି । କାତା ଲକ୍ମଃନ୍ ମାୟ୍ଜି ଆର୍ ସାନ୍ ହିଲାମଃନ୍କେ ଚାଡି ଚାରି ଆଜାର୍ ଅଃଣ୍ଡ୍ରାଲକ୍ ରିଲାୟ୍ ।
ଜିସୁ ମନ୍ଦିର୍ ସିସ୍ଟୁ ବାନ୍ଦ୍ଲା
ଜିସୁ ଆର୍ ତାର୍ ଚେଲାମଃନ୍ କପୁର୍ନାହୁମ୍ ଆୟ୍ଲା ହଃଚେ, ମନ୍ଦିର୍ ସିସ୍ଟୁ ନେତା ଲକ୍ ପିତର୍ ଚଃମେ ଆସି ହଃଚାର୍ଲା, "ତୁମାର୍ ଗୁରୁ କାୟି ମନ୍ଦିରାର୍ ସିସ୍ଟୁ ନଃଦେୟ୍ ?"
ପିତର୍ କୟ୍ଲା, "ହେଁ, ଦଃୟ୍ଦ୍ ।"
ପିତର୍ ଗଃରେ ଆୟ୍ଲା ହଃଚେ, ଜିସୁ ଆଗ୍ତୁ ତାକ୍ କୟ୍ଲା, "ସିମନ୍ ତୁୟ୍ କାୟିରି ବାବୁଲିସ୍ ? ହୁର୍ତିବିର୍ ରଃଜାମଃନ୍ କାର୍ ତଃୟ୍ହୁଣି ସିସ୍ଟୁ କି ରଃଜାର୍ ବାଗ୍ ନେତି ? ନିଜାର୍ ଦେସାର୍ ଲକ୍ମଃନାର୍ ତଃୟ୍ହୁଣି କି, ବିନ୍ ଦେସାର୍ ଲକ୍ ତଃୟ୍ହୁଣି ?"
ପିତର୍ କୟ୍ଲା, "ବିନ୍ ଦେସାର୍ ଲକାର୍ ତଃୟ୍ହୁଣି ।" ତଃବେ ଜିସୁ ତାକ୍ କୟ୍ଲା, "ତଃବେ ତ ନିଜାର୍ ଦେସାର୍ ଲକ୍ମଃନ୍ ଚାଡ୍ ହାଉତି । ମଃତର୍ ଅଃମିମଃନ୍ ସେମଃନାର୍ ବାଦା ନଃଦେଉଁଆ, ଇତାର୍ ଗିନେ ସଃମ୍ନ୍ଦେ ଜାଆ ଆର୍ ବଃଳ୍ସି ହଃକାଉ, ଆର୍ ହଃର୍ତୁ ଜୁୟି ମାଚ୍ ଲାଗେଦ୍, ତାକେ ଦଃରି ତାର୍ ଟଣ୍ଡ୍ ମେଲା କଃଲେକ୍ ଗଟେକ୍ ରୁହା ଅଦ୍ଲି ହାଉସି, ସେରି ଆଣି ମର୍ ଗିନେ ଆର୍ ତୁମାର୍ ଗିନେ ସେମଃନ୍କେ ସିସ୍ଟୁ ଦେସ୍ ।"
ଜିସୁ ଡୁମ୍ବୁର୍ ଗଃଚ୍କେ ସାୟ୍ପ୍ ଦିଲା
ଆର୍କ ଦିନ୍ ସଃକାଳ୍ୟା ଜିସୁ ଜିରୁସାଲମ୍ ଗଃଳେ ବାଉଳ୍ତା ବଃଳ୍ ତାକ୍ ବୁକ୍ ଲାଗ୍ଲି । ଆର୍ ବାଟ୍ ହାଳାୟ୍ ଗଟେକ୍ ଡୁମ୍ବୁର୍ ଗଃଚ୍ ଦଃକି ତାର୍ ଚଃମେ ଗଃଲା, ସେ ଗଃଚେ ହଃତାର୍ ଚାଡି କାୟିରି ହେଁ ନଃହାୟ୍ଲାକେ ସାୟ୍ପ୍ ଦଃୟି ଡୁମ୍ବୁର୍ ଗଃଚ୍କେ କୟ୍ଲା, "ସଃବୁ ଦିନ୍ ହେଁ ତର୍ ତଃୟ୍ ହଃଳ୍ ନଃଦେର ।" ସେତାର୍ଗିନେ ସେଦାହ୍ରେ ସେ ଡୁମ୍ବୁର୍ ଗଃଚ୍ ସୁକ୍ଲି ।
ଚେଲାମଃନ୍ ସେରି ଦଃକି କାବା ଅୟ୍କଃରି କୟ୍ଲାୟ୍, "ଡୁମ୍ବୁର୍ ଗଃଚ୍ କଃନ୍କଃରି ସେଦାହ୍ରେ ସୁକ୍ଲି ।"
ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ତୁମାର୍ ବିସ୍ୱାସ୍ ଆଚେ, ଆର୍ ତୁମିମଃନ୍ ଅବିସ୍ୱାସ୍ ନଃକେରାସ୍, ତଃବେ ଇ ଡୁମ୍ବୁର୍ ଗଃଚ୍କେ ଜଃନ୍କାର୍ ଅୟିଆଚେ, ଅଃତେକ୍ ହଃକା କଃରାସ୍ ସେରି ନାୟ୍, ମଃତର୍ ଜଦି ଇ ଡଙ୍ଗୁର୍କେ ହେଁ ‘ଉଟ୍କି ଅୟି ସଃମ୍ନ୍ଦେ ଜାୟ୍ ଅଦୁର୍’ ବଃଲି କଃଉଆସ୍, ତଃବେ ସେରଃକମ୍ ଅୟ୍ଦ୍ । ଆରେକ୍ ବିସ୍ୱାସ୍ କଃରି ପାର୍ତ୍ନା କଃରାସ୍ ଆର୍ ଜାୟ୍ରି ମାଗାସ୍ ସେରି ସଃବୁ ହାଉଆସ୍ ।"
ତାର୍ହଃଚେ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ସଃମ୍ନ୍ଦେ ଉଲାଳ୍ ଉଟି ଡଙ୍ଗା ବଃର୍ତି ହାଣି ଅଃଉଁକେ ଦଃର୍ଲି । ସଃଡେବଃଳ୍ ଜିସୁ ଡଙ୍ଗାର୍ ହଃଚ୍ବାଟ୍ ମୁଚ୍ଳା ଉହ୍ରେ ମୁଣ୍ଡ୍ ଲାଦି ସୟ୍ରିଲା; ଆର୍ ଚେଲାମଃନ୍ ଜିସୁକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ମଃଲୁ, ଅଃମାର୍ ଗିନେ ତର୍ କାୟି ଚିତା ନାୟ୍ ?"
ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟି ସଃମ୍ନ୍ଦ୍କେ କୟ୍ଲା, "ତୁନ୍ହାଳ୍, ଚୁପ୍ଅଃଉ ।" ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି । ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ କାୟିତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟି ତୁମାର୍ ବିସ୍ୱାସ୍ ନାୟ୍ ?"
ସେତାକ୍ ସେମଃନ୍ ଅଃପର୍ବଳ୍ ଡିରିକଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ଏ ତଃବେ କେଏ ଜେ, ବାଉ ଆର୍ ସଃମ୍ନ୍ଦ୍ ହେଁ ଆର୍ କଃତା ମାନୁଲାୟ୍ ।"
ବେସି ବେଳ୍ ଆୟ୍ଲାକ୍ ଜିସୁର୍ ଚେଲାମଃନ୍ ଆସି ତାକ୍ କୟ୍ଲାୟ୍, "ଇଟାଣ୍ ତ ଲକ୍ବାକ୍ ନୟ୍ଲା ଟାଣ୍ ଆର୍ ବେସି ବେଳ୍ ଅୟ୍ଲିବେ; ଲକ୍ମଃନ୍ ଜଃନ୍କଃରି ଚାରିହାକ୍ ଗାଉଁଗୁଡାୟ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଉଁକେ କାଦି ଗେନ୍ତି । ଇତାର୍ ଗିନେ ସେମଃନ୍କେ ସେଲ ଦେସ୍ ।"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ସେମଃନ୍କେ କାଳାଉଆ ।"
ସେତାକ୍ ଚେଲାମଃନ୍ କୟ୍ଲାୟ୍, "ଅଃମିମଃନ୍ ଜାୟ୍ ହାଁଚ୍କଳି ଟଃକାର୍ ରୁଟି ଗେନିଆଣି କାୟି ସେମଃନ୍କେ କାଳାଉଁକ୍ ହାରୁନ୍ଦ୍ ?"
ଜିସୁ ସେମଃନ୍କେ ହଃଚାର୍ଲା, "ତୁମାର୍ହାକ୍ କଃତିଗଟ୍ ରୁଟି ଆଚେ ଜାୟ୍ ଦଃକା ।"
ଚେଲାମଃନ୍ ଦଃକିଆସି କୟ୍ଲାୟ୍, "ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଆଚେ ।"
ସେତି ଜଃନ୍କଃରି ଦଃଳ୍ ଦଃଳ୍ ଅୟି କଃଉଁଳା ରଃନ୍ ଉହ୍ରେ ଲକ୍ମଃନ୍କେ ବଃସାଉଁକ୍ ଜିସୁ ଚେଲାମଃନ୍କେ କୟ୍ଲା । ସେତାକ୍ ଲକ୍ମଃନ୍ ସଃବୁ ହାଁଚ୍କଳି ଆର୍ ଦୁୟ୍କଳି ଦଃସ୍ ଲେକା ଅୟି ବଃସ୍ଲାୟ୍ । ତାର୍ହଃଚେ ଜିସୁ ସେ ହାଁଚ୍ ଗଟ୍ ରୁଟି ଜଳେକ୍ ମାଚ୍ ଦଃରି ସଃର୍ଗ୍ ବାଟ୍ୟା ଦଃକି ଇସ୍ୱର୍କେ ପାର୍ତ୍ନା କଃଲା ଆର୍ ରୁଟିମଃନ୍ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ଚେଲାମଃନ୍କେ କୟ୍ଲା, ଆର୍ ସେ ଜଳେକ୍ ମାଚ୍କ୍ ସେ ସଃବୁ ଲକ୍ମଃନ୍କେ ବାଟାକଃରି ଦେଉଁକେ ଦିଲା । ସେତିର୍ ସଃବୁଲକ୍ ହେଟ୍ ହୁର୍ନେ କାୟ୍ଲାୟ୍ । ସଃବୁଲକ୍ କାୟି ସଃର୍ଲା ହଃଚେ, ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ଆର୍ ମାଚ୍ ରୁଣ୍ଡାୟ୍ ବାରଡଃଲା ବଃର୍ତି କଃଲାୟି । ଜଃତେକ୍ ଲକ୍ମଃନ୍ ରୁଟି କାୟ୍ରିଲାୟ୍ ସେମଃନାର୍ ବିତ୍ରେ ଅଃବ୍କା ଅଃଣ୍ଡ୍ରାହିଲା ହଃକା ହାଁଚ୍ ଅଃଜାର୍ ରିଲାୟ୍ ।
ଚେଲାମଃନ୍ ଡଙ୍ଗା ଗାଟୁକେ କଃସ୍ଟ ହାଉତାର୍ ଜିସୁ ଦଃକ୍ଲା, କାୟିତାକ୍ବଃଲେକ୍ ତାକାର୍ ଆଗ୍ବାଟ୍ୟା ବାଉ ଅଃଉତି ରିଲି, ଉଜାଳ୍ ଅଃଉତାବଃଳ୍ ଚାର୍ଟା ବଃଳ୍ ଜିସୁ ସଃମ୍ନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ତାକାର୍ ଚଃମେ ଆୟ୍ଲା, ଆର୍ ସେମଃନ୍କେ ଜିଣ୍ତେ ହାକ୍ମାରି ଜଃଉଁକେ ମଃନ୍ କଃର୍ତିରିଲା । ମଃତର୍ ସେମଃନ୍ ତାକ୍ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡୁମା ବଃଲି ବେଲ୍କି ଅୟ୍ଲାୟ୍ । କାୟିତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟି ।
ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, "ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।" ଆରେକ୍ ସେ ସେମଃନାର୍ ଲଃଗେ ଜାୟ୍ ଡଙ୍ଗାୟ୍ ବଃସ୍ଲା, ଆର୍ ବାଉ ବଃନ୍ଦ୍ ଅୟ୍ଲି, ସେତାର୍ଗିନେ ଚେଲାମଃନ୍ ମଃନେ ମଃନେ ଅଃପର୍ବଳ୍ କାବା ଅୟ୍ଲାୟ୍ ।
ଜିସୁ ଚାରି ଅଃଜାର୍ ଲକ୍କେ କାଳାୟ୍ଲା
ସଃଡେବଃଳ୍ ଆରେକ୍ ଗାଦେକ୍ ଲକ୍ ଜିସୁର୍ ଚଃମେ ଆସି ରୁଣ୍ଡ୍ଲାୟ୍, ସେମଃନାର୍ ହାକ୍ କାଉଁକେ କାୟିରି ହେଁ ନଃରିଲି । ଆର୍ ଜିସୁ ତାର୍ ଚେଲାମଃନ୍କେ ତାର୍ ଚଃମେ କୁଦି କୟ୍ଲା, "ଇ ଲକ୍ମଃନାର୍ ଗିନେ ମକ୍ ବଃଡେ ଦଃୟା ଅଃଉଁଲି । ଇ ଲକ୍ମଃନ୍ ତିନି ଦିନ୍ ଅୟ୍ଲିନି ମର୍ ସଃଙ୍ଗ୍ ଆଚ୍ତି, ଅଃବେ ସେମଃନାର୍ ହାକ୍ କାଉଁକେ କାୟିରି ହେଁ ନାୟ୍ । ଜଦି ମୁଁୟ୍ ସେମଃନ୍କେ ବୁକେ ଗଃରେ ହଃଟାୟ୍ନ୍ଦ୍, ତଃବେ ଜାତାବାଟେ ସେମଃନ୍ ମୁର୍ଚା ଅୟ୍ଜାତି, ସେମଃନାର୍ ବିତ୍ରେ କଃତେକ୍ ଲକ୍ ବଃଡେ ଦୁରିକ୍ ହୁଣି ଆସି ଆଚ୍ତି ।"
ତାର୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ଇତି ଲକ୍ବାକ୍ ନୟ୍ଲା ଟାଣେ କୁୟ୍ତି ହୁଣି ରୁଟି ଆଣି ଇମଃନ୍କେ ହେଟ୍ହୁର୍ନେ କାଉଁକେ ଦେଉଁନ୍ଦ୍ ?"
ଜିସୁ ଚେଲାମଃନ୍କେ ହଃଚାର୍ଲା, "କଃତିଗଟ୍ ରୁଟି ତୁମାର୍ ହାକ୍ ଆଚେ ?"
ସେମଃନ୍ କୟ୍ଲାୟ୍, "ସାତ୍ଗଟ୍ ।"
ତାର୍ହଃଚେ ଜିସୁ ଲକ୍ମଃନ୍କେ ମାଟାୟ୍ ବଃସୁକେ କୟ୍ଲା, ଆରେକ୍ ଜିସୁ ସେ ସାତ୍ଗଟ୍ ରୁଟିକେ ଆତେ ଦଃରି ଇସ୍ୱର୍କେ ପାର୍ତ୍ନାକଃରି ରୁଟିସଃବୁ କଃଣ୍ଡ୍ କଃଣ୍ଡ୍ କଃରି ଲକ୍ମଃନ୍କେ ବାଟି ଦିଆସ୍ ବଃଲି ତାର୍ ଚେଲାମଃନ୍କେ ଦିଲା; ଚେଲାମଃନ୍ ସଃବୁ ଲକ୍ମଃନ୍କେ ସେରି ବାଟାକଃରି ଦିଲାୟ୍ । ଚେଲାମଃନାର୍ ହାକ୍ କଃତିଗଟ୍ ସାନ୍ ମାଚ୍ ହେଁ ରିିଲି; ସେ ମାଚ୍କେ ହେଁ ଦଃରି ଜିସୁ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ତାର୍ ଚେଲାମଃନ୍କେ କୟ୍ଲା । ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟି ସାତ୍ ଡଃଲା ବଃର୍ତି କଃଲାୟି । କାୟିଲା ଲକ୍ମଃନ୍ ହାକାହାକି ଚାରି ଆଜାର୍ ଲକ୍ ରିଲାୟ୍ ।
ଜିସୁ ଡୁମ୍ବୁର୍ ଗଃଚ୍କେ ସାୟ୍ପ୍ ଦିଲା
ଆର୍ ତାର୍ ଆର୍କ ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ବେତାନିଆ ଗାଉଁଏ ହୁଣି ଜିରୁସାଲମେ ବାରାୟ୍ ଆସ୍ତାବଃଳ୍ ଜିସୁକ୍ ବୁକ୍ ଲାଗ୍ଲି । ସଃଡେବଃଳ୍ ସେ ଦୁରିକ୍ ହୁଣି ଗଟେକ୍ ହଃତାର୍ ରିଲା ଡୁମ୍ବୁର୍ ଗଃଚ୍ ଦଃକ୍ଲା । ଜିସୁ ସେ ଗଃଚ୍ ଲଃଗେ ଡୁମ୍ବୁର୍ ହଃଳ୍ ମିଳେଦ୍ ବଃଲି ଆସା ଅୟ୍କଃରି ଗଃଲା; ମଃତର୍ ସେ ଗଃଚେ ଅଃବ୍କା ହଃତାର୍ ଚାଡି କାୟିରି ହେଁ ନଃହାୟ୍ଲା, କାୟିତାକ୍ବଃଲେକ୍ ସଃଡେବଃଳ୍ ଡୁମ୍ବୁର୍ ହଃଳ୍ତା ଦିନ୍ ନଃରିଲି । ସେତାକ୍ ଜିସୁ ସେ ଡୁମ୍ବୁର୍ ଗଃଚ୍କେ କୟ୍ଲା, "ଆର୍ କଃବେ ହେଁ କେଏ ତର୍ ତଃୟ୍ହୁଣି ହଃଳ୍ ନଃକାଅ ।"
ତାର୍ ଚେଲାମଃନ୍ ଇ କଃତା ସୁଣ୍ତିରିଲାୟ୍ ।
ଡୁମ୍ବୁର୍ ଗଃଚାର୍ ସିକ୍ୟା
ତାର୍ ଆର୍କ ଦିନାର୍ ସଃକାଳ୍ୟା ସେମଃନ୍ ଜାତି ରିଲାବଃଳ୍, ସେ ବାଟେ ରିଲା ଜୁୟି ଡୁମ୍ବୁର୍ ଗଃଚ୍କେ ଜିସୁ ସାୟ୍ପ୍ ଦଃୟ୍ରିଲା, ସେ ଗଃଚ୍କେ ବୁନ୍ଦେହୁଣି ସୁକି ଜାୟ୍ରିଲାର୍ ଦଃକ୍ଲାୟ୍ । ପିତର୍ ତାର୍ ହଃଚାର୍ ଦିନାର୍ କଃତା ଏତାୟ୍ କଃରି କୟ୍ଲା, "ଏ ଗୁରୁ, ଦଃକ୍, ଇ ଡୁମ୍ବୁର୍ ଗଃଚ୍କେ ତୁୟ୍ ଜଃନ୍କଃରି ସାୟ୍ପ୍ ଦଃୟରିଲିସ୍, ତଃନ୍କଃରି ସେ ଗଃଚ୍ ସୁକି ଜଃଉଁଲି ।"
ଜିସୁ ଚେଲାମଃନ୍କେ କୟ୍ଲା, "ଇସ୍ୱର୍ ଲଃଗେ ବିସ୍ୱାସ୍ କଃରା । ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ଜୁୟି ମାନାୟ୍ ଗଟେକ୍ ଡଙ୍ଗୁର୍କେ ଉଟ୍କି ଅୟି ଜାଆ ଆର୍ ସଃମ୍ନ୍ଦେ ଅଦୁର୍ ବଃଲି କୟ୍ଦ୍, ଆର୍ ସେ ନିଜାର୍ ମଃନ୍ ବିତ୍ରେ ଅବିସ୍ୱାସ୍ ନଃକେରି, ଜୁୟ୍ରି ଅୟ୍ଦ୍ ବଃଲି ବିସ୍ୱାସ୍ କଃରେଦ୍, ତାର୍ ଗିନେ ନିଜ୍କଃରି ସେରଃକମ୍ ଅୟ୍ଦ୍ । ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମି ପାର୍ତ୍ନା କଃରି ଜାୟ୍ ଜାୟ୍ରି ମାଗାସ୍, ସେରି ହାୟ୍ଆଚୁ ବଃଲି ବିସ୍ୱାସ୍ କଃରା, ତଃବେ ତୁମିମଃନ୍କେ ସେରି ସଃବୁ ମିଳେଦ୍ । ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ ।
ଜିସୁର୍ ହଃର୍ତୁମ୍ ଚେଲାମଃନ୍
ଗଟ୍ ଦିନ୍ ଜିସୁ ଗିନେସ୍ରଃତ୍ ସଃମ୍ନ୍ଦ୍ କଃଣ୍ଡାୟ୍ ଟିଆ ଅୟ୍ରିଲା, ସଃଡେବଃଳ୍ ଲକ୍ମଃନ୍ଦାମଃନ୍ ତାର୍ ତଃୟ୍ହୁଣି ଇସ୍ୱରାର୍ କଃତା ସୁଣୁକ୍ ତାର୍ ଉହ୍ରେ ମାଡାମାଡି ଅଃଉତି ରିଲାୟ୍; ଆର୍ ସେ ସଃମ୍ନ୍ଦ୍ କଃଣ୍ଡାୟ୍ ଜଳେକ୍ ଡଙ୍ଗା ରିଲାର୍ ଦଃକ୍ଲା; ମାଚୁଆମଃନ୍ ସେତିହୁଣି ଉତ୍ରି ଜାଲ୍ ଦଃଉତି ରିଲାୟ୍ । ସେତିର୍ ଡଙ୍ଗାମଃନାର୍ ବିତ୍ରେ ଜୁୟି ଡଙ୍ଗା ସିମନାର୍ ରିଲି, ସେତି ଜିସୁ ଚଃଗ୍ଲା ଆର୍ କଃଣ୍ଡାୟ୍ ହୁଣି କଃଣ୍ଡେକ୍ ଦୁରିକ୍ ଜଃଉଁକେ ଗଃଉଆରି କଃଲାୟି; ଆର୍ ସେ ଡଙ୍ଗାୟ୍ହୁଣି ଲକ୍ମଃନ୍ଦାମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
ଜିସୁ କଃତା ସଃରାୟ୍କଃରି ସିମନ୍କ୍ କୟ୍ଲା, "ଡେଙ୍ଗ୍ ହାଣି ଲଃଗେ ଜାୟ୍ ମାଚ୍ ଦଃରୁକ୍ ତୁମାର୍ ଜାଲ୍ ହଃକାଉଆ ।"
ଆର୍ ହଃଚେ ସିମନ୍ ଉତୁର୍ ଦିଲା, "ଏ ଗୁରୁ, ଅଃମିମଃନ୍ ରାତିସଃରା କଃସ୍ଟ୍କଃରି କାୟିରି ହେଁ ନଃଦେରୁ; ମଃତର୍ ତର୍ କଃତା ମାନି କଃରି ମୁଁୟ୍ ଜାଲ୍ ହଃକାୟ୍ନ୍ଦ୍ ।" ଆର୍ ସେମଃନ୍ ଜାଲ୍ ହଃକାୟ୍କଃରି ଗାଦେକ୍ ମାଚ୍ ଦଃର୍ଲାୟ୍, ଆରେକ୍ ସେମଃନାର୍ ଜାଲ୍ ଚିଡୁକ୍ ଦଃର୍ଲି । ସେତାର୍ଗିନେ ସେମଃନାର୍ ଜୁୟି ସଃଙ୍ଗୁଆଳିମଃନ୍ ବିନ୍ ଡଙ୍ଗାୟ୍ ରିଲାୟ୍, ସେମଃନ୍ ଜଃନ୍କଃରି ଆସିକଃରି ଉହ୍କାର୍ କଃର୍ତି, ସେତାର୍ ଗିନେ ସେମଃନ୍ ସେମଃନ୍କେ ଆତ୍ ମାରି କୁଦ୍ଲାୟ୍ । ତଃବେ ସେମଃନ୍ ଆସି ଜଳେକ୍ ଡଙ୍ଗା ଇବାନ୍ୟା ମାଚ୍ ବଃର୍ତି କଃଲାକ୍ ତାକାର୍ ଡଙ୍ଗାମଃନ୍ ବୁଡୁକ୍ ଦଃର୍ଲି । ମଃତର୍ ସିମନ୍ ପିତର୍ ଇ ସଃବୁ ଦଃକି ଜିସୁର୍ ହାଦ୍ ତଃଳେ ହଃଳି କୟ୍ଲା, "ଏ ମାପୁର୍, ମର୍ ତଃୟ୍ହୁଣି ଦୁରିକ୍ ଜାଆ, କାୟିତାକ୍ବଃଲେକ୍ ମୁଁୟ୍ ଗଟେକ୍ ହାହି ମାନାୟ୍ ।"
କାୟିତାକ୍ବଃଲେକ୍ ସେମଃନ୍ ଅଃତେକ୍ ମାଚ୍ ଦଃରି ରିଲାୟ୍ ଜେ, ସେରି ଦଃକି ସିମନ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ କାବା ଅୟ୍ଲାୟ୍ । ଆରେକ୍ ଜେବଦିର୍ ଜଳେକ୍ ହୟିସି ଜାକୁବକ୍ ଆର୍ ଜହନ୍, ଜୁୟ୍ମଃନ୍ କି ସିମନାର୍ ସଃଙ୍ଗ୍ ରିଲାୟ୍, ସେମଃନ୍ ହେଁ ସେରଃକମ୍ କାବା ଅୟ୍ଲାୟ୍ । ଆରେକ୍ ଜିସୁ ସିମନ୍କେ କୟ୍ଲା, "ଡିର୍ନାୟ୍, ଆଜିହୁଣି ତୁୟ୍ ମାନାୟ୍ମଃନ୍କେ ଦଃର୍ସି ।"
ସେତାର୍ ହଃଚେ ସେମଃନ୍ ଡଙ୍ଗାମଃନ୍ କଃଣ୍ଡାୟ୍ ଆଣି ସଃବୁ ଚାଡି କଃରି ଜିସୁର୍ ହଃଚେ ଗଃଲାୟି ।
ଜିସୁ ବାଉହାଣି ତିର୍ କଃଲା
ସଃଡେବଃଳ୍ ଗଟ୍ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ଗଟେକ୍ ଡଙ୍ଗାୟ୍ ଚଃଗ୍ଲାୟ୍ ଆର୍ ଜିସୁ ସେମଃନ୍କେ କୟ୍ଲା, "ଆସା ସଃମ୍ନ୍ଦାର୍ ସେହାଟି ଜୁଆଁ," ସେତାକ୍ ସେମଃନ୍ ଡଙ୍ଗା ମେଲ୍ଲାୟ୍ । ମଃତର୍ ସେମଃନ୍ ଡଙ୍ଗା ଗାଟି ଜାତା ବଃଳ୍ ଜିସୁ ସୟ୍ ରିଲା, ସଃଡେବଃଳ୍ ସଃମନ୍ଦେ ବାଉହାଣି ଆୟ୍ଲି ଆର୍ ସେମଃନାର୍ ଡଙ୍ଗାୟ୍ ହାଣି ହୁରୁକ୍ ଦଃର୍ଲି ଆର୍ ସେମଃନ୍ ବଃଡେ ଜଃଞ୍ଜାଳେ ହଃଳ୍ଲାୟ୍ । ସେତାକ୍ ଚେଲାମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଏ ଗୁରୁ, ଅଃମିମଃନ୍ ମଃଲୁ," ଇତାକ୍ ସେ ଉଟି ବାଉ ଆର୍ ଉଲାଳ୍କେ ଦଃମ୍କାୟ୍ଲା, ଆର୍ ସେ ସଃବୁ ତୁନ୍ହାଳ୍ଲି ଆର୍ ତିର୍ ଅୟ୍ଲି । ଆରେକ୍ ସେ ସେମଃନ୍କେ କୟ୍ଲା, "ତୁମିମଃନାର୍ ବିସ୍ୱାସ୍ କଃୟ୍ ?" ମଃତର୍ ସେମଃନ୍ ଡିରି ଜାୟ୍ କାବା ଅୟି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ତଃବେ ଏ କେଏ ଜେ ସେ ବାଉହାଣିକେ ହେଁ ଆଦେସ୍ ଦିଲେକ୍ ସେମଃନ୍ ତାର୍ ବଲ୍ ମାନୁଲାୟ୍ ।"
