Salvação
A salvação é a obra suprema de Deus. Pela graça, mediante a fé, somos salvos — não por obras, para que ninguém se glorie. É o presente mais precioso que a humanidade pode receber.
A salvação pela graça
A salvação é dom de Deus, não resultado de esforço humano. Somos justificados pela fé em Cristo Jesus e reconciliados com Deus pelo seu amor.
କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି,। ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ । ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।
ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା ।
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ ।
ଦରମ୍ ଲକର୍ ପାଇ କେ ମିସା ଗଟେକ୍ ଲକ୍ ମର୍ବାଟା ଆମେ ନାଜାନୁ, ମାତର୍ ଏନ୍ତାରି ମିସା ଅଇସି ଜେ, ଗଟେକ୍ ନିମାନ୍ ଲକର୍ପାଇ ନିଜର୍ ଜିବନ୍ ଦେବାକେ କେ ଆଲେ ସାସ୍ କର୍ବାଇ । ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ ।
O caminho da salvação
Quem confessa Jesus como Senhor e crê em sua ressurreição será salvo. A fé em Cristo é o único caminho para a salvação.
ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା । ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।
ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।
ସେମନ୍ କଇଲାଇ, "ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।"
ସେମନ୍ କଇଲାଇ, "ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।"
ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି ।
ଜେତ୍କି ଲକ୍ ମର୍ ନାଉଁ ଦାରି ଡାକ୍ବାଇ,
ସେମନ୍କେ ମୁଇ ରକିଆ କର୍ବି ।"
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
Nova vida em Cristo
Quem está em Cristo é nova criação. A salvação não é apenas perdão, mas transformação completa — de dentro para fora, para a glória de Deus.
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
"ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
Segurança eterna
O crente tem a certeza da salvação. Ninguém pode arrebatar da mão de Deus aqueles que Ele chamou, justificou e glorificou.
ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ ।
ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି । "
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇଁ ତମର୍ ସାର୍ଦା ବେସି ବଡ୍ । ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ ।
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
A salvação presente e futura
A salvação é passada (justificação), presente (santificação) e futura (glorificação). Deus nos salva, nos guarda e nos conduz à vida eterna.
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
କାଇକେବଇଲେ ମସାର୍ ନିୟମ୍ ଇସାବେ ସବୁ ବିସଇ ସୁକଲ୍ କର୍ବାକେ, ବନି ଦର୍କାର୍ । ବନି ନ ଜରାଇଲେ ପାପ୍ କେମା ନ ଅଏ ।
ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ଆମେ ପରମେସରର୍ ସତ୍ରୁ ରଇଲାବେଲେ ତାର୍ ପିଲା ଆମର୍ ପାଇ ଜିବନ୍ ଦେଲା । ତେଇଅନି ପରମେସର୍ ସଙ୍ଗ୍ ଆମେ ଆରିତରେକ୍ ଜଡିଅଇଲୁ । ତାର୍ ସଙ୍ଗ୍ ଆରିତରେକ୍ ଜଡିଅଇଲା ପଚେ, ଏବେ କିରିସ୍ଟର୍ ଜିବନର୍ ଲାଗି ଆମେ ରକିଆ ପାଇବାକେ କେତେକ୍ ଅଦିକ୍ ନ ପାଉ ?
ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ ।
Nada é impossível para Deus
Aos homens é impossível, mas para Deus tudo é possível. Ele deseja que todos sejam salvos e cheguem ao conhecimento da verdade.
ଜିସୁ ସେମନ୍କେ ଦେକିକରି କଇଲା, "ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜିସୁ କଇଲା, "ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।"
ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।"
କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।"
ଆନ୍ଦାରେ ଉଜଲ୍ ଅଇଲାପାରା
ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି ।
ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
"ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ । ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।"
ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି, ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
ଜିସୁ ତାକେ କଇଲା, "ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।" ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।
ତମେ ମର୍ ମୁଆଟେ ବେସି ନିମାନ୍ ଲକ୍ ଆରି ବେସି ବପୁ ଅଇ ଆଚୁସ୍ ଆରି ମୁଇ ତକେ ଆଲାଦ୍ କଲିନି; ସେଟାର୍ପାଇଁ ମୁଇ ତମର୍ ବାଦୁଲେ ନର୍ମନ୍କେ ଆରି ତମର୍ ପରାନ୍ ବାଦୁଲେ ସର୍ତେ କୁଟୁମ୍କେ ଦେବି।