A volta de Jesus
A volta de Jesus é uma das maiores promessas da Bíblia. Cristo prometeu que retornará em glória, e os cristãos vivem na expectativa desse dia triunfante.
A promessa do retorno
Jesus prometeu aos discípulos que voltaria. Os anjos confirmaram essa promessa na ascensão, e os apóstolos ensinaram que Ele virá com poder.
ନା ବୁବାଦି ଇନ୍ଡ୍ର ନାଣ୍ତ ବାକ୍ରେଙ୍ଗ୍ ମାନେ; ଜଦି ସିଲିତିଙ୍ଗ୍, ଆରିଙ୍ଗ୍ ନାନ୍ ମିଙ୍ଗିଁ ଇନ୍ଏତାମାନ୍ଧି, ନାନ୍ ମି ଉଣ୍ତିଙ୍ଗ୍ ବାଡି ତିଆର୍ କିଦେଙ୍ଗ୍ ସଲ୍ସିନା; ମାରି, ନାନ୍ ସନାନୋ ମି ଉଣ୍ତିଙ୍ଗ୍ ବାଡି ତିଆର୍ କିତିଙ୍ଗ୍ ମାରିଡ଼େସି ୱାନା, ମାରି ନାନ୍ ଏମେ ବାଡିଦୁ ତେବାନା, ମିର୍ ବା ଏଣ୍ତେସ୍ ଆୟା ବାଡିଦୁ ମାନିଦେର୍, ଆୟାଉଣ୍ତିଙ୍ଗ୍ ମିଙ୍ଗିଁ ନିଜେଦି ଲାକ୍ତୁ ଅନା ।
ଇକା ୱେର୍ତି ୱେନ୍କା ଜିସୁଙ୍ଗୁଁ ମୁସ୍କୁପୁର୍ତୁ ସନିକା ୱାର୍ ସୁଡ଼ୁତାର୍ ମାରି କାଣ୍ତେକ୍ ବାଦ୍ଡ଼ତାନ୍ ୱାନ୍ ୱାରି କାଣାଗ୍ଦି ଆଗ୍ଡ଼ିରାନ୍ ସାୟାମାୟା ଆତାନ୍ ।
ୱାନ୍ ମୁସ୍କୁ ସୋରି ୱେନ୍କା ବା ୱାର୍ ତିର୍ତାନ୍ ସୁଡ଼ୁଜି ବାଦ୍ଡ଼ତିଙ୍ଗ୍ ବେସ୍ସି ତେବାତାମାର୍ହାର୍ । ଅଡ଼ିନିଆଙ୍ଗିଁ ଆରାତିକାର୍ ରିଏର୍ ଲୋକୁ ଆୟାଦାପ୍ରେନେ ୱାରି ଲାକ୍ତୁ ୱାଜି, ନିର୍ହା ଇର୍ହାନ୍, "ଏ ଗାଲିଲିଦି ଲୋକୁ, ଏନ୍ଦା ଇବେନୁ ନିର୍ଦେର୍ନୋ ବାଦ୍ଡ଼ତିଙ୍ଗ୍ ବେସ୍ସିନିଦେର୍ ? ଏ ଜିସୁ ମି ଲାକ୍ତୁରାନ୍ ସୋଲ୍ସି ମୁସ୍କୁପୁର୍ତୁ ସର୍ହାନ୍ । ମାତର୍ ୱାନ୍ ଆମା ୱାଜା ମୁସ୍ପୁର୍ତୁ ସନିକା ମିର୍ ସୁଡ଼ୁତିଦେର୍, ଟିକ୍ ଆୟାୱାଜା ୱାନ୍ ମାରିଡ଼େସି ୱାନାନ୍ ।"
ଏନ୍ ଇୟାୱିଜୁ ବିସୟ୍ତାନ୍ ସାକ୍ୟ ସିଜିନାନ୍, ୱାନ୍ ଇଜିନାନ୍, "ଇକା ସତ୍ । ନାନୁ ବେଗି ୱାଜିନା ।" ଆକାନେ ଆପିତ୍ । ପ୍ରବୁ ଜିସୁ, ରାପିନ୍ !
ଜିସୁ ଇଜିନାନ୍, "ୱେନ୍ଣ୍ତ୍ରୁ ! ନାନୁ ବେଗି ୱାଜିନା ! ୱିଜେରିଙ୍ଗ୍ ନିଜେ ନିଜେଦି ପାଣି ଇସାପ୍ତାନ୍ ପଲ୍ ସିନି ଉଣ୍ତିଙ୍ଗ୍ ନାନୁ ପୁରସ୍କାର୍ ଆସ୍ସି ୱାନା ।
Os sinais e o momento
Ninguém sabe o dia nem a hora. Jesus alertou sobre falsos sinais e nos chamou à vigilância constante, pois Ele virá como ladrão na noite.