ଜିସୁ ବାଉହାଣି ତିର୍ କଃଲା
ସଃଡେବଃଳ୍ ଗଟ୍ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ଗଟେକ୍ ଡଙ୍ଗାୟ୍ ଚଃଗ୍ଲାୟ୍ ଆର୍ ଜିସୁ ସେମଃନ୍କେ କୟ୍ଲା, "ଆସା ସଃମ୍ନ୍ଦାର୍ ସେହାଟି ଜୁଆଁ," ସେତାକ୍ ସେମଃନ୍ ଡଙ୍ଗା ମେଲ୍ଲାୟ୍ । ମଃତର୍ ସେମଃନ୍ ଡଙ୍ଗା ଗାଟି ଜାତା ବଃଳ୍ ଜିସୁ ସୟ୍ ରିଲା, ସଃଡେବଃଳ୍ ସଃମନ୍ଦେ ବାଉହାଣି ଆୟ୍ଲି ଆର୍ ସେମଃନାର୍ ଡଙ୍ଗାୟ୍ ହାଣି ହୁରୁକ୍ ଦଃର୍ଲି ଆର୍ ସେମଃନ୍ ବଃଡେ ଜଃଞ୍ଜାଳେ ହଃଳ୍ଲାୟ୍ । ସେତାକ୍ ଚେଲାମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଏ ଗୁରୁ, ଅଃମିମଃନ୍ ମଃଲୁ," ଇତାକ୍ ସେ ଉଟି ବାଉ ଆର୍ ଉଲାଳ୍କେ ଦଃମ୍କାୟ୍ଲା, ଆର୍ ସେ ସଃବୁ ତୁନ୍ହାଳ୍ଲି ଆର୍ ତିର୍ ଅୟ୍ଲି । ଆରେକ୍ ସେ ସେମଃନ୍କେ କୟ୍ଲା, "ତୁମିମଃନାର୍ ବିସ୍ୱାସ୍ କଃୟ୍ ?" ମଃତର୍ ସେମଃନ୍ ଡିରି ଜାୟ୍ କାବା ଅୟି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ତଃବେ ଏ କେଏ ଜେ ସେ ବାଉହାଣିକେ ହେଁ ଆଦେସ୍ ଦିଲେକ୍ ସେମଃନ୍ ତାର୍ ବଲ୍ ମାନୁଲାୟ୍ ।"
ଜିସୁ ଗଟେକ୍ ବୁତ୍ ଡଃସିରିଲା ଲକ୍କେ ଉଜ୍ କଃଲା
ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ମୁଁଆଟିର୍ ଗରାସିୟମଃନାର୍ ହଲି ତଃୟ୍ ହଚ୍ଲାୟ୍,
ଇ ବିତ୍ରେ ବେଳ୍ ଆଡ୍ ମାରୁକ୍ ଦଃର୍ଲି, ସେତାକ୍ ବାର ଚେଲାମଃନ୍ ଆସି ଜିସୁକେ କୟ୍ଲାୟ୍, "ଲକ୍ମଃନ୍ ଜଃନ୍କଃରି ଚାରିହଃକାର୍ ଗାଉଁ ଆର୍ ହାଳା ମଃନ୍କେ ଜାୟ୍ ରେଉଁକେ ଟାଣ୍ ଆର୍ କାଦି ହାଉଁ ହାର୍ତି, ସେତାକ୍ ସେମଃନ୍କେ ସେଲ ଦେସ୍, କାୟିତାକ୍ବଃଲେକ୍ ଅଃମିମଃନ୍ ଇତି ଲକ୍ବାକ୍ ନୟ୍ଲା ଟାଣେ ଆଚୁ ।"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ସେମଃନ୍କେ କାଦି କାଳାଉଆ ।" ସେମଃନ୍ କୟ୍ଲାୟ୍, "ଅଃମାର୍ ଚଃମେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ହୁଣି ଅଃଦିକ୍ ନାୟ୍, ସେରି ନୟ୍ଲେକ୍ ଅଃମିମଃନ୍ କାୟି ଜାୟ୍ ଇ ସଃବୁ ଲକ୍ମଃନାର୍ ଗିନେ କାଦି ଗେନୁଆଁ ?" କାୟିତାକ୍ବଃଲେକ୍ ସେମଃନ୍ ମାୟ୍ଜି ଆର୍ ହିଲାଟକିକେ ଚାଡି ଅଃବ୍କା ଅଃଣ୍ଡ୍ରାମଃନ୍ ହାକାହାକି ହାଁଚ୍ ଆଜାର୍ ରିଲାୟ୍, ଆର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ଦୁୟ୍କଳି ଦଃସ୍ ଲେକା ଦଃଳ୍ ଦଃଳ୍ କଃରି ଲକ୍ମଃନ୍କେ ବଃସାଉଆ ।"
ସେତାକ୍ ସେମଃନ୍ ସେନ୍ କଃରି ବଃସାୟ୍ଲାୟ୍ । ଆରେକ୍ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦଃରି ସଃର୍ଗ୍ ହାକ୍ ଦଃକି ସେରି ଆସିର୍ବାଦ୍ କଃଲା ଆରେକ୍ ବାଙ୍ଗି ଲକ୍ମଃନ୍କେ ଦେଉଁକେ ଚେଲାମଃନ୍କେ ଦେଉଁକେ ଦଃର୍ଲା । ସେତାକ୍ ସଃବୁ ଲକ୍ ଆଦାର୍ ହୁର୍ନେ କାୟ୍ଲାୟ୍ ଆର୍ ତାକାର୍ ତଃୟ୍ ଉବ୍ରି ରିଲାର୍ ଚେଲାମଃନ୍ ବାର ଡଃଲା ବାଙ୍ଗ୍ଲା ରୁଟିମଃନ୍ ବେଟ୍ଲାୟ୍ ।
କାନାର୍ ବିବାତଃୟ୍ ଜିସୁ
ଦୁୟ୍ଦିନାର୍ ହଃଚେ ଗାଲିଲିର୍ କାନା ନାଉଁଆର୍ ଗଃଳେ ଗଟେକ୍ ବିବା ଅୟ୍ଲି । ଆର୍ ଜିସୁର୍ ଆୟ୍ସି ସେତି ରିଲି; ଜିସୁକେ ଆର୍ ତାର୍ ଚେଲାମଃନ୍କେ ହେଁ ବିବାତଃୟ୍ କୁଦି ରିଲାୟ୍ । ଅଙ୍ଗୁର୍ ରଃସ୍ ସଃର୍ଲାକ୍ ଜିସୁର୍ ଆୟ୍ସି ଜିସୁକେ କୟ୍ଲି, "ସେମଃନାର୍ ଅଙ୍ଗୁର୍ ରଃସ୍ ନାୟ୍ ।"
ସେତାକ୍ ଜିସୁ ତାକ୍ କୟ୍ଲା, "ଏଗା ଆୟା, ମକ୍ କାୟିରି କଃରୁକେ ଅୟ୍ଦ୍ ? ଅଃବେ ହଃତେକ୍ ମର୍ ବେଳା ନାସେତା ।"
ଜିସୁର୍ ଆୟ୍ସି ସେବାକାରିମଃନ୍କେ କୟ୍ଲି, "ଜିସୁ ତୁମିମଃନ୍କେ ଜାୟ୍ବଃଲି କୟ୍ଦ୍, ସେରି କଃରା ।"
ଆର୍ ସେଲଃଗେ ଜିଉଦିମଃନାର୍ ନିର୍ମୁଳ୍ ଅଃଉତା ବିଦି ହଃର୍କାରେ ହଃତି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତାର୍ ଚଅଗଟ୍ ଟେଳାୟ୍ ତିଆର୍ ଅୟ୍ଲା ବଃଡ୍ ବଃଡ୍ ହାଣି ଗୁନା ରିଲି । ଗଟେକ୍ ଗଟେକ୍ ହାଣି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତିରିଲି ।
ଜିସୁ ଦଃଙ୍ଗ୍ଳାମଃନ୍କେ କୟ୍ଲା, "ଇ ଗୁନାୟ୍ମଃନ୍ ହାଣି ବଃର୍ତି କଃରା ।" ସେତାକ୍ ସେମଃନ୍ ହଃତିତଃୟ୍ ଗଃଳା ହଃତେକ୍ ବଃର୍ତି କଃଲାୟି ।
ଜିସୁ ସେମଃନ୍କେ କୟ୍ଲା, "ଅଃବେ ଇତିର୍ ହାଣି ଡୁବି ନଃୟ୍କଃରି ବଜିର୍ ବଃଣ୍ଡାର୍ ଗଃରିଆକ୍ ଦିଆସ୍ ।"
ସେତାକ୍ ସେମଃନ୍ ତାର୍ ଲଃଗେ ନିଲାୟ୍ । ବଃଣ୍ଡାର୍ ଗଃରିଆ ସେ ଅଙ୍ଗୁର୍ ରଃସ୍ ଅୟ୍ରିଲା ହାଣିକ୍ ଚାକିକଃରି ସେରି କୁୟ୍ତିହୁଣି ଆୟ୍ଲି, ସେରି ଜାଣୁ ନଃହାର୍ଲା, ମଃତର୍ ଜୁୟ୍ମଃନ୍ ବଃଣ୍ଡାର୍ଗଃରିଆକ୍ ହାଣି ଡୁବି ଦିଲାୟ୍ ସେମଃନ୍ ଜାଣି ରିଲାୟ୍, ସେତାର୍ ଗିନେ ସେ ବଃରକ୍ କୁଦିକଃରି କୟ୍ଲା, "ସଃବୁଲକ୍ ହଃର୍ତୁମ୍ ନିକ ଅଙ୍ଗୁର୍ ରଃସ୍ ଦେତି, ଆର୍ ଲକ୍ମଃନ୍ କାୟ୍କଃରି ମାତ୍ଲା ହଃଚେ ବଃର୍ନ୍ରି ଦେତି; ମଃତର୍ ତୁମି ଅଃବେ ହଃତେକ୍ ନିକ ଅଙ୍ଗୁର୍ ରଃସ୍ ସଃଙ୍ଗାୟ୍ ଆଚାସ୍ ।"
ଜିସୁ ଇବାନ୍ୟା ହଃର୍ତୁମେ ଗାଲିଲିର୍ କାନା ଗଃଳେ କାବା ଅଃଉତା ଚିନା ଆରୁମ୍ କଃରି ଅଃହ୍ଣାର୍ ଜଃଜ୍ମାନ୍ ଦଃକାୟ୍ଲା, ଆର୍ ତାର୍ ଚେଲାମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟି ।
ମଃତର୍ ପିଲିପକେ କଃଟ୍ହାଳ୍ ବୁଜୁକ୍ ଜିସୁ ଇ କଃତା କୟ୍ରିଲା, କାୟିତାକ୍ବଃଲେକ୍ ଜିସୁ କାୟି କଃରୁକେ ଜାତିରିଲା ସେ ନିଜେ ଜାଣି ରିଲା ।
ପିଲିପ୍ ଜିସୁକେ କୟ୍ଲା, "ଇ ସଃବୁ ଲକାର୍ ଗିନେ କଃଣ୍ଡେକ୍ କଃଣ୍ଡେକ୍ ଦେଉଁକ୍ ହାଁଚ୍କଳି ରୁହା ଟଃକାର୍ ରୁଟି ହେଁ ନଃକେଟେ ।"
ଜିସୁର୍ ଆରେକ୍ ଗଟ୍ ଚେଲା ସିମନ୍ ପିତର୍ ତାର୍ ବାୟ୍ସି ଆନ୍ଦ୍ରିଅ କୟ୍ଲା, "ଇତି ଗଟେକ୍ ହିଲାଆଚେ, ତାର୍ ଲଃଗେ ଜଃବ ତଃୟ୍ ତିଆର୍ ଅୟ୍ରିଲା ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ବାଜ୍ଲା ମାଚ୍ ଆଚେ, ମଃତର୍ ଅଃତେକ୍ ଲକାର୍ ଗିନେ କାୟି ଅୟ୍ଦ୍ ?"
ଜିସୁ ଚେଲାମଃନ୍କେ କୟ୍ଲା, "ଲକ୍ମଃନ୍କେ ବଃସାଉଆ ।" ସେତି ଜଃବର୍ ରଃନ୍ ରିଲି, ସେ ରଃନ୍ ଉହ୍ରେ ସଃବୁଲକ୍ ବଃସ୍ଲାୟ୍; ସେତି ଅଃଣ୍ଡ୍ରାହିଲା ହଃକା ହାକାହାକି ହାଁଚ୍ ଆଜାର୍ ରିଲାୟ୍ । ସେତାକ୍ ଜିସୁ ସେ ରୁଟି ଦଃରି ଇସ୍ୱର୍କେ ପାର୍ତ୍ନା କଃରି ସେତି ବଃସି ରିଲା ଲକ୍ମଃନ୍କେ ବାଟାକଃରି ଦିଲା । ସେନ୍କଃରି ଜଳେକ୍ ମାଚ୍କେ ହେଁ ବାଟାକଃରି ଦିଲା, ସେମଃନ୍ ଜଃତେକ୍ ମଃନ୍କଃଲାୟ୍ ସଃତେକ୍ ଦିଲା । ଆର୍ ସେମଃନାର୍ ଆଦାର୍ ହୁର୍ଲାକ୍ ଜିସୁ ଚେଲାମଃନ୍କେ କୟ୍ଲା, "ଜଃନ୍କଃରି କାୟିରି ନଃସ୍ଟ୍ ନୟେ, ଇତାର୍ ଗିନେ ବାଙ୍ଗ୍ଲା କୁଦ୍ରି ଜାୟ୍ରି ଉବ୍ରି ଆଚେ ସେରି ବେଟା ।" ସେତାକ୍ ଚେଲାମଃନ୍ ଲକ୍ମଃନ୍ ଜଃବ ତଃୟ୍ ତିଆର୍ ଅୟ୍ଲା ହାଁଚ୍ ଗଟ୍ ରୁଟି କାୟି ଉବୁର୍ଲାର୍ ବେଟି ବାର ଡଃଲା ବଃର୍ତି କଃଲାୟି ।
ଇତାର୍ ହଃଚେ ଚେଲାମଃନ୍ ହାକାହାକି ଦୁୟ୍ ତିନି କସ୍ ଡଙ୍ଗା ଗାଟି ଗଃଲା ହଃଚେ ଜିସୁ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଚଃମେ ଆସ୍ତିରିଲାର୍ ଦଃକି ଜଃବର୍ ଡିର୍ଲାୟ୍ । ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଇରି ତ ମୁୟ୍, ଡିରି ଜାହାନାୟ୍ ।" ତାର୍ହଃଚେ ଚେଲାମଃନ୍ ଜିସୁକେ ଡଙ୍ଗା ବିତ୍ରେ ନେଉଁକ୍ ମଃନ୍ କଃଲାୟି, ଆରେକ୍ ସେମଃନ୍ ଜୁୟି ଟାଣେ ଜାତିରିଲାୟ୍ ଡଙ୍ଗା ତଃତ୍କାଣ୍ ସେଟାଣେ କଃଣ୍ଡିଏ ହଚ୍ଲି ।
ଜିସୁ ସାତ୍ ଗଟ୍ ଚେଲାକେ ଦଃକାୟ୍ ଅୟ୍ଲା
ଇତାର୍ ହଃଚେ ଜିସୁ ତିବିରିଆ ସଃମଃନ୍ଦ୍ କଃଣ୍ଡାୟ୍ ଚେଲାମଃନ୍କେ ଆରେକ୍ ଦଃକାୟ୍ ଅୟ୍ଲା । ସେ ଇରଃକମ୍ ଦଃକାୟ୍ ଅୟ୍ଲା; ସିମନ୍ ପିତର୍, ତମା, ଜାକେ ଦିଦୁମ୍ ବଃଲି କଃଉତି, ଗାଲିଲିର୍ କାନା ଗାଉଁଆର୍ ନିତନିଏଲ୍, ଜେବଦିର୍ ହୟିସିମଃନ୍ ଆର୍ ତାର୍ ଚେଲାମଃନାର୍ ବିତ୍ରେ ଦୁୟ୍ଲକ୍ ଗଟେତଃୟ୍ଁ ରୁଣ୍ଡି ରିଲାୟ୍ । ସିମନ୍ ପିତର୍ ସେମଃନ୍କେ କୟ୍ଲା, "ମୁୟ୍ ମାଚ୍ ଦଃରୁକ୍ ଜଃଉଁଲେ ।"
ସେମଃନ୍ ତାକ୍ କୟ୍ଲାୟ୍, "ଅଃମିମଃନ୍ ହେଁ ତର୍ ସଃଙ୍ଗ୍ ଜଃଉଁନ୍ଦ୍ ।" ସେମଃନ୍ ବାରାୟ୍ ଜାୟ୍ ଡଙ୍ଗାୟ୍ ଚଃଗ୍ଲାୟ୍, ଆର୍ ସେ ରାତି କାୟିରି ହେଁ ଦଃରୁ ନଃହାୟ୍ଲାୟ୍ । ମଃତର୍ ସଃକାଳ୍ ଅୟ୍ଲା ହଃଚେ ଜିସୁ କଃଣ୍ଡାୟ୍ ଟିଆ ଅୟ୍ଲା, ଅୟିଲେକ୍ ହେଁ ସେ ଜିସୁ ବଃଲି ଚେଲାମଃନ୍ ଜାଣୁ ନଃହାୟ୍ଲାୟ୍ । ଜିସୁ ସେମଃନ୍କେ କୟ୍ଲା, "ହିଲାମଃନ୍ ତୁମାର୍ ଲଃଗେ କାୟିରି ମାଚ୍ କାଉଁକେ ଆଚେ ?"
ସେମଃନ୍ ତାକ୍ କୟ୍ଲାୟ୍, "ନାୟ୍, କାୟିରି ହେଁ ନାୟ୍ ।"
ଜିସୁ ସେମଃନ୍କେ କୟ୍ଲା, "ଡଙ୍ଗାର୍ କାତା ବାଟ୍ୟା ଜାଲ୍ ହଃକାଉଆ, ଆର୍ ତୁମିମଃନ୍ ହାଉଆସ୍ ।" ସେତାକ୍ ସେମଃନ୍ ଜାଲ୍ ହଃକାୟ୍ଲାୟ୍, ଆର୍ ଜାଲେ ଅଃତେକ୍ ମାଚ୍ ଲାଗ୍ଲାୟ୍ ଜେ, ସେମଃନ୍ ଜାଲ୍ ଜିକୁକ୍ ସଃକ୍ତି ନଃକେଟ୍ଲି ।
ସେତାକ୍ ଜିସୁ ଜୁୟି ଚେଲାକେ ଲାଡ୍ କଃର୍ତିରିଲା, ସେ ଜହନ୍ ପିତର୍କେ କୟ୍ଲା, "ଏ ତ ମାପୁର୍ ।" ସିମନ୍ ପିତର୍ ଏ ତ ମାପୁର୍ ବଃଲି ସୁଣି ଡୁମ୍ଣ୍ଡା ଅୟ୍ରିଲାକ୍ ଅଃହ୍ଣାର୍ ଆଙ୍ଗି ହିନ୍ଦି ସଃମ୍ନ୍ଦେ ଡଃଗାୟ୍ଲା; ମଃତର୍ ବିନ୍ ଚେଲାମଃନ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ ଜିକି ଜିକି ଡଙ୍ଗାକ୍ କଃଣ୍ଡିଏ ଆଣ୍ଲାୟି, କାୟିତାକ୍ବଃଲେକ୍ ସେମଃନ୍ କଃଣ୍ଡାୟ୍ ହୁଣି ଅଃଦିକ୍ ଦୁରିକ୍ ନଃରିଲାୟ୍, ଅଃକାୟ୍ ହଃକାହାକି ଦଃସ୍ କଳି ଆତ୍ ଦୁରିକ୍ ରିଲାୟ୍ । ସେମଃନ୍ କଃଣ୍ଡିଏ ଉତ୍ରି ସେତି ଇଙ୍ଗ୍ରାଜୟ୍ ଉହ୍ରେ ମାଚ୍ ଆର୍ ରୁଟି ସଃଙ୍ଗାୟ୍ ରିଲାର୍ ଦଃକଃଲାୟ୍ । ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଅଃବେ ଜୁୟି ମାଚ୍ ଦଃରି ଆଚାସ୍, ସେତିର୍ କଃତିଗଟ୍ ଆଣା ।"
ସିମନ୍ ପିତର୍ ଜାୟ୍ ସାତ୍କଳି ତେର ଗଟ୍ ବଃଡ୍ ବଃଡ୍ ମାଚ୍ ବଃର୍ତି ଅୟ୍ରିଲା ଜାଲ୍ କଃଣ୍ଡିଏ ଜିକି ଆଣ୍ଲା; ଆର୍ ଅଃତେକ୍ ମାଚ୍ ରିଲାକ୍ ହେଁ ଜାଲ୍ ନଃଚିଡ୍ଲି ।
Libertações
Jesus expulsou demônios com autoridade. Os espíritos impuros não resistiam à sua palavra e saíam imediatamente.
ଜିସୁ ଗଟେକ୍ ରମିୟ ସଃଇନାର୍ ମୁଳିକାର୍ ଦଃଙ୍ଗ୍ଳାକେ ଉଜ୍ କଃଲା
ଜିସୁ କପୁର୍ନାହୁମ୍ ଗଃଳେ ଆୟ୍ଲାକ୍, ଗଟେକ୍ ସଏ ସଃଇନାର୍ ଅଃଦିକାରି ତାର୍ ଚଃମେ ଆସି ଗଃଉଆରି କଃରି କୟ୍ଲା, "ଏ ମାପୁର୍, ମର୍ ଦଃଙ୍ଗ୍ଳା ଏକ୍ଅଃଙ୍ଗି ରଗେ ହଃଳିକଃରି ବଃଡେ କଃସ୍ଟ ହାୟ୍ଁ ଗଃରେ ଟାଟାୟ୍ ସଇଆଚେ ।"
ଜିସୁ ତାକ୍ କୟ୍ଲା, "ମୁଁୟ୍ ଜାୟ୍ ତାକ୍ ଉଜ୍ କଃରିନ୍ଦ୍ ।"
ମଃତର୍ ସେ ସଃଇନ୍ ଅଃଦିକାରି ଉତୁର୍ ଦିଲା, "ମାପୁର୍, ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍, ମଃତର୍ ତୁୟ୍ ହଃଦେକ୍ କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅୟ୍ଦ୍ । ବଃଲେକ୍ ମୁଁୟ୍ ମର୍ ଉହ୍ରାର୍ ଅଃଦିକାରି ତଃଳେ ରେତା ଲକ୍ ଅୟିଲେକ୍ ହେଁ ମର୍ ତଃଳେ ସଃଇନ୍ମଃନ୍ ଆଚ୍ତି; ମୁଁୟ୍ ଗଟ୍ ଲକ୍କେ, ‘ଜାଆ !’ ବଃଲେକ୍ ସେ ଜାୟ୍ଦ୍, ଆରେକ୍ ଗଟ୍ଲକ୍କେ, ‘ଆଉ !’ ବଃଲେକ୍ ସେ ଆସେଦ୍; ଆର୍ ମର୍ ଗତିଦଃଙ୍ଗ୍ଳାକ୍, ଇରି କଃର୍ ! ବଃଲେକ୍ ସେ କଃରେଦ୍ ।"
ଜିସୁ ଇରି ସୁଣି କାବା ଅୟି ହଃଚ୍ ବାଟ ଆସ୍ତା ଲକ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ । ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଗାଦେକ୍ ଲକ୍ ଉଦ୍ତି ଆର୍ ବୁଡ୍ତି ବାଟ୍ହୁଣି ଆସି ଅବ୍ରାହାମ୍, ଇସାକ୍ ଆର୍ ଜାକୁବକ୍ ସଃଙ୍ଗ୍ ସଃର୍ଗ୍ ରାଇଜେ ବଜି କାଉଁକେ ବଃସ୍ତି । ମଃତର୍ ଜୁୟି ଲକ୍ମଃନ୍ ସେ ରାଇଜେ ରେତା କଃତା, ସେମଃନ୍କେ ହଃଦାୟି ଅଃନ୍ଦାରେ ହଃକାଅୟଃଦ୍, ସେତି କାନ୍ଦ୍ତି ଆର୍ ଦାତ୍ ଚାବି ଅଃଉତି ।" ଆର୍ ଜିସୁ ସଃଇନ୍ ଅଃଦିକାରିକ୍ କୟ୍ଲା, "ଜାଆ, ତୁୟ୍ ଜଃନ୍କଃରି ବିସ୍ୱାସ୍ କଃରି ଆଚ୍ସି, ତର୍ ଉହ୍ରେ ସେନ୍ ଅଃଉଅ ।"
ସେଦାହ୍ରେ ସେ ଦଃଙ୍ଗ୍ଳା ଉଜ୍ ଅୟ୍ଲା ।
ବୁତ୍ ଡଃସ୍ଲା ଦୁୟ୍ ଲକ୍କେ ଜିସୁ ଉଜ୍ କଃଲା
ହଃଚେ ସେହାଟି ଗଦରିୟମଃନାର୍ ହଲିକେ ଜିସୁ ହଚ୍ଲାକ୍, ବୁତ୍ ଡଃସ୍ଲାର୍ ଦୁୟ୍ ଲକ୍ ମଃସୁଣ୍ କାଲେ ହୁଣି ବାରାୟ୍ ତାକେ ବେଟ୍ ଅୟଃଲାୟ୍ । ସେମଃନ୍ ଅଃନାୟ୍ ସଃକ୍ତି ରିଲାୟ୍ ଜେ, ସେ ବାଟ୍ ଦଃୟି କେହେଁ ଜାଆ ଆସ୍ କଃରୁ ନଃହାର୍ତି ରିଲାୟ୍ । ଆର୍ ସେଦାହ୍ରେ ସେମଃନ୍ ବେଲ୍କି ଅୟ୍କଃରି କୟ୍ଲାୟ୍, "ଏ ଇସ୍ୱରାର୍ ହୟିସି, ତର୍ ସଃଙ୍ଗ୍ ଅଃମାର୍ କାୟିରି ଆଚେ ? ବେଳା ନଃଉତ୍ ତୁୟ୍ କି ଅଃମିମଃନ୍କେ ଡଃଣ୍ଡ୍ ଦେଉଁକେ ଇତି ଆୟ୍ଲିସ୍ ?"
ଆର୍ ସେମଃନାର୍ ତଃୟ୍ହୁଣି ଦୁରିକେ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତିରିଲାୟ୍ । ସେତାକ୍ ବୁତ୍ମଃନ୍ ଜିସୁକେ ଗଃଉଆରି କଃରି କଃଉଁକେ ଦଃର୍ଲାୟ୍, "ତୁୟ୍ ଜଦି ଅଃମିମଃନ୍କେ ଚାଡାଉସି, ତଃବେ ଗୁସ୍ରା ମଃନ୍ଦାର୍ ବିତ୍ରେ ହଃଟାଉ ।"
ଜିସୁ ସେମଃନ୍କେ କୟ୍ଲା, "ଜାହା ।" ସେତାକ୍ ସେମଃନ୍ ବାରାୟ୍ ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ଗୁସ୍ରା ମଃନ୍ଦା ସଃବୁ ରସେ ଦଃବ୍ଳି ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ହୁଣି ଆସି ସଃମଃନ୍ଦ୍ ବିତ୍ରେ ଅଦ୍ରି ବୁଡି ମଃଲାୟ୍ ।
ଆରେକ୍ ଚଃରାଉତା ଲକ୍ମଃନ୍ ହଃଳାୟ୍ ଗଃଳାୟ୍ ଆର୍ ଗଃଳ୍ ବିତ୍ରେ ଜାୟ୍ ସଃବୁ କଃତା ଆର୍ ବୁତ୍ ଡଃସ୍ଲାର୍ ଲକ୍କେ ଜାୟ୍ ଜାୟ୍ରି ଗଃଟିରିଲି ସେରିମଃନ୍ ଜାଣାୟ୍ଲାୟ୍ । ଆର୍ ଗଃଳ୍ ବିତ୍ରାର୍ ସଃବୁ ଲକ୍ ଜିସୁକେ ବେଟ୍ ଅଃଉଁକେ ବାରାୟ୍ ଆୟ୍ଲାୟ୍, ଆର୍ ତାକ୍ ଦଃକି ସେମଃନାର୍ ସଃନ୍ଦାୟ୍ ହୁଣି ବାରାୟ୍ ଜଃଉଁକେ ଗଃଉଆରି କଃଲାୟି ।
ଜିସୁ ଗଟେକ୍ ଗୁଲାକ୍ କଃତା କାଉଁକେ ସଃକ୍ତି ଦିଲା
ସେମଃନ୍ ବାରାୟ୍ ଜାତିରିଲା ବଃଳ୍, ଲକ୍ମଃନ୍ ଗୁଲା ବୁତ୍ ଡଃସିରିଲା ଲକ୍କେ ଜିସୁର୍ ଚଃମେ ଆଣ୍ଲାୟି । ଆରେକ୍ ବୁତ୍ ଚାଡାୟ୍ଲାକ୍ ସେ ଗୁଲା କଃତା ଅଃଉଁକେ ଦଃର୍ଲା । ସେତାକ୍ ଲଃକ୍ମଃନ୍ କାବା ଅୟି କୟ୍ଲାୟ୍, "ଇସ୍ରାଏଲ୍ ବିତ୍ରେ ଇରଃକମ୍ ଗଃଟ୍ଣା ଗଃଟ୍ତାର୍ ଅଃମି କଃବେ ହେଁ ନଃଦେକୁ ।"
ଜିସୁ ଆର୍ ବାଲ୍ଜିବୁଲ୍
ସଃଡେବଃଳ୍ ବୁତ୍ ଡଃସ୍ଲାର୍ କାଣା ଆର୍ ଗୁଲା ମାନାୟ୍କେ ଜିସୁର୍ ହାକ୍ ଆଣ୍ଲାୟି; ଆର୍ ଜିସୁ ତାକ୍ ଉଜ୍ କଃଲା, ତଃତ୍କାଣ୍ ସେ କଃତା କଃଉ ହାର୍ଲା ଆର୍ ଦଃକୁ ହାର୍ଲା ।
ଗଟେକ୍ ମାୟ୍ଜିର୍ ବିସ୍ୱାସ୍
ଜିସୁ ସେ ଜଃଗାୟ୍ହୁଣି ବାରାୟ୍ ସର୍ ଆର୍ ସିଦନ୍ ହଲି ବାଟ ଗଃଲା । ଆର୍ ସେତି ବାସା କଃର୍ତି ରିଲା ଗଟେକ୍ କିଣାନ୍ ଦେସାର୍ ମାୟ୍ଜି ଆୟ୍ଲି ଆର୍ ଆଉଲି ଅୟି କାଉଁକେ ଦଃର୍ଲି, "ଏ ମାପୁର୍, ଦାଉଦାର୍ ହୟିସି, ମକେ ଦଃୟାକଃର୍, ମର୍ ଜିଇକେ ବୁତ୍ ଡଃସିଆଚେ, ଆର୍ ସେ ବଃଡେ କଃସ୍ଟ ହାଉଁଲି ।"
ମଃତର୍ ଜିସୁ ତାକ୍ ହଃଦେକ୍ ହେଁ ନଃକୟ୍ଲା । ସେତାକ୍ ଚେଲାମଃନ୍ ଆୟ୍ଲାୟ୍ ଆର୍ ଜିସୁକେ ଗଃଉଆରି କଃରି କଃଉଁକେ ଦଃର୍ଲାୟ୍, "ଆକ୍ ଇତିହୁଣି ଚାଡି ଦେସ୍, ସେ ଜଃଉଅ, ବଃଲେକ୍ ଇ ମାୟ୍ଜି ଅଃମାର୍ ହଃଚେ ହଃଚେ ଆଉଲି ଅଃଉଁଲି ।"
ମଃତର୍ ଜିସୁ କୟ୍ଲା, "ମୁଁୟ୍ ଇସ୍ରାଏଲ୍ ବଃଉଁସାର୍ ଆଜ୍ଲା ମେଣ୍ଡାମଃନ୍କେ ଚାଡି କାର୍ ଗିନେ ହେଁ ନାସି ।"
ମଃତର୍ ସେ ମାୟ୍ଜି ଆୟ୍ଲି ଆର୍ ମୁଣ୍ଡିଆ ମାରି ଜୁଆର୍କଃରି କଃଉଁକେ ଦଃର୍ଲି, "ଏ ମାପୁର୍, ମର୍ ଉହ୍କାର୍ କଃର୍ ।"
ମଃତର୍ ଜିସୁ କୟ୍ଲା, "ହିଲାମଃନାର୍ କାତା କାଦିକ୍ କୁକୁର୍ମଃନାର୍ ଚଃମେ ହଃକାଉତାର୍ ନିକ ନାୟ୍ ।"
ମଃତର୍ ମାୟ୍ଜି କୟ୍ଲି, "ଅୟି ମାପୁର୍, ବଃଲେକ୍ କୁକୁର୍ମଃନ୍ ଅଃହ୍ଣାର୍ ସାଉକାରାର୍ ଟେବୁଲ୍ ଉହ୍ରେ ହୁଣି ଅଦୁର୍ଲା ଲିତା ସଃକ୍ଳିମଃନ୍ ବେଟି କାତି ।"
ସେତାକ୍ ଜିସୁ ତାକ୍ କୟ୍ଲା, "ଏ ଆୟା, ତର୍ ବଃଡେ ବିସ୍ୱାସ୍, ତର୍ ଜଃନ୍କାର୍ ମଃନ୍ ତଃନ୍କାର୍ ଅଃଉଅ ।" ଆର୍ ସେଦାହ୍ରେ ତାର୍ ଜିସି ଉଜ୍ ଅୟ୍ଲି ।
ଜିସୁ ଗଟେକ୍ ବୁତ୍ ଡଃସିରିଲା ହିଲାକ୍ ଉଜ୍ କଃଲା
ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଲକ୍ମଃନାର୍ ଚଃମେ ଆୟ୍ଲାୟ୍, ସେତି ଗଟେକ୍ ଲକ୍ ଜିସୁର୍ ଲଃଗେ ଆସି ମାଣ୍ଡିକୁଟା ଟେସି କୟ୍ଲା, "ଏ ମାପୁର୍, ମର୍ ହଅକେ ଦଃୟା କଃର୍, କାୟିତାକ୍ବଃଲେକ୍ ସେ କୁନ୍ଦେଲ୍ମଃରି ବଃଡେ କଃସ୍ଟ ହାଉଁଲା, ସେ କଃବେ କଃବେ ଜୟେ, କଃବେ କଃବେ ଜାଣାୟି କୁନ୍ଦେଲ୍ ମଃରୁଲା । ମୁଁୟ୍ ତର୍ ଚେଲାମଃନାର୍ ଟାଣେ ଆଣି ରିଲେ, ମଃତର୍ ସେମଃନ୍ ତାକ୍ ଉଜ୍ କଃରୁକେ ନଃହାୟ୍ଲାୟ୍ ।"
ଜିସୁ କୟ୍ଲା, "ଏରେ ଅବିସ୍ୱାସି ଆର୍ ବିନ୍ ବାଟେ ଜାତା ଲକ୍ମଃନ୍, କଃତି କାଳ୍ ହଃତେକ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ନ୍ଦ୍ ? ଆର୍ କଃତେକ୍ କାଳ୍ ତୁମାର୍ ବେବାର୍ ସଃମ୍ବାଳିନ୍ଦ୍ ? ତାକ୍ ଇତି ମର୍ ଚଃମେ ଆଣା ।" ଜିସୁ ବୁତ୍କେ ଗଟ୍ ଦଃକା ଦିଲାକ୍, ବୁତ୍ ତାର୍ ତଃୟ୍ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ସେଦାହ୍ରେ ଉଜ୍ ଅୟ୍ଲା ।
ସଃଡେବଃଳ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ବିଟାଳ୍ ଆତ୍ମା ଡସି ରିଲା ଲକ୍ ରିଲା, ସେ ଆଉଲି ଅୟ୍କଃରି କୟ୍ଲା, "ଏ ନାଜରିତ୍ ବଃସ୍ତିର୍ ଜିସୁ ତୁୟ୍ ଅଃମାର୍ ତଃୟ୍ ହୁଣି କାୟିରି ମଃନ୍କଃରୁଲିସ୍ ? ତୁୟ୍ କାୟି ଅଃମିକ୍ ନାସ୍ କଃରୁକେ ଆସି ଆଚ୍ସି ? ତୁୟ୍ କେଏ ମୁଁୟ୍ ଜାଣି ଆଚି, ତୁୟ୍ ଇସ୍ୱରାର୍ ଗଟେକ୍ ପବିତ୍ର ମାନାୟ୍ ।"
ଜିସୁ ତାକ୍ ଦଃକା ଦଃୟ୍କଃରି କୟ୍ଲା, "ତୁନ୍ହାଳ୍, ଆର୍ ଇମାନାୟ୍ ତଃୟ୍ହୁଣି ବାରାୟ୍ ଜାଆ ।"
ତାର୍ହଃଚେ ସେ ବୁତ୍ ସେମାନାୟ୍କେ ମଳିକଃରି ତଃଳେ ଅଦ୍ରାୟ୍ଲି ଆର୍ ଆଉଲି ଅୟି ତାର୍ ତଃୟ୍ହୁଣି ବିଟାଳ୍ ଆତ୍ମା ବାରାୟ୍ ଗଃଲି ।
ଜିସୁ ବାହିନି ବୁତ୍ ଦଃର୍ଲା ଲକ୍କେ ନିକକଃଲା
ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ସଃମ୍ନ୍ଦ୍ ସେହାଟି ରିଲା ଗରାସିୟମଃନାର୍ ଦେସେ ହଚ୍ଲାୟ୍ । ଜିସୁ ଡଙ୍ଗାୟ୍ହୁଣି ଉତୁର୍ଲା ଦାହ୍ରେ ଗଟେକ୍ ବିଟାଳ୍ ବୁତ୍ ଦଃର୍ଲା ଲକ୍ ମଃସ୍ଣେ ହୁଣି ବାରାୟ୍ ଜିସୁର୍ ଲଃଗେ ଆୟ୍ଲା । ସେ ଲକ୍ ମଃସ୍ଣେ ରେତିରିଲା, ତାକ୍ କେଏ ହେଁ ସିକ୍ଳି ସଃଙ୍ଗ୍ ବାନ୍ଦି ସଃଙ୍ଗାଉଁକ୍ ନଃହାର୍ତି ରିଲାୟ୍ । କଃତିତର୍ ତାକ୍ ସିକ୍ଳି ସଃଙ୍ଗ୍ ଆତେ ଗଡେ ବାନ୍ଦ୍ତି ରିଲାୟ୍, ମଃତର୍ ସେ ସିକ୍ଳିକେ ଚିଡାୟ୍ ଗଃର୍ଣ୍ଡା ଗଃର୍ଣ୍ଡା କଃରି ହଃକାଉତି ରିଲା, ତାକ୍ ବାନ୍ଦିକଃରି ଆୟ୍ତ୍ କଃରୁକେ କାର୍ ସଃକ୍ତି ନଃରିଲି । ସେ ଦିନ୍ରାତି ସଃବୁବଃଳ୍ ମଃସ୍ଣେ ଆର୍ ଡଙ୍ଗ୍ରେ ବୁଲି ବୁଲି ବେଲ୍କି ଅଃଉତି ରିଲା, ଆର୍ ନିଜାର୍ ଗିନେ ନିଜେ ଟେଳାୟ୍ ଚେଚି ଅୟି ଗାଉ କଃର୍ତିରିଲା ।
ସେ ମାନାୟ୍ ଜିସୁକେ ଦୁରିକ୍ ହୁଣି ଦଃକ୍ଲା ଆର୍ ଦଃବ୍ଳି ଆୟ୍ଲା ଆର୍ ଜିସୁକେ ଜୁଆର୍ କଃଲା । ଆର୍ ସେ ଆଉଲି ଅୟ୍କଃରି କୟ୍ଲା, "ଏ ସଃବ୍କେ ବଃଡ୍ ଇସ୍ୱରାର୍ ହୟିସି ଜିସୁ, ମର୍ତଃୟ୍ ତର୍ କାୟିରି ଆଚେ ? ମୁଁୟ୍ ତକେ ଇସ୍ୱରାର୍ ନାଉଁଏ ଗଃଉଆରି କଃରୁଲେ, ମକ୍ ଡଃଣ୍ଡ୍ ଦେନାୟ୍ ।" କାୟିତାକ୍ବଃଲେକ୍ ଜିସୁ ତାକ୍ କଃଉଁକେ ଜାତିରିଲା, "ଏ ବିଟାଳ୍ ବୁତ୍ ଇ ଲକ୍ ତଃୟ୍ହୁଣି ବାରାୟ୍ ଜାଆ ।"
ଜିସୁ ତାକ୍ ହଃଚାର୍ଲା, "ତର୍ ନାଉ କାୟି ନାଉ ?"
ସେ କୟ୍ଲା, "ମର୍ ନାଉ ବାହିନି, ବଃଲେକ୍ ଅଃମି ଗାଦେକ୍ ।" ଆର୍ ସେ କାନିକଃର୍ମ୍ ଅୟି ଗଃଉଆରି କଃରି କଃଉଁକ୍ ଦଃର୍ଲା, "ଇତିହୁଣି ସଃନ୍ଦି ଜିଣ୍ତେ ଦୁରିକ୍ ଅଃମିକ୍ ହଃଟାଉ ନାୟ୍ ।"
ସେତିର୍ ଡଙ୍ଗୁର୍ କଃଳ୍କାୟ୍ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍ । ସେ ବିଟାଳ୍ ଦୁତ୍ମଃନ୍ ଜିସୁକେ କାନିକଃର୍ମ୍ ଅୟି ଗଃଉଆରି କଃଲାୟି, "ହୟ୍ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଅଃମିକ୍ ସେମଃନାର୍ ବିତ୍ରେ ହଃଟାଉ ।" ଜିସୁ ସେମଃନ୍କେ ଜଃଉଁକେ ଆଦେସ୍ ଦିଲାକ୍, ବିଟାଳ୍ ଦୁତ୍ମଃନ୍ ସେ ଲକାର୍ ତଃୟ୍ହୁଣି ବାରାୟ୍ଲାୟ୍, ଆର୍ ସେତି ରିଲା ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ସେ ଗୁସ୍ରା ମଃନ୍ଦା ଦଃବ୍ଳି ଜାୟ୍ ସଃମ୍ନ୍ଦ୍ କଃଣ୍ଡାୟ୍ ହୁଣି ଅଦ୍ରି ବୁଡି ମଃଲାୟ୍ ।
ତାର୍ହଃଚେ ଗୁସ୍ରା ଚଃରାଉତା ଲଃକ୍ମଃନ୍ ହଃଳାୟ୍ ଜାୟ୍ ସଃବୁ ଗଃଳେ ଆର୍ ଗାଉଁଏ ଜିସୁ କଃରିରିଲା ଗଃଟ୍ଣା ସଃବୁ କୟ୍ଲାୟ୍, ତଃବାର୍ଗିନେ ଲକ୍ମଃନ୍ କାୟିରି ଅୟିଆଚେ ବଃଲି ଦଃକୁକ୍ ଆୟ୍ଲାୟ୍ ।
ମଃତର୍ ତୁମିମଃନ୍ ସିକ୍ୟା ଦେଉଁଲାସ୍, କେଏ ଜଦି ଉବା କି ଆୟାକ୍ କୟ୍ଦ୍, ‘ମର୍ ତଃୟ୍ହୁଣି ତୁମି ଜାୟ୍ ଉହ୍କାର୍ ହାଉତାର୍ ଆଚେ, ସେରି ମୁଁୟ୍ କର୍ବାନ୍ କଃରି ଆଚି ।’ ବଃଲେକ୍ ଇସ୍ୱର୍କେ ଦାନ୍ କଃରିଆଚି । ତଃବେ ତୁମି ଇବାନ୍ୟା ଲକ୍ମଃନ୍କେ ତାକାର୍ ଆୟ୍ସି ଉବାସିର୍ ଗିନେ କାୟିରି ହେଁ କଃରୁକେ ନଃଦେଉଁଲାସ୍ । ଇବାନ୍ୟା ତୁମିମଃନ୍ ତୁମାର୍ କଃରି ଆସ୍ତା ରିତିବିଦି ଗିନେ ଇସ୍ୱର୍ ଦିଲା ରିତିବିଦିକ୍ ନଃମାନୁଲାସ୍, ଆର୍ କଃତେକ୍ କଃତେକ୍ କାମ୍ କଃରୁଲାସ୍ ।"
ମାନାୟ୍କେ କାୟିରି ବିଟାଳ୍ କଃରେଦ୍
ତାର୍ହଃଚେ ଜିସୁ ଲକ୍ମଃନ୍ଦାକେ ଲଃଗେ କୁଦି କୟ୍ଲା, "ତୁମିମଃନ୍ ସଃବୁଲକ୍ ମର୍ କଃତା ସୁଣା ଆର୍ ବୁଜା; ଇବାନ୍ୟା କୁୟି କଃତା ନାୟ୍ ଜୁୟ୍ରି ହଃଦାୟି ହୁଣି ଆସି ଲକାର୍ ବିତ୍ରେ ହୁରି ତାକ୍ ବିଟାଳ୍ କଃରେଦ୍, ମଃତର୍ ଜୁୟ୍ରି ଲକାର୍ ବିତ୍ରେ ହୁଣି ବାରାୟ୍ଦ୍, ସେ ସଃବୁ ତାକ୍ ବିଟାଳ୍ କଃରେଦ୍ ।
ଗଟେକ୍ ମାୟ୍ଜି ଟକିର୍ ବିସ୍ୱାସ୍
ଇତାର୍ହଃଚ ଜିସୁ ସେ ଜଃଗାୟ୍ହୁଣି ଉଟି ସର୍ ସଃନ୍ଦିକେ ଗଃଲା ଆର୍ ତାକ୍ କେଏ ହେଁ ନଃଜାଣତ୍ ବଃଲି ଇଚା କଃରି ଗଟେକ୍ ଗଃରେ ହୁର୍ଲା, ମଃତର୍ ସେ ଲୁକ୍ଣେ ରେଉଁ ନଃହାର୍ଲା । ସଃଡେବଃଳ୍ ଜିସୁର୍ କଃତା ସୁଣି ସେଦାହ୍ରେ ଗଟେକ୍ ମାୟ୍ଜି ଜାର୍ ଜିସିକେ ବୁତ୍ ଡଃସିରିଲି, ସେ ସଃଙ୍ଗେ ସଃଙ୍ଗେ ଜିସୁର୍ ଲଃଗେ ଆୟ୍ଲି ଆର୍ ତାର୍ ଗଡେ ଡୁଳ୍ଲି । ସେ ମାୟ୍ଜି ସର୍ ହଲିର୍ ସୁରପଇନିକିଆ ଜାତିର୍ ଗ୍ରିକ୍ମାୟ୍ଜି ରିଲି, ଆର୍ ସେ ଜିସୁକେ ଗଃଉଆରି କଃରି ମର୍ ଜିଇର୍ ଲଃଗେହୁଣି ବୁତ୍ ଚାଡାଉ ବଃଲି କଃଉତି ରିଲି । ଜିସୁ ତାକ୍ କୟ୍ଲା, "ଆଗ୍ତୁ ହିଲାମଃନ୍କେ ହେଟ୍ ହୁର୍ନେ କାଉଁକେ ଦିଆସ୍, କାୟିତାକ୍ବଃଲେକ୍ ହିଲାମଃନାର୍ କାତା କାଦି କୁକୁର୍ମଃନାର୍ ଚଃମେ ହିଙ୍ଗ୍ତାର୍ ନିକ ନାୟ୍ ।"
ମଃତର୍ ସେ ମାୟ୍ଜି ଉତୁର୍ ଦିଲି, "ହେଁ ମାପୁର୍, ମଃତର୍ କୁକୁର୍ମଃନ୍ ହେଁ ଟେବୁଲ୍ ତଃଳେ ଅଦ୍ରି ରିଲା ହିଲାମଃନାର୍ ଲିତା ସଃକ୍ଳିମଃନ୍ ବେଟି କାତି ।"
ଜିସୁ ତାକ୍ କୟ୍ଲା, "ତର୍ ଇ କଃତାର୍ ଗିନେ, ତୁୟ୍ ଗଃରେ ବାଉଳି ଜାଆ, ତର୍ ଜିଦିର୍ ଲଃଗେହୁଣି ବୁତ୍ ବାରାୟ୍ ଗଃଲିବେ ।"
ସେ ମାୟ୍ଜି ଗଃରେ ଜାୟ୍ ତାର୍ ଜିସି ଟାଟାୟ୍ ସଇରିଲାର୍ ଆର୍ ବୁତ୍ ବାରାୟ୍ ଜାୟ୍ରିଲାର୍ ଦଃକ୍ଲି ।
ସେ ଲକ୍ ମଃନ୍ଦାର୍ ବିତ୍ରେହୁଣି ଗଟେକ୍ ମାନାୟ୍ କୟ୍ଲା, "ଏ ଗୁରୁ, ମର୍ ହଅକେ ଗୁଲା ବୁତ୍ ଦଃରିଆଚେ, ଆର୍ ସେ ଟଣ୍ଡ୍ ଅଃଉଁକେ ନଃହାରୁଲା ଲାଗି ମୁଁୟ୍ ତାକ୍ ତର୍ ଲଃଗେ ଆଣି ରିଲେ । ଆର୍ ଜଃଡେବଃଳ୍ ତାକ୍ ଜୁୟ୍ତି ବୁତ୍ ଦଃରେଦ୍, ତାକ୍ ତଃଳେ ଅଦ୍ରାୟ୍ ଦଃୟ୍ଦ୍ ଆର୍ ତାର୍ ଟଣ୍ଡେହୁଣି ହେହୁଲ୍ ବାର୍ କଃରେଦ୍ ଆର୍ ସେ ଦାତ୍ କିଟ୍କିଟ୍ କଃରେଦ୍, ସେ ସୁକି ଜଃଉଁଲା । ସେ ବୁତ୍ ଚାଡାଉଁକେ ମୁଁୟ୍ ତର୍ ଚେଲାମଃନ୍କେ କୟିଲେ, ମଃତର୍ ସେମଃନ୍ ଚାଡାଉଁ ନାହାର୍ଲାୟ୍ ।"
ଜିସୁ ସେମଃନ୍କେ କୟ୍ଲା, "ଏ ଅବିସ୍ୱାସି ଜାତି, ମୁଁୟ୍ ତୁମାର୍ ସଃଙ୍ଗ୍ କଃତେକ୍ ଦିନ୍ ରଃୟ୍ନ୍ଦ୍, ମୁଁୟ୍ ତୁମାର୍ କାମ୍ ଦଃକି କଃତେକ୍ କାଳ୍ ସଃମ୍ବାଳିନ୍ଦ୍; ସେ ହିଲାକ୍ ମର୍ ଲଃଗେ ଆଣା !" ସେ ହିଲାକ୍ ଜିସୁର୍ ଲଃଗେ ଆଣ୍ଲାୟି ।
ତାକ୍ ଡଃସିରିଲା ବୁତ୍ ଜିସୁକେ ଦଃକିକଃରି ସେ ହିଲାକ୍ ବୟ୍ଙ୍କାର୍ ବାବେ ମଳିକଃରି ମାଟାୟ୍ ଅଦ୍ରାୟ୍ଲି ଆର୍ ତାର୍ ମୁଏଁ ହେହୁଲ୍ ତୁମା ବାର୍କଃରି ସେ ହିଲା ଡୁଳ୍ଗୁଣ୍ଡୁଳ୍ ଅଃଉଁକେ ଦଃର୍ଲା । ଜିସୁ ସେ ହିଲାର୍ ଉବାସିକ୍ ହଃଚାର୍ଲା, "ଇ ହିଲାକ୍ କଃବେ ହୁଣି ଇବାନ୍ୟା ଅଃଉଁଲି ?"
ଉବାସି କୟ୍ଲା, "ହିଲାବଃଳ୍ ହୁଣି; ଇ ବୁତ୍ ହିଲାକ୍ ମଃରାଉଁକେ କଃତିତର୍ ଜୟ୍ ଲଃଗେ ଆର୍ କଃତିତର୍ ହାଣି ଲଃଗେ ଅଦ୍ରାୟ୍ ଆଚେ, ମଃତର୍ ତୁୟ୍ ଜଦି ବଃଲ୍ କଃରୁ ହାର୍ସି, ତଃବେ ଅଃମାର୍ ଉହ୍ରେ ଦଃର୍ମ୍ କଃର୍ସି ।"
ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
ସେ ହିଲାର୍ ଉବାସି ସେଦାହ୍ରେ ଟଣ୍ଡ୍ ହୁଟାୟ୍କଃରି କୟ୍ଲା, "ହେଁ, ମୁଁୟ୍ ବିସ୍ୱାସ୍ କଃରୁଲେ, ମକ୍ ବିସ୍ୱାସ୍ ତଃୟ୍ ବାଡୁକେ ଉହ୍କାର୍ କଃର୍ ।"
ଆର୍ ଜଃଡେବଃଳ୍ ଜିସୁ ହାକ୍ ଲକ୍ମଃନ୍ ଦଃବ୍ଳି ଆସ୍ତିରିଲାର୍ ଦଃକି, ଜିସୁ ସେ ବିଟାଳ୍ ଆତ୍ମାକେ ଦଃମ୍କାୟ୍କଃରି କୟ୍ଲା, "ଏ ଗୁଲା ଆର୍ ବଃୟ୍ରା ବୁତ୍, ମୁଁୟ୍ ତକେ କଃଉଁଲେ, ଇ ହିଲାର୍ ତଃୟ୍ହୁଣି ବାରାୟ୍ ଜାଆ, ଆର୍ କଃବେ ହେଁ ଇ ହିଲାର୍ ବିତ୍ରେ ହୁର୍ନାୟ୍ଁ ।"
ତାର୍ହଃଚେ ସେ ବୁତ୍ କିର୍କିରି କଃରି ସେହିଲାକ୍ ଜଃବର୍କଃରି ମଳିହଃକାୟ୍ ତାର୍ ବିତ୍ରେ ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ମଃଲା ହର୍ ଅୟ୍ଲା ଲାଗି ଲକ୍ମଃନ୍ ତାକ୍ କୟ୍ଲାୟ୍, "ସେ ତ ମଃରିଗଃଲା !" ମଃତର୍ ଜିସୁ ତାକ୍ ଆତେ ଦଃରି ଉଟାୟ୍ଲା, ଆର୍ ସେ ହିଲା ଉଟିକଃରି ଟିଆ ଅୟ୍ଲା ।
ଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃଲା
ତାର୍ହଃଚେ ଜିସୁ ପାର୍ତ୍ନା ଗଃରେହୁଣି ଉଟି ସିମନାର୍ ଗଃରେ ଗଃଲା । ସିମନାର୍ ସଃତୁର୍ସି ଜଃବର୍ ଜଃର୍ତିରିଲି, ଆର୍ ସେମଃନ୍ ତାର୍ ବିସୟେ ଜିସୁକେ ଗଃଉଆରି କଃଲାୟି । ସେତାର୍ ହଃଚେ ଜିସୁ ତାର୍ ଲଃଗେ ଟିଆ ଅୟି ଜଃର୍କେ ଦଃମ୍କାୟ୍ଲା, ଆର୍ ତାର୍ ଜଃର୍ ଚାଡ୍ଲି, ଆରେକ୍ ସେ ସେଦାହ୍ରେ ଉଟିକଃରି ସେମଃନାର୍ ସେବା କଃରୁକେ ଦଃର୍ଲି ।
ଜିସୁ ଡଙ୍ଗାୟ୍ ହୁଣି ବାରାୟ୍ କଃଣ୍ଡାୟ୍ ଉତୁର୍ଲାକ୍, ସେ ଗଃଳାର୍ ଗଟେକ୍ ବୁତ୍ ଡଃସିରିଲା ଲକ୍ ତାକ୍ ବେଟ୍ ଅୟ୍ଲା, ସେ କଃତେକ୍ କାଳ୍ ହଃତେକ୍ ହଃଚ୍ୟା ନଃହିନ୍ଦି ଗଃରେ ନଃରେୟ୍ ମଃସ୍ଣେ ରେତିରିଲା । ସେ ଜିସୁକେ ଦଃକି କିର୍କିରି କଃରି ତାର୍ ଗଡ୍ ତଃଳେ ଡୁଳି ବଃଡ୍ ଟଣ୍ଡ୍ କଃରି କୟ୍ଲା, "ଏ ସଃବ୍କେ ଉହ୍ରାର୍ ଇସ୍ୱରାର୍ ହୟିସି ଜିସୁ, ତର୍ ସଃଙ୍ଗ୍ ମର୍ କାୟିରି ଆଚେ ? ମୁଁୟ୍ ତକେ ଗଃଉଆରି କଃରୁଲେ ମକେ ଡଃଣ୍ଡ୍ ଦେନାୟ୍," କାୟିତାକ୍ବଃଲେକ୍ ଜିସୁ ବିଟାଳ୍ ବୁତ୍ ଆତ୍ମାକେ ସେମାନାୟ୍ ତଃୟ୍ହୁଣି ବାରାୟ୍ ଜଃଉଁକେ ଆଦେସ୍ ଦେଉଁକ୍ ଜାତିରିଲା, ସେ ବୁତ୍ ଆତ୍ମା କଃତେକ୍ ତର୍ ତାକ୍ ଡଃସି ରିଲି, ଆରେକ୍ ଲକ୍ମଃନ୍ ତାକ୍ ସିକ୍ଳି ସଃଙ୍ଗ୍ ବାନ୍ଦି ରେତିରିଲାୟ୍, ମଃତର୍ ସେ ବାନ୍ଦୁଣ୍ ସଃବୁ ଚିଡାୟ୍ କଃରି ବୁତ୍ ତାକ୍ ସୁକ୍ଲା ବଃଟାୟ୍ ନେତିରିଲି ।
ଜିସୁ ତାକ୍ ହଃଚାର୍ଲା, "ତର୍ ନାଉ କାୟିରି ?"
ସେ କୟ୍ଲା, "ବାହିନି, ବଃଲେକ୍ ବୁତେକ୍," ତାକ୍ ବୁତେକ୍ ବୁତ୍ ତାର୍ ବିତ୍ରେ ହୁରି ରିଲାୟ୍ । ଆରେକ୍ ଜିସୁ ଜଃନ୍କଃରି ସେମଃନ୍କେ ହଃତାଳେ ଜଃଉଁକେ ଆଦେସ୍ ନଃଦେୟ୍, ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃରୁକେ ଦଃର୍ଲାୟ୍ ।
ସେତି ଡଙ୍ଗୁର୍ କଃଳ୍କାୟ୍ ଗଟେକ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍, ଆରେକ୍ ସେ ଜଃନ୍କଃରି ସେମଃନ୍କେ ସେ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଆଦେସ୍ ଦଃୟ୍ଦ୍ ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃଲାୟି । ଜିସୁ ସେମଃନ୍କେ ଆଦେସ୍ ଦିଲାକ୍, ବୁତ୍ମଃନ୍ ସେ ମାନାୟ୍ ତଃୟ୍ହୁଣି ବାର୍ ଅୟି ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ସେତାକ୍ ସେ ଗୁସ୍ରା ମଃନ୍ଦା ସଃଙ୍ଗେ ସଃଙ୍ଗେ ଡଙ୍ଗୁର୍ ଉହ୍ରେ ହୁଣି ଦଃବ୍ଳି ଜାୟ୍ ସଃମ୍ନ୍ଦେ ଅଦ୍ରି ବୁଡି ମଃଲାୟ୍ ।
ଗୁସ୍ରା ଚଃରାଉତା ଲକ୍ମଃନ୍ ସେ ଗଃଟ୍ଣା ଦଃକି ହଃଳାୟ୍ ଜାୟ୍ ଗଃଳେ ଆର୍ ଗାଉଁଏମଃନ୍ ଜାଣାୟ୍ଲାୟ୍ । ସେତାକ୍ ଲକ୍ମଃନ୍ ସେ ଗଃଟ୍ଣା ଦଃକୁକ୍ ବାରାୟ୍ ଆୟ୍ଲାୟ୍, ଆରେକ୍ ଜିସୁର୍ ଚଃମେ ଆୟ୍ଲାୟ୍, ଆର୍ ଜୁୟି ମାନାୟ୍ ତଃୟ୍ହୁଣି ବୁତ୍ମଃନ୍ ବାରାୟ୍ ଜାୟ୍ରିଲାୟ୍, ତାକେ ହଃଚ୍ୟା ହିନ୍ଦି ନିକ ମଃନେ ଜିସୁର୍ ହାଦ୍ ତଃଳେ ବଃସି ରିଲାର୍ ଦଃକି ଡିରି ଗଃଲାୟି ।
ମଃତର୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ ମାପୁରାର୍ ରାଇଜ୍ ନଃଦେକ୍ତା ହଃତେକ୍ ଇତି ଟିଆ ଅୟି ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍ ବାୟ୍ଦ୍ରେ ନଃମେର୍ତି ।"
ଜିସୁର୍ ରୁହ୍ ବାଦୁଲ୍ଲି
ଇ ସଃବୁ ଗଃଟ୍ଣାର୍ ଆଟ୍ଦିନ୍ ହଃଚେ ଜିସୁ ପିତର୍, ଜହନ୍, ଆର୍ ଜାକୁବକେ ସଃଙ୍ଗେ ଦଃରି ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା । ଆରେକ୍ ସେ ପାର୍ତ୍ନା କଃର୍ତା ବଃଳ୍ ତାର୍ ମୁଆଁର୍ ରୁହ୍ ବାଦୁଲ୍ଲି ଆର୍ ତାର୍ ବଃସ୍ତର୍ ଚିଟ୍ଦବ୍ ଆର୍ ବଃଡେ ଉଜାଳ୍ ଅୟ୍ଲି । ଆର୍ ଦଃକା, ତଃତ୍କାଣ୍, ମସା ଆର୍ ଏଲିୟ ଇ ଦୁୟ୍ ଲକ୍ ତାର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍ । ସେମଃନ୍ ସଃର୍ଗାର୍ ଜଃଜ୍ମାନ୍ ସଃଙ୍ଗ୍ ଦଃକାୟ୍ ଅଃଉତି ରିଲାୟ୍, ଜିସୁ ଜିରୁସାଲମେ ଜଃଉଁକେ ଜୁୟି ମଃନ୍ କଃର୍ତି ରିଲା ବିସୟ୍କ୍ ଦଃରି କଃତାବାର୍ତା ଅଃଉତି ରିଲାୟ୍ ।
ସଃଡେବଃଳ୍ ପିତର୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବର୍ ନିଦେ ସଇ ରିଲାୟ୍, ମଃତର୍ ସେମଃନ୍ ନିଦେହୁଣି ଚେତା ଅୟ୍ଲାକ୍, ଜିସୁର୍ ଜଃଜ୍ମାନ୍ ଆର୍ ତାର୍ ସଃଙ୍ଗ୍ ଟିଆ ଅୟ୍ରିଲା ଦୁୟ୍ ଲକ୍କେ ଦଃକ୍ଲାୟ୍ । ଆରେକ୍ ସେମଃନ୍ ତାକାର୍ ତଃୟ୍ହୁଣି ଆସ୍ତା ବଃଳ୍ ପିତର୍ ଜିସୁକେ କୟ୍ଲା, "ଏ ଗୁରୁ, ଅଃମିମଃନ୍ ଇତି ଆଚୁ ଇରି ନିକ ଅଃମିମଃନ୍ ତିନିଗଟ୍ କୁଳିଆ ତିଆର୍ କଃରୁନ୍ଦ୍ ତର୍ ଗିନେ ଗଟେକ୍ ମସାର୍ ଗିନେ ଗଟେକ୍ ଆର୍ ଏଲିୟର୍ ଗିନେ ଗଟେକ୍," ମଃତର୍ ପିତର୍ କାୟିରି କଃଉଁଲା, ସେରି ଜାଣୁ ନଃହାର୍ଲା ।
ଆର୍ ଦଃକା, ଲକ୍ମଃନାର୍ ବିତ୍ରେ ଗଟ୍ ଲକ୍ ଆଉଲି ଅୟି କୟ୍ଲା, "ଏ ଗୁରୁ ମୁଁୟ୍ ତକେ ଗଃଉଆରି କଃରୁଲେ ମର୍ ହିଲାକ୍ ଦଃର୍ମ୍ କଃର୍, କାୟିତାକ୍ବଃଲେକ୍ ସେ ମର୍ ଗଟେକ୍ ବଃଲି ହିଲା । ଦଃକ୍ ତାକ୍ ଗଟେକ୍ ବୁତ୍ ଦଃରେଦ୍ ଆର୍ ସେ ତଃତ୍କାଣ୍ ଆଉଲି ଅୟ୍ଦ୍, ଆରେକ୍ ସେ ତାକ୍ ଅଃନ୍କା ଆଳାଡାଳା କଃରେଦ୍ ମୁଏଁ ହୁଣି ହେହୁଲ୍ ବାରାୟ୍ଦ୍, ଆରେକ୍ ସେ ତାକେ ବାନା କାବ୍ରା କଃରି ବଃଡେ କଃସ୍ଟେ ବାରାୟ୍ ଜାୟ୍ଦ୍ । ତାକ୍ ଚାଡାଉଁକେ ତର୍ ଚେଲାମଃନ୍କେ ଗଃଉଆରି କଃଲେ, ମଃତର୍ ସେମଃନ୍ ନଃହାର୍ଲାୟ୍ ।"
ଜିସୁ କୟ୍ଲା, "ରେ ଅବିସ୍ୱାସି ବିନ୍ ବାଟ୍ ଜାତା ବଃଉଁସ୍ କଃତେକ୍ କାଳ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ ତୁମିମଃନାର୍ ଇବାନ୍ୟା କଃତା ସଃମ୍ବାଳିନ୍ଦ୍, ତର୍ ହଅକେ ଇତି ଆଣ୍," ସେ ଆସ୍ତା ବଃଳ୍ ବୁତ୍ ତାକ୍ ତଃଳେ ଅଦ୍ରାୟ୍ ବଃଡେ ଆଳାଡାଳା କଃଲି, ମଃତର୍ ଜିସୁ ବିଟାଳ୍ ବୁତ୍କେ ଦଃମ୍କାୟ୍ଲା ଆର୍ ବାର୍ କଃଲା ଆର୍ ହିଲାକ୍ ଉଜ୍ କଃରି ତାର୍ ଉବାସିର୍ ଆତେ ଦିଲା । ସେତାକ୍ ସଃବୁଲକ୍ ଇସ୍ୱରାର୍ ବଃଡେ ସଃକ୍ତି ଦଃକି କାବା ଅୟ୍ଲାୟ୍, ମଃତର୍ ତାର୍ କଃଲା ସଃବୁ କାମ୍ ଗିନେ ସଃବୁ ଲକ୍ କାବା ଅଃଉତାବଃଳ୍ ସେ ଅଃହ୍ଣାର୍ ଚେଲା ମଃନ୍କେ କୟ୍ଲା ।
ଜିସୁ ଆର୍ ବାଲ୍ଜିବୁଲ୍
ଗଟ୍ତର୍ ଜିସୁ ଗଟେକ୍ ବୁତ୍ ଚାଡାଉତି ରିଲା, ସେରି ଗୁଲା ବୁତ୍; ବୁତ୍ ବାରାୟ୍ ଗଃଲା ହଃଚେ ଗୁଲା ଲକ୍ କଃତା କୟ୍ଲା, ସେତାକ୍ ଲଃକ୍ମଃନ୍ କାବା ଅୟ୍ଲାୟ୍ ।
ଆର୍, ସେମଃନାର୍ ବିତ୍ରେ ଏକ୍ଲା ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାକ୍ ମାରି କଃରି ତାର୍ କାତା ବାଟ୍ୟାର୍ କାନ୍ କାଟି ହଃକାୟ୍ଲା ।
ମଃତର୍ ଜିସୁ ଉତୁର୍ ଦିଲା, "ଅଃତେକ୍ ସଃରି;" ଆର୍ ସେ ଲକାର୍ କାନ୍ ଚୁଇ, ତାକ୍ ଉଜ୍ କଃଲା ।
ଜହନାର୍ ଚେଲାମଃନ୍ ଗଃଲା ହଃଚେ ଜିସୁ ଜହନ୍ ବିସୟେ କଃତା କଃଉଁକେ ଦଃର୍ଲା, "ତୁମି କାୟିରି ଦଃକୁକ୍ ସୁକ୍ଲା ବଃଟାୟ୍ ଜାୟ୍ ରିଲାସ୍, କାୟି ବାଉୟେ ଜଲ୍ତା ସୁର୍ଲିନଃଳା ବୁଟାକ୍ ? ସେରି ନୟ୍ଲେକ୍ ତୁମିମଃନ୍ କାୟିରି ଦଃକୁକେ ବାରାୟ୍ ଜାୟ୍ରିଲାସ୍ ? କାୟି ମଃସ୍ଣି ବଃସ୍ତର୍ ହିନ୍ଦି ରିଲା ମାନାୟ୍କେ ? ଦଃକା ଜୁୟ୍ମଃନ୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦି ସୁକେ ରେତି, ସେମଃନ୍ ରଃଜାର୍ ନଃଉଁରେ ରେତି । ମକ୍ କଃଉଆ, ସେରି ନୟ୍ଲେକ୍ କାୟିରି ଦଃକୁକ୍ ଜାୟ୍ରିଲାସ୍, କାୟି ଗଟେକ୍ ବାବ୍ବାଦିକେ ? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ବାବ୍ବାଦି ତଃୟ୍ହୁଣି ସଃବ୍କେ ବଃଡ୍ ଲକ୍କେ, ଜାର୍ ବିସୟେ ଦଃର୍ମ୍ ସାସ୍ତରେ ଲେକାଆଚେ, ‘ମାପୁର୍ କୟ୍ଲା, ଦଃକା ଅଃମାର୍ କବୁର୍କାରିଆ ତୁମାର୍ ଆଗ୍ତୁ ହଃଟାଉଁଲୁ, ସେ ତୁମାର୍ ଚଃମେ ତୁମାର୍ ବାଟ ହାଜେଦ୍, ଇରି ସେମାନାୟ୍ ଜହନ୍ ।’ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେଏ ନାୟ୍, ଅୟିଲେକ୍ ହେଁ ମାପୁରାର୍ ରାଇଜେ ଜେ ସାନ୍, ସେ ତାର୍ ତଃୟ୍ହୁଣି ବଃଡ୍ ।"
ଜୁୟି ଲକ୍ମଃନ୍ ଇ ସଃବୁ କଃତା ସୁଣ୍ତି ରିଲାୟ୍, ସେମଃନ୍, ମୁଳ୍କଃରି ରିବ୍ନିମଃନ୍, ଇସ୍ୱରାର୍ ବିଦି ହୁରୁଣ୍ କଃରି ଜହନ୍ ତଃୟ୍ହୁଣି ବାପ୍ତିସମ୍ ନଃୟ୍ ରିଲାୟ୍ । ମଃତର୍ ପାରୁସି ଆର୍ ବିଦି ସିକାଉମଃନ୍ ସେମଃନାର୍ ଜିବନାର୍ ଗିନେ ଇସ୍ୱରାର୍ ଇଚାକ୍ ଅଃମାନ୍ୟା କଃରି ଜହନାର୍ ତଃୟ୍ହୁଣି ବାପ୍ତିସମ୍ ନଃୟ୍ ନଃରିଲାୟ୍ ।