Mulher
A Bíblia celebra a mulher como obra-prima da criação divina. Ela é elogiada por sua sabedoria, força, beleza interior e papel fundamental na família e na sociedade.
A mulher na criação
Deus criou o homem e a mulher à sua imagem. A mulher foi formada como ajudadora idônea — parceira de igual dignidade e valor.
ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ ।
Virtude e caráter
A beleza é vã e a formosura passageira, mas a mulher que teme ao Senhor é digna de louvor. Seu caráter é seu maior tesouro.
ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
ବୁଦି ରଇଲା ମାଇଜି ନିଜର୍ ଗର୍କେ ନିମାନ୍ କରି ଜତନ୍ କର୍ସି; ମାତର୍ ବୁଦି ନ ରଇଲା ମାଇଜି ଗର୍କେ ବାଙ୍ଗାଇ ଦେଇସି ।
ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି।
ମାପ୍ରୁର୍ ଲଗେ ଆସିର୍ବାଦ୍ ପାଇଲା ମାଇଁଜି ସନ୍ମାନ୍ ପାଇସି, ମାତର୍ ଲବ୍ରା ଲକ୍ମନ୍ ଦନ୍ସପତିକେ ଜାଗ୍ରତ୍ କରି ସଙ୍ଗଇବାଇ ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
ଟଣ୍ଡାଇ ମାଇଁଜି ଆରି ରିସା ଅଇବା ମାଇଁଜି ସଙ୍ଗେ ଜିଉନା କର୍ବା ବାଦୁଲେ ଗଟେକ୍ ଚିମ୍ରା ଜାଗାଇ ଜାଇ ବାସା କର୍ବାଟା ନିକ ।
Sabedoria e serviço
As mulheres da Bíblia foram líderes, profetisas e discípulas fiéis. Jesus honrou as mulheres e as incluiu em seu ministério.
ତେଇଅନି ଚନେକ୍ ଗାଲାପଚେ, ଜିସୁ ନଅରେ ନଅରେ ଆରି ଗାଏଁ ଗାଏଁ ପର୍ମେସରର୍ ରାଇଜର୍ ସୁବ୍କବର୍ କଇ ବୁଲ୍ବାର୍ ଦାର୍ଲା, ଆରି ବାରଟା ସିସ୍ମନ୍ ତାର୍ ସଙ୍ଗ୍ ରଇଲାଇ । ଜନ୍ ମାଇଜିମନ୍ ଡୁମାଦାର୍ଲା ଟାନେଅନି ଆରି ଜର୍ଦୁକା ଟାନେଅନି ନିକ ଅଇରଇଲାଇ, ସେମନ୍ ମିସା ତାର୍ ସଙ୍ଗ୍ ରଇଲାଇ । ମାଇଜିମନର୍ ବିତ୍ରେ ଅନି ମରିୟମ୍ ଜାକେ କି ମଗ୍ଦଲିନି ମରିୟମ୍ ବଲି କଇବାଇ । ଜାର୍ଟାନେଅନି ସାତ୍ଟା ଡୁମା ବାରଇ ଜାଇରଇଲାଇ । ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ ।
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ ।
ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ । ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ । ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।