Morte de Jesus
A morte de Jesus é o sacrifício supremo do amor de Deus. Na cruz, o Cordeiro de Deus carregou os pecados do mundo, satisfez a justiça divina e abriu o caminho da salvação para todos.
O sacrifício na cruz
Jesus disse: 'Está consumado!' Na cruz, Ele cumpriu toda a lei, pagou o preço do pecado e reconciliou a humanidade com Deus.
ଇଞ୍ଜେ ସାରେ ବିଷୟ୍ ଶେଷ୍ ଆଦ୍ତେ, ଜିସୁ ଇଦ୍ ପୁତ୍ତଣ୍ଡ୍ । ଦର୍ମଶାସ୍ତ୍ରତାଦ୍ ବାକ୍ୟ ସତ୍ ଆତ୍ତାଙ୍କ୍ ଅଣ୍ଡ୍ କେତ୍ତଣ୍ଡ୍, "ନାକିଂଙ୍କ୍ ଉନ୍ଦେୱାତୁତ୍ ।"
ଆଗେ ଗିନେତାଗ୍ ବର୍ତ୍ତି ପୁଲ୍ସ୍ତାଦ୍ ରସ୍ ମାତ୍ତା । ଅଡ଼୍ ସପ୍ଆଞ୍ଜ୍ ପସ୍କେତିଙ୍କ୍ ରସ୍ତାଗ୍ ମୁହୁସ୍ ଏଜୋପ ଟିକ୍କାତାଗ୍ ୱାଟି ଜିସୁନ୍ ପାୟୁର୍ ବକେତ୍ ଆତ୍ତଡ଼୍ । ଜିସୁ ଆଦିଙ୍କ୍ ଉଞ୍ଜ୍ କେତ୍ତଣ୍ଡ୍, "ଶେଷ୍ ଆଦ୍ତେ ।" ତାନ୍ପେର୍କେ ଅଣ୍ଡ୍ ତାଲେତିଙ୍କ୍ ମଦଲ୍ ମାଡ଼ି ଡଲ୍ତଣ୍ଡ୍ ।
ନାଲୁୱୁଡ଼୍ ସୈନିକ୍ ଜିସୁଙ୍କ୍ କ୍ରୁଶତାଗ୍ ତାର୍ସ୍ପ୍ତେ ପେର୍କେ ଅନ୍ୱାଦ୍ ଚକାତିଙ୍କ୍ ଅସ୍ ନାଲୁ ଦୁଡ଼ା ମାଡ଼୍ତଡ଼୍, ସାରେତଡ଼୍ ସୈନ୍ୟଡ଼କ୍ ସେଙ୍ଗେ ଅଣ୍ଡୟ୍ ଦୁଡ଼ା, ମେଣ୍ଡେ ଅଡ଼୍ ଜିସୁନ୍ ଉତରୀୟ ସିଲେତିଙ୍କ୍ ମିକା ଆତ୍ତଡ଼୍ । ଆଦ୍ ପରକନ୍ସ ମଦଲ୍ ହେୱୁନା ୱିଡ଼୍ସି ସିଲେଇତେ ଅଣ୍ଡୟ୍ ସିଲେ ମାତ୍ତା । ଆଦିଙ୍କ୍ ସୈନ୍ୟଡ଼୍ ତାମ୍ତାମ୍ ତିରିୟ୍ତଡ଼୍, "ଇଦିଙ୍କ୍ ହିକ୍ମାଟ୍, ବାତେଙ୍କ୍ ଇତ୍କେ ଇଦ୍ ବେନନାଦ୍ ଆଦ୍ତେ ଆଦିନ୍ ସେଙ୍ଗେ ଗୁଲିବାଣ୍ଟ ମାଡ଼ିକାଡ଼୍," ଦର୍ମଶାସ୍ତ୍ରତାଗ୍ ଇଦ୍ ଗଟ୍ ସତ୍ ଆଦ୍ତେ, "ଅଡ଼୍ ତାମ୍ତାମ୍ ଲୋପେ ନାୟାଦ୍ ଚକାତିଙ୍କ୍ ତୁହୁସ୍ତଡ଼୍, ମେଣ୍ଡେ ନାୟାଦ୍ ଉତରୀୟ ସିଲେତ୍ ସେଙ୍ଗେ ଗୁଲିବାଣ୍ଟ ମାଡ଼୍ତଡ଼୍ ।" ଇଦିନ୍ ସେଙ୍ଗେ ସୈନ୍ୟଡ଼୍ ଇଲା ମାଡ଼୍ତଡ଼୍ ।
ବାତେଙ୍କ୍ ଇତ୍କେ ଜିସୁନ୍ କ୍ରୁଶତେ ଗାର୍ରେ ତାମ୍ ୟାୟ୍, ତାମ୍ ୟାୟାନ୍ ଏଲାଡ଼୍, କ୍ଲପାନ୍ ମୁତ୍ତେ ମରୀୟମ୍ ନୁ ମଗ୍ଦଲୀନି ମରୀୟମ୍ ନିସ୍ ମାତ୍ତା । ଜିସୁ ତାମ୍ ୟାୟ୍ ନୁ ବେନ୍ ଶିଷ୍ୟଙ୍କ୍ ପ୍ରେମ ମାଡ଼ମାତ୍ତଣ୍ଡ୍, ଅଡ଼୍କିଂଙ୍କ୍ ଗାର୍ରେ ନିସ୍ ମାନ୍ଦାନାଦ୍ ଉଡ଼ି ୟାୟାଙ୍କ୍ କେତ୍ତଣ୍ଡ୍, "ଉଡ଼େ, ନି ମାର୍ରିଙ୍କ୍ !"
ତାନ୍ପେର୍କେ ଆ ଶିଷ୍ୟଙ୍କ୍ କେତ୍ତଣ୍ଡ୍, "ଉଡ଼େ, ମିଇ ୟାୟାଙ୍କ୍ !" ଆ ଶିଷ୍ୟ ଆସୁଣ୍ଟ୍ ଜିସୁନ୍ ୟାୟାଙ୍କ୍ ତାମ୍ ଲୋନ୍ ଅତ୍ତଣ୍ଡ୍ ।
ଅଡ଼୍କିଂଙ୍କ୍ କପାଲ ପେଦେର୍ ପଡ଼ିୟିତାଗ୍ ଏୱୁସ୍ ମିକା ଜିସୁଙ୍କ୍ କ୍ରୁଶତାଗ୍ ତାର୍ସ୍ପ୍ତଡ଼୍, ମେଣ୍ଡେ ଅପ୍ରାଦିଡ଼୍କ୍ ୱେରଙ୍କ୍ ଡେବେ କାଇଦେପାକେ ନୁ ଅର୍ତୁଙ୍କ୍ ତିନ୍ଦେ କାଇଦେପାକେ କ୍ରୁଶତାଗ୍ ତାର୍ସ୍ପ୍ତଡ଼୍ । ଆସୁଙ୍କ୍ ଜିସୁ କେତ୍ତଣ୍ଡ୍, "ବାବା ଇଡ଼କିଙ୍କ୍ କ୍ଷମା ମାଡ଼ା, ବାତେଙ୍କ୍ ଇତ୍କେ ଇଡ଼୍ ବାତ୍ ମାଡ଼ୁତଡ଼୍ ଆଦ୍ ପୁନଡ଼୍ ।" ମେଣ୍ଡେ ଅଡ଼୍ ଜିସୁନ୍ ଚକାତିଙ୍କ୍ ତୁସାନ୍ ମାଇଦିଙ୍କ୍ ଗୁଲିବାଣ୍ଟ ମାଡ଼୍ତଡ଼୍ । ନାରୁଡ଼୍ ନିସ୍ମିକା ଉଡ଼ମାତ୍ତଡ଼୍, ମେଣ୍ଡେ ଯିହୂଦି ନେତାଲଡ଼୍ ମିକା ଅଂକିଙ୍କ୍ ତୁଚ୍ଛ ମାଡ଼ି କେତୁତଡ଼୍, "ଅଣ୍ଡ୍ ଆର୍ତିଡ଼କ୍ ରକ୍ଷା ମାଡ଼ତଣ୍ଡ୍; ଅଣ୍ଡ୍ ଯଦି ଇଶ୍ୱର୍ତେ ହେଞ୍ଚିମାନ୍ଦାନ୍ କ୍ରିଷ୍ଟ, ଆଲେକେ ନିଜ୍ ତିଙ୍କ୍ ରକ୍ଷା ମାଡ଼ିଣ୍ଡ୍ ।"
ସୌନ୍ୟନାରୁଡ଼୍ ମିକା ଅନ୍ ଗାର୍ରେ ୱାସ୍ ପୁଲସ୍ତାଉ କାଲ୍ ଇସ୍ ଅଂକିଙ୍କ୍ ପରିହାସ୍ ମାଡ଼ି କେତ୍ତଡ଼୍, "ନିମ୍ ଯଦି ଯିହୂଦୀଡ଼୍ ରାଜାନନି, ଆଲେକେ ନିଜେତିଙ୍କ୍ ରକ୍ଷା ମାଡ଼ା ।"
ଜିସୁନ୍ ତାଲେତ୍ ପରୁ ଇଦ୍ ଲେକ୍ତାଦ୍ ମାତ୍ତା, "ଇଣ୍ଡ୍ ଯିହୂଦୀଡ଼୍ ରାଜାଲ୍ ।"
କ୍ରୁଶତାଗ୍ ତାର୍ସ୍ପ୍ତା ଅପ୍ରାଦିଡ଼୍ ଲୋପେକେ ୱେରଣ୍ଡ୍ ଅଂକିଙ୍କ୍ ଲିନ୍ଦେ ମାଡ଼ି କେତ୍ତଣ୍ଡ୍, "ନିମ୍ ବାତ୍ କ୍ରିଷ୍ଟ ଆୱୟି କି ? ନିଜେତିଙ୍କ୍ ନୁ ମାକିଂଙ୍କ୍ ଆନ୍ତେ ରକ୍ଷାମାଡ଼ା ।"
ମେଣ୍ଡେ ୱେରନ୍ ଅଂକିଙ୍କ୍ ଦମକ୍ ଇସ୍ କେତ୍ତଣ୍ଡ୍, ନିମ୍ ଆନ୍ତେ ସାମାନ୍ ଦଣ୍ଡ ଅଦୁତିନ୍, "ନିମ୍ ଇଶ୍ୱର୍ତିଙ୍କ୍ ବାତ୍ ୱେର୍ୟକଟ ମିନ୍ଦେନି । ମାମେ ସିନା ନ୍ୟାୟ ମାଇଦିଙ୍କ୍ ଦଣ୍ଡ ଅଦୁତମ୍, ବାତେଙ୍କ୍ ଇତ୍କେ ମାମେ ନିଜ୍ ପାଡ଼ିୟିତାଗ୍ ଦଣ୍ଡ ଦର୍କ୍ତେ, ବାତେଙ୍କ୍ ଇତ୍କେ ଇ ନାରୁଡ଼୍ ବାତେମିକା ଦଷ୍ ମାଡ଼ଣ୍ଡ୍ ।" ମେଣ୍ଡେ ଅଣ୍ଡ୍ କେତ୍ତଣ୍ଡ୍, ହଁ ଜିସୁ, "ନିମେ ରାଜାନ୍ ଲେକାମ୍ ମାଲ୍ସ୍ ୱାତ୍କେ ନାକିଂଙ୍କ୍ ଆନ୍ତେ ହେର୍କା ମାଡ଼ିତିନ୍ ।"
ଆଗାଙ୍କ୍ ଜିସୁ ଅଙ୍କ୍ କେତ୍ତଣ୍ଡ୍, ନାନ୍ ମିକିଂଙ୍କ୍ ସତ୍ କେତୁତାନ୍, "ନେଣ୍ଡ୍ ନିମେ ନାତଡ଼୍ ସ୍ୱର୍ଗ ଦେଶ୍ତାଗ୍ ଆଦ୍ତିଡ଼୍ ।"
ଆଦ୍ନାଣ୍ଡ୍ ପାୟ୍ଲ୍ତେ ହଲ୍ ମୁଣ୍ଡୁ ଗଣ୍ଟା ସାରେ ଦେଶ୍ ଇକାଡ଼୍ ଆତ୍ତେ । ପାୟାଲ୍ତେ ଅଲ୍ ତିନିଟାୱେଲେ ଜିସୁ ଲେଙ୍ଗ୍ଟେଣ୍ଡି କେତ୍ତଣ୍ଡ୍, ଏଲୋହି, ଏଲୋହି, ଲାମା ଶବକ୍ତାନି । ହୋ ନାଆ ଇଶ୍ୱର୍ ତନି, ହୋ ନାଆ ଇଶ୍ୱର୍ ତନି, ନାକିଙ୍କି ବାତେଙ୍କ୍ ୱିଡ଼୍ସି ମିନ୍ଦେନି ?
ଆଦ୍ ସମୟ୍ତେ ମନ୍ଦିର୍ତାଗ୍ ଉଙ୍ଗମାନ୍ଦାନ୍ ପର୍ଦା ପର୍ରକଞ୍ଚ୍ ମଦଲ୍ ହେଉନା ରେଣ୍ଡ୍ ଗାନା ଆସ୍ ହିଙ୍ଗ୍ତେ । ବୂମିକମ୍ପ ଆତ୍ତେ, ମେଟେଆନ୍ତେ ପକ୍ତ୍ତା ନୁ କବର୍ କୁଲାଆସ୍ ନାର୍ଗେ ଇଶ୍ୱର୍ ଆଶେ ଡଲିମନ୍ଦାନ୍ ନାରୁଡ଼୍ ମେଣ୍ଡେ ଜିୱୁନ୍ ଆଦ୍ତଡ଼୍ । ହିଡ଼୍ କବର୍ ତାଗାଙ୍କ୍ ତେଦି ୱାତ୍ତଡ଼୍ ନୁ ଜିସୁନ୍ ପୁନରୁତ୍ତାନ୍ ପେର୍କେ ହିଡ଼୍କିଙ୍କ୍ ପବିତ୍ର ନାର୍ ଯିରୁଶାଲେମ୍ତାଗ୍ ଆଦାନାଦ୍ ବେସ୍କ୍ ତଡ଼୍ ଉଡ଼୍ତଡ଼୍ ।
ଜିସୁଙ୍କ୍ କେପି ମାନ୍ଦାନ୍ ସେନାପତି ନୁ ସୈନ୍ୟହିଡ଼୍ ବୁମିକମ୍ପ ନୁ ବାଗାତାଉ ଗଟ୍ନା ଉଡ଼ି ୱେର୍ସ୍ ଆଦ୍ତଡ଼୍ । ଅଡ଼୍ କେତ୍ତଡ଼୍, "ହିଣ୍ଡ୍ ନିଜାମ୍ ଇଶ୍ୱର୍ତେ ମାର୍ ।"
ମାତର୍ ଅଣ୍ଡ୍ ମାନ୍ ଅଦର୍ମ ସେଙ୍ଗେ ଦେବେ ଚିହ୍ନା ଆତ୍ତଣ୍ଡ୍ ନୁ ମାନ୍ ଅପରାଦ୍ ସେଙ୍ଗେ ଗୁଣ୍ଡାଲ୍ ଆତ୍ତଣ୍ଡ୍; ମାନାଦ୍ ଶାନ୍ତିତେ ସାରେ ଶାସ୍ତି ଅନ୍ ପରୁ ଆତ୍ତେ ନୁ ଅନାଦ୍ ଦେବେତେ ମାନାଡ଼୍ ସୁସ୍ଥ ଆତ୍ତାଡ଼୍। ମାନାଡ଼୍ ସାରେତଡ଼୍ ମେଃକାନଡ଼୍ ଲେକାମ୍ ବୁଲ୍କା ଆର୍ଦାଗ୍ ଆଦାନଡ଼୍ ଆସ୍ମିନ୍ଦେଡ଼୍; ମାନାଡ଼୍ ସାରେତଡ଼୍ ନିଜେ ନିଜେ ଆର୍ଦାକ୍ ମାଲ୍ସ୍ ମିନ୍ଦେଡ଼୍; ମେଣ୍ଡେ, ସଦାପ୍ରବୁ ମାନ୍ ସାରେତଡ଼୍ ଦଷ୍ ଅନ୍ ପରୁ ଅତ୍ତଣ୍ଡ୍। ଅଣ୍ଡ୍ ବେଡ଼ିୟେ ଜିନିଷ୍ ପାହେମ୍ ଆତ୍ତଣ୍ଡ୍, ଆଗେକ୍ବା ଅଣ୍ଡ୍ ନିଜେତିଙ୍କ୍ ଶାନ୍ତିମାଡ଼ି ନିଜେତ୍ ମକମ୍ତେ କେଲ୍ଲଣ୍ଡ୍; ଡଲାନ୍ ପଡ଼ିୟେତାଗ୍ ଅଦାନ୍ ମେକାପିଲେ ଲେକାମ୍, ତଲ୍କେ ନାଡ଼୍କାନ୍ନଡ଼୍ ମୁନେ କଟ ମାନ୍ଦାନ୍ ମେକା ଲେକାମ୍ ଆସ୍ ଅଣ୍ଡ୍ ନିଜେତେ ମକମ୍ତେ ଉତ୍ତର୍ ଇୱଣ୍ଡ୍ ଆତ୍ତଣ୍ଡ୍।
O amor que se entrega
Ninguém tem maior amor do que aquele que dá a vida pelos amigos. Deus prova seu amor em que Cristo morreu por nós quando ainda éramos pecadores.
ନିଜେତ୍ ସାଙ୍ଗନ୍ ସେଙ୍ଗେ ଜିୱୁନ୍ ଇଦାନ୍ କନ୍ସ୍ ବେନନାଦ୍ ମେଣ୍ଡେ ଗାଟି ପ୍ରେମ ଇଲେ ।
ବାତେଙ୍କ୍ ଇତ୍କେ ଇଶ୍ୱର୍ ଜଗତ୍ତିଙ୍କ୍ ଇସର୍ ପ୍ରେମ ମାଡ଼୍ତଣ୍ଡ୍ ଯେ, ଅଣ୍ଡ୍ ନିଜେତ୍ ଅଦ୍ୱିତିୟ ମାର୍ଦିଙ୍କ୍ ଦାନ ହିତ୍ତଣ୍ଡ୍, ବେଦ୍ପୁଟୁଙ୍କ୍ ବେନଆଇ ଅନ୍ଆଗେ ବିଶ୍ୱାସ୍ ମାଡ଼ିତନ୍, ଅଣ୍ଡ୍ ବିନଷ୍ଟ ଆୟ୍ୟକଟ ସାରେଦିନାତ୍ ଜିୱୁନ୍ ଦର୍ସିକିତନ୍ ।
ମାନାଡ଼୍ ଇଶ୍ୱର୍ତେ ଶତ୍ରୁଡ଼୍ ମାନ୍ଦାନ୍ୱେଲେ ଅନ୍ ମାର୍ ମାନ୍ ସେଙ୍ଗେ ଜିୱୁଣ୍ଡ୍ ଇତ୍ତନ୍, ଆଦିଙ୍କ୍ ଇଶ୍ୱର୍ ତଡ଼୍ ମାନାଡ଼୍ ମେଣ୍ଡଅନ୍ଦାମ୍ କାୟ୍ଲ୍ତାଡ଼୍ । ଇଶ୍ୱର୍ ତଡ଼୍ କାୟ୍ଲ୍ତେ ପେର୍କେ ଇଞ୍ଜେ କ୍ରିଷ୍ଟନ୍ ଜିୱୁଣ୍ଡ୍ ତଡ଼୍ ପରିତ୍ରାଣ୍ ପାଏମ୍ ଆଦ୍ଦାନ୍ ସେଙ୍ଗେ ମାନାଡ଼୍ ବେସର୍ ନାର୍ଗେ ସୁଯୋଗ୍ ପାଏମ୍ ଆୟ୍ୱାଡ଼୍ ?
ମାନ୍ ସେଙ୍ଗେ କ୍ରିଷ୍ଟନାଦ୍ ଜିୱୁଣ୍ଡ୍ ଇତ୍ତାଗାଙ୍କ୍ ମାନାଡ଼୍ ପ୍ରେମ ଶିକ୍ଷା ମାଡ଼ୁତମ୍ । କ୍ରିଷ୍ଟିୟାନ୍ ଏଲାଡ଼୍ତାମୁଙ୍କ୍ ସେଙ୍ଗେ ଜିୱୁଣ୍ଡ୍ ଇଦାନଙ୍କ୍ ମାନାଡ଼୍ ମିକା ତିଆର୍ ଆସ୍ ମାନ୍ଦାନାଦ୍ ସାୟେ ।
ଅଣ୍ଡ୍ କ୍ରିଷ୍ଟ ନିଜେ ମାନାଦ୍ ବା ପୁରା ନାରୁଣ୍ଡ୍ ଜାତିତେ ପାପ୍ କ୍ଷମା ସେଙ୍ଗେ ଅଣ୍ଡ୍ ନିଜେ ବଲି ଆସ୍ ମିନ୍ଦେଣ୍ଡ୍ ।
ଅଣ୍ଡ୍ ବିନୟ ନୁ ନମ୍ର ଆସ୍ ଡଲାନ୍ ଯାକ, କ୍ରୁଶତାଗ୍ ଡଲାନ୍ ଯାକ ଗଟ୍ ପାଲନ୍ ମାଡ଼୍ତଣ୍ଡ୍ ।
Morte e ressurreição
Jesus morreu e ressuscitou, e a morte não mais tem domínio sobre Ele. Pelo batismo, participamos de sua morte e ressurreição.
ମାନାଡ଼୍ ପୁତ୍ତାଡ଼୍, କ୍ରିଷ୍ଟ ଡଲ୍ତାଗାଙ୍କ୍ ମେଣ୍ଡଅନ୍ଦାମ୍ ଜିୱୁଣ୍ଡ୍ ଆତ୍ତାଙ୍କ୍, ଅଣ୍ଡ୍ ମେଣ୍ଡେ ବେସୁଟ୍ ଡଲନ୍ । ଅନ୍ ପର୍ର ମେଣ୍ଡେ ଡଲ୍ନାଦ୍ ରାଜ୍ ମାଡ଼େ ପାର୍ୱ । ଅଣ୍ଡ୍ ବେଲା ଡଲ୍ତଣ୍ଡ୍, ଆଦିନ୍ ତଡ଼୍ ପାପ୍ତାଦ୍ ଶକ୍ତିତାଗାଙ୍କ୍ ଅଣ୍ଡୟ୍ଦାମ୍ ପେୟିସ୍ ଆତ୍ତଣ୍ଡ୍ । ଅଣ୍ଡ୍ ଇଞ୍ଜେ ବେନ୍ ଜିୱୁଣ୍ଡ୍ ବାଦ୍କୁତଣ୍ଡ୍, ଆଦ୍ ଇଶ୍ୱର୍ ତଡ଼୍ କାୟ୍ଲ୍ତେ ଜିୱୁଣ୍ଡ୍ ।
ମିଡ଼୍ ପୁତ୍ତିଡ଼୍, ଏର୍ ଦୀକ୍ଷା ଅସ୍ କ୍ରିଷ୍ଟ ଜିସୁନ୍ ତଡ଼୍ କାୟ୍ଲି ମାନାଡ଼୍ ଅନ୍ ଡଲ୍ତାଗ୍ ଗାଲା ପାଲ୍କ୍ ଆତ୍ତାଡ଼୍ । ଏର୍ ମୁଡ଼୍ନ୍ଦି ମାନାଡ଼୍ ଅନ୍ ଡଲ୍ତାଗ୍ ପାଲ୍କ୍ ଆସ୍ ଅନ୍ ତଡ଼୍ ସମାଦି ପାଏମ୍ଆତ୍ତାଡ଼୍ । ଅଣ୍ଡ୍ ବେଲା ବାବାନ୍ ଗୌରବ୍ ଶକ୍ତି ତଡ଼୍ ମେଣ୍ଡଅନ୍ଦାମ୍ ଜିୱେ ଆତ୍ତଣ୍ଡ୍, ମାନାଡ଼୍ ଗାଲା ଅନ୍ ସେଙ୍ଗେ ପୁନେ ଜିୱୁଣ୍ଡ୍ ବାଦ୍କାନଙ୍କ୍ ପାର୍ଦ୍ତାଡ଼୍ ।
ସାର୍ରେତଡ୍ ଅରଟ୍ଦାମ୍ ଡଲିତଡ଼୍ ମେଣ୍ଡେ ତାନ୍ ପେର୍କେ ଇଶ୍ୱରନ୍ ବିଚାରତା ମୁନେ ଆଦାଙ୍କ୍ ଆଦ୍ତେ । ଆଦେଲେକାମ୍ ନାର୍ଗେମୁଲ୍ଦାଦ୍ ପାପ୍ ଦୁରାମ୍ ମାଡ଼ାନଙ୍କ୍ କ୍ରିଷ୍ଟ ଅରଟଦାମ୍ ପୁଜିଆତ୍ତଣ୍ଡ୍ । ଅଣ୍ଡ୍ ମେଣ୍ଡେ ୱାଦ୍ତଣ୍ଡ୍ । ଆସୁଙ୍ଗ୍ ମେଣ୍ଡେ ପାପ୍ତେ ସାଙ୍ଗ୍ କାଇଲାନ୍ ମାଇଦିଙ୍କ୍ ଅଣ୍ଡ୍ ୱାୱଣ୍ଡ୍ । ଅଣ୍ଡ୍ ୱାଦ୍ତଣ୍ଡ୍, ଅନ୍ ସେଙ୍ଗେ କେପିମାନ୍ଦାନ୍ ନାରୁଡ଼୍କିଙ୍କ୍ ପରିତ୍ରାଣ ମାଡ଼ାନ୍ ସେଙ୍ଗେ ।
"ହୋ ଇସ୍ରାଏଲୀୟ ନାରୁଡ଼ି, ଇୱୁ ସାରେ ଗଟି କେଞ୍ଜାଟ୍, ନାଜରିତିୟ ଜିସୁ ନାର୍ଗେ ଶକ୍ତିତ୍ ପାଡ଼୍ୟି, ଆଶର୍ଯ୍ୟ ପାଡ଼୍ୟି ନୁ ଚିଏନ୍ନେ ତଡ଼୍ ମିଇ ଗାର୍ରେ ଇଶ୍ୱର୍ ରଅତେ ନାରୁଣ୍ଡ୍ ଇଞ୍ଜ ପ୍ରମାନିତ୍ ଆତ୍ତଣ୍ଡ୍, ଅନ୍ ତଡ଼୍ ଇଶ୍ୱର୍ ଜେ ମିଇ ଲୋପେ ଇୱୁସାରେ ପାଡ଼୍ୟି ମାଡ଼ିମିନ୍ଦେଣ୍ଡ୍, ଇଦ୍ ମିଡ଼୍ ନିଜେ ନିଜେ ପୁତ୍ତିଡ଼୍ । ଇଶ୍ୱର୍ ଅନାଦ୍ ଜୋଜନା ଲେକାମ୍ ଜିସୁଙ୍କ୍ ମିଇ କାୟ୍ତାଗ୍ ପସ୍ପିଦାନଙ୍କ୍ ଟିକ୍ ମାଡ଼ିମାତ୍ତଣ୍ଡ୍ ମେଣ୍ଡେ ମିଡ଼୍ ଅଂକିଙ୍କ୍ ପାପି ନାରୁଡ଼୍ ତଡ଼୍ କ୍ରୁଶତାଗ୍ ତାର୍ସ୍ପି ହାୱ୍କି ମାତ୍ତିଡ଼୍ । ଇତ୍କେ ଇଶ୍ୱର୍ ଅଂକିଙ୍କ୍ ଡଲ୍ତାଗାଙ୍କ୍ ମୁକ୍ତି ମାଡ଼ି ପୁନର୍ଜିବିତ୍ ମାଡ଼୍ତଣ୍ଡ୍, ବାତେଙ୍କ୍ଇତ୍କେ ଅଣ୍ଡ୍ ଜେ ଡଲିମାତ୍ତଣ୍ଡ୍ ଆଦ୍ ସମ୍ଭବ୍ ଆୟ୍ୟ ।
"ନାନ୍ ସାୟେତ୍ମେଣ୍ଢା ମେଇତାନନ୍; ସାୟେତ୍ମେଣ୍ଢା ମେଇତାନନ୍ ମେଣ୍ଢାନ୍ ମାଇଦିଙ୍କ୍ ନିଜେତ୍ ଜିୱୁଣ୍ଡ୍ ହିଦ୍ତାନ୍ ।
ଇଗାଙ୍କ୍ ଇଦ୍ ପୁନ୍ଦାନଙ୍କ୍ ଆଦୁତ୍ତେ ଜେ, ମିଡ଼୍ ବେସର୍ ଦାମ୍ ଇଦ୍ ରୂଟି ତିନ୍ତିଡ଼୍ ନୁ ଇଦ୍ ଉନ୍ଦାନ୍ ଗିନେତାଗାଙ୍କ୍ ଉନ୍ତିଡ଼୍, ଆସର୍ ଦାମ୍ ପ୍ରବୁ ୱାଦାନ୍ ଦିନାମ୍ ଯାକ ଅନାଦ୍ ଡଲ୍ତାଦ୍ କାବୁର୍ କେତିତିଡ଼୍ ।