"ମାତର୍ ଆୟା ଦିନ୍ ବା, ଆୟା ବେଡ଼ା ଏସ୍କାଙ୍ଗ୍ ୱାନାତ୍, ଏନ୍ ୱେର୍ତେଙ୍ଗ୍ ଆଟ୍ଏନ୍ । ନିଜେ ମାପୁରୁଦି ମାରିନ୍ ନି ଦୁତ୍କୁ ବା ଆୟାମାଟା ନେସେଉ, କେବଲ୍ ବୁବା ମାପୁରୁ ନେସ୍ନାନ୍ । ନୋହଦି ବେଡ଼ାଦୁ ଏଣ୍ତେସ୍ ଗଟାତା ମାର୍ହାତ୍, ମନୁସ୍ୟପୁତ୍ରଦି ୱାନି ବେଡ଼ାଦୁ ଆୟାୱାଜା ଗଟାନାତ୍ । ଗାଲିପିରୁଦି ଆଗ୍ଡ଼ିରି ବେଡ଼ାଦୁ ନୋହଦି ଜାହାଜ୍ତୁ ଡ଼ୁଗୁନି ଦିନ୍ ସାନ୍ଦି ଲୋକୁ ଉଣିତିନିକା ମାରି ମେମାରି ନି ଆଇମା ପେଡ଼ିଆନି ୱିଜୁପାଣିଦୁ ଦାନ୍ଦା ଆତାମାର୍ହାତ୍ । ଗାଲିପିରୁଦୁ ୱାର୍ ଦେଲ୍ଜିସନି ସାନ୍ଦି ଇନିକା ଗଟାଜିନାତ୍ ନେସ୍ତେଙ୍ଗ୍ ଆଟ୍ଏଜି ମାର୍ହାର୍ । ମନୁସ୍ୟପୁତ୍ର ୱାଜିନି ଦିନ୍ତୁ ବା ଟିକ୍ ଆୟାୱାଜା ଆନାତ୍ ।
"ମାତର୍ ଆୟା ଦିନ୍ ବା ଆୟା ଦଣ୍ଡ୍ ବିସୟ୍ ଏନ୍ବା ନେସ୍ଏନ୍, ମୁସ୍କୁପୁର୍ତି ଦୁତ୍କୁବା ନେସେଉ ମାରି ନାନ୍ ମନୁସ୍ୟପୁତ୍ର ବା ନେସେଏ, ଅରେନ୍ ନା ବୁବା ନେସ୍ନାନ୍ ।
ଏ ତଡ଼ାନ୍କୁ ନି ତାଙ୍ଗିଁକି, ଇୟାୱିଜୁ ବିସୟ୍ତାନ୍ ଏସ୍କାଙ୍ଗ୍ ମାରି ଆମା ବେଡ଼ାଦୁ ଗଟାନାତ୍, ଆୟା ବିସୟ୍ତାନ୍ ମି ଲାକ୍ତୁ ନାଣ୍ତ ରାସ୍ନିକା ଲୋଡ଼ା ସିଲେତ୍, ଇରିଙ୍ଗ୍ ନାଡ଼ା ଡଙ୍ଗାଁରେଏନ୍ ୱାନି ୱାଜା ପ୍ରବୁଦି ଦିନ୍ ଜେ ୱାନାତ୍, ଇକା ମିର୍ ନେଗେନ୍ତାନ୍ ନେସ୍ନିଦେର୍ । ଏସ୍ତିୱାଲେ ଲୋକୁ ସାନ୍ତି ମାରି ନେଗିବାଡି ଇଜି ୱେର୍ସି ମାନି ୱେଡ଼ାଦୁ ଆୟାଦାପ୍ରେ ୱାରି ମୁସ୍କୁ ସାନିକା ତିଗ୍ଜି ୱାନାତ୍ । ପଟାଦୁମାନି ଆଇମାଦି ଜନମ୍କିନି କାସ୍ଟୁ ୱାଜା ଆକା ନେସ୍ଇୱାଜା ଦାପ୍ରେ ଇଗା ୱାନାତ୍ ମାରି ଏନ୍ ଆୟା ଆଗ୍ଡ଼ିରାନ୍ ଉର୍କୁତେଙ୍ଗ୍ ଆଟ୍ଏନ୍ ।
ମାରି, ଜାଗାର୍ତା ମାନ୍ଡ୍ରୁ, ଇରିଙ୍ଗ୍ ମି ପ୍ରବୁ ଆମା ନାଣ୍ତିଙ୍ଗ୍ ୱାନାନ୍, ଆକା ମିର୍ ନେସ୍ଇଦେର୍ । ମାତର୍ ଇକା ନେସ୍ସୋ ମାନ୍ଡ୍ରୁ, ଏସିୱାଲେ ଡଙ୍ଗାଁର୍ଏନ୍ ଡ଼ୁଗୁନାନ୍ ନେସ୍ତିମାରିଙ୍ଗ୍, ଇଲୁମାଲିକ୍ ଜାଗାର୍ତାଦାନ୍ ମାନ୍ଞ୍ଜି ଡଙ୍ଗାଁର୍ଏନ୍ତିଙ୍ଗ୍ ଇନ୍ଡ୍ର ଡ଼ୁଗିସିତେଙ୍ଗ୍ ସିଏନ୍ । ମିର୍ ବା ୱିଜୁଦିନ୍ ଜାଗାର୍ତା ଆଜମାନ୍ଡ୍ରୁ, ଇରିଙ୍ଗ୍ ଆମା ବେଡ଼ାଦୁ ମିର୍ ୱାନିଙ୍ଗ୍ କାପ୍କିଇ ମାନିଦେର୍ ଆୟା ବେଡ଼ାଦୁ ମନୁସ୍ୟପୁତ୍ର ୱାନାନ୍ ।
ଏ ତଡ଼ାନ୍କୁ ନି ତାଙ୍ଗିଁକି, ପ୍ରବୁ ଜିସୁ କ୍ରିସ୍ତଦି ଡ଼େସିୱାନିଦିନ୍ତି ବିସୟ୍ତାନ୍ ମାରି ୱାନି ଲାକ୍ତୁ ମାଡ୍ ୱିଜେରେ ଉନ୍ଡ୍ରେମାନୁ ଆନି ବିସୟ୍ତାନ୍ ମିଙ୍ଗିଁ ବାତିଙ୍ଗ୍ମାଲ୍ଜିନାପ୍ । ପ୍ରବୁଦି ଦିନ୍ ୱାତାତ୍ନି ଇଜି ଏମାଣାନ୍ ୱେନ୍ଞ୍ଜି ମିର୍ ଇନ୍ଙ୍ଗାଁଆନିଙ୍ଗାଁ ମାରି ବେମ୍ରି ଆମାଟ୍ । ମାପ୍ ପ୍ରଚାର୍ କିନିୱାଲେ ଇୟାୱାଜା ଇନି ମାଟା ୱେର୍ତାମାନାପ୍ ମାରି ଇୟା ବିସୟ୍ତାନ୍ ଇନିକା ରାସ୍ସି ୱେର୍ତାମାନାପ୍ ଇଜି ଏସଲୋକାଙ୍ଗ୍ ଏତ୍ ମାନାତ୍ । ଇୟାୱାଜା ୱେର୍ସି ମିଙ୍ଗିଁ ଏନ୍ ଏଣ୍ତେସ୍ ୱାଜାବା ବେମ୍ରି କିମାକିନ୍ । ମାପୁରୁଦି ବିରୁଦ୍ତାନ୍ ସାରାସାରିୱେନ୍କାରି ଜୁଦ୍ ଗଟାଇ ସାନ୍ଦି ମାରି ଆୟା ଅଦାର୍ମୁଦି ଲୋକ୍ ପୁରାୱେର୍ଇ ସାନ୍ଦି ମାରି ୱାନିଙ୍ଗ୍ ନର୍କଦି ପୋକ୍ଇ ସାନ୍ଦି ପ୍ରବୁଦି ଆୟା ଦିନ୍ ରେଏତ୍ । ଆୟା ତାଗ୍ଇଆତ୍ମା ଲୋକାଦି ୱାର୍ଗିଜିସାନିକା ୱିଜୁ ପୁଜାଦି ଦିୟାମ୍ ମାରି ପୁଜାସିତି ଜିନିସ୍ତି ବିରୁଦ୍ କିନାତ୍ ମାରି ନିଜେଦିଙ୍ଗ୍ ୱିଜେରିଙ୍ଗ୍ ମୁସ୍କୁ ଇଡାୟ୍ଆଦେଙ୍ଗ୍ ଆସା କିନାତ୍ । ଇୟାୱାଜା ଜେ ୱାନ୍ ମାପୁରୁଦି ମନ୍ଦିର୍ତୁ ବାସ୍ସି ନିଜେଦିଙ୍ଗ୍ ମାପୁରୁ ଇଜି ତରାନାତ୍ ।
A glória da segunda vinda
Cristo voltará nas nuvens, com poder e grande glória. Os mortos em Cristo ressuscitarão, e os vivos serão arrebatados para encontrá-lo nos ares.
ନାସ୍ତିୱାଲେ ପେରି ବଲ୍ତାନ୍ ଉନ୍ଡ୍ରି ଆଦେସ୍ ଆନାତ୍, ପେରି ମୁସ୍କୁପୁର୍ତି ଦୁତ୍ତି ବଲୁ ୱେନିଦେର୍, ମାପୁରୁଦି ମରିବାଜା ଆଉଲି ୱେନିଦେର୍ ମାରି ପ୍ରବୁ ମୁସ୍କୁପୁର୍ତାନ୍ ରେସିୱାନାନ୍ । କ୍ରିସ୍ତମାନୁ ବିସ୍ବାସ୍ କିଜି ଆମାକାର୍ ସାତାମାନାର୍, ୱାର୍ ଆଗ୍ଡ଼ି ଜିବନ୍ଆଜି ନିଙ୍ଗିଁନାର୍; ତାନେୱେନ୍କା ମାଡ୍ ଆମାକାର୍ ଆୟା ସମୟ୍ତୁ ଜିବନ୍ ତେବାନାମାନାପ୍, ବାଦ୍ଡ଼ତୁ ୱାରି ୱାଲେ ନିଙ୍ଗିଁଜି ୱାର୍ ବାଦଡ଼୍ତି ଦୁରିଦୁ ପ୍ରବୁଦି ୱାଲେ ବେଟ୍ଆନାର୍, ତାନେୱେନ୍କା ମାଡ୍ ୱିଜୁଦିନ୍ତିଙ୍ଗ୍ ପ୍ରବୁଦି ୱାଲେ ମାନିକା ।
ମାତର୍ ଆୟା ସମୟତୁ ଆୟା ଦୁଃକ୍ ୱେନ୍କା ୱେଡ଼ା ସିକାଟି ଆନାତ୍ ମାରି ଲେଜୁ ଜାୟ୍ ସିଏତ୍, ମାରି ସୁକେଙ୍ଗ୍ ବାଦଡ଼୍ତାନ୍ ଆର୍ନେ ମାରି ବାଦଡ଼୍ତୁ ମାନି ୱିଜୁ ସାକ୍ତିଦିକେଙ୍ଗ୍ ଦୁଙ୍ଗ୍ନେ ସନେ । ନାସ୍ତିୱାଲେ ଲୋକୁ ୱିଜୁ ମନୁସ୍ୟପୁତ୍ରଦିଙ୍ଗ୍ ଜେ ନାନ୍ ପେରି ସାକ୍ତିଦାନ୍ ମାରି ମହିମାଦାନ୍ ବାଦଡ଼୍ତାନ୍ ୱାନିକା ସୁଡ଼ୁନାର୍ । ଆୟା ସମୟତୁ ନାନ୍ ଆସ୍କିତି ଲୋକାଙ୍ଗ୍ ପୃତିବିଦି ଇତି କନାଦାନ୍ ବାଦଡ଼୍ତି ଇତି କନା ସାନ୍ଦି ସାରିବେଡ଼େତି ଲୋକାଙ୍ଗ୍ ଉନ୍ଡ୍ରେମାନୁ ଉଣ୍ତାକିଦେଙ୍ଗ୍ ଦୁତ୍କାଙ୍ଗ୍ ପୋକ୍ନାନ୍ ।
"ଏସ୍ତିୱାଲେ ମନୁସ୍ୟପୁତ୍ର ରାଜାଦି ୱାଜା ୱାନି ମୁସ୍କୁପୁର୍ତି ଦୁତ୍କାୱାଲେ ୱାନାନ୍, ୱାନ୍ ଗୌରବ୍ଜାୟ୍ ରାଜାଗାଦିଦୁ ବାସ୍ନାନ୍, ମାରି ଦୁନିଆଦି ୱିଜୁ ବାସାଦି ଲୋକୁ ୱାନି ଆଗ୍ଡ଼ି ଉନ୍ଡ୍ରେମାନୁ ଆନାର୍ । ନାସ୍ତିୱାଲେ ମେଣ୍ତେଙ୍ଗ୍ଗଉଡ଼ୁ ଏଣ୍ତେସ୍ ଗର୍ଏଙ୍ଗାଁ ନି ମେଣ୍ତେଆଙ୍ଗ୍ ୱେରେଏ କିନାନ୍, ମନୁସ୍ୟପୁତ୍ର ଆୟାୱାଜା ଲୋକାଙ୍ଗ୍ ଦୁଇ ବାଗ୍ କିନାନ୍ । ଦାର୍ମୁଦି ଲୋକାଙ୍ଗ୍ ୱାନ୍ ଉଣି ତରିନ୍ ନି ଆଇ ଲୋକାଙ୍ଗ୍ ଡେବିରି ତରିନ୍ ଇଡ୍ନାନ୍ ।
ତାନିୱେନ୍କା ନାନୁ ସୁଡ଼ୁତା, ମୁସ୍କୁପୁର୍ତି ସେର୍ଲା ରେଆତାତ୍ ମାରି ଆବେନୁ ଉନ୍ଡ୍ରି ଅଡ଼ିନି ଗଡ଼ା । ତାନିଙ୍ଗ୍ ସାଲାକିନିକାନ୍ ବିସ୍ବାସ୍ତିକାନ୍ ମାରି ସତ୍ତି ଦରୁଦାନ୍ ଜାଣାସିନା । ୱାନି ବିଚାର୍ ନ୍ୟାୟ୍ତିକା ମାରି ୱାନ୍ ଦାର୍ମୁଜୁଦଦୁ ମିସାନାନ୍ । ୱାନି କାଣୁକୁ ସିସୁଡ଼ିବୁ ୱାଜା ମାରି ୱାନି ତାଲାଦୁ ନାଣ୍ତ ମୁକୁଟ୍କୁ ମାରେଏ । ୱାନି ମୁସୁକୁ ଉନ୍ଡ୍ରି ଦରୁ ରାସାତାମାରାତ୍, ମାତର୍ ଆକା ଇନିକା, ୱାନିଙ୍ଗ୍ ଡ଼ିସ୍ତିଙ୍ଗ୍ ମାରି ଏନ୍ ନେସ୍ଏନ୍ । ୱାନ୍ ଆରାତିମାନି ଆଙ୍ଗିଁ ନେତେର୍ ଆତାମାରାତ୍ । ୱାନ୍ "ମାପୁରୁଦି ବାକ୍ୟ" ଇଜି ୱିଙ୍ଗିଁତାନ୍ । ମୁସ୍କୁପୁର୍ତି ସୌନ୍ୟଦଲ୍, ନେଗିକାର୍, ଅଡ଼ିନିକା, ଅଡ଼ିନିଆଙ୍ଗିଁ ଆରାଜି, ଅଡ଼ିନି ଗଡ଼ାମୁସୁକୁ ଏକ୍ସି ୱାନି ୱେନ୍କା ସଲିସ୍ମାର୍ଆର୍ । ୱାନି ୱେୟୁଦାନ୍ ଉନ୍ଡ୍ରି ଦାରାଦି କାଣ୍ତା ସୋସିମାରାତ୍ । ତାନି ସାହାଜ୍ୟଦାନ୍ ୱାନ୍ ଦୁନିଆଦି ୱିଜୁ ଜାତିଦିଙ୍ଗ୍ ସାପିସ୍ କିନାନ୍ । ମାରି ୱାରିଙ୍ଗ୍ ୱାଦ୍ ଲୁୱା ଦଣ୍ତତାନ୍ ସାସନ୍ କିନାନ୍ ମାରି ସର୍ବସାକ୍ତିମାନ୍ ମାପୁରୁଦି ନାଣ୍ତରିସାନାନି ଅଙ୍ଗୁର୍ତିଙ୍ଗ୍ ୱାନ୍ ପିର୍ନି କୁଣ୍ତିଦୁ ନିଜେ ପିର୍ଜି ଅଙ୍ଗୁର୍ରସ୍ ସୋପ୍ନାନ୍ । ୱାନି ଆଙ୍ଗିଁ ମୁସୁକୁ ମାରି କୁରୁଗୁଦୁ ଦେସ୍ତାନ୍ ରାସାତାମାରାତ୍, "ରାଜାରି ରାଜା ମାରି ପ୍ରବୁରି ପ୍ରବୁ ।"
ଆଦେଙ୍ଗ୍ ଏନ୍ ନାଙ୍ଗିଁ ମାରି ନା ବାକ୍ୟ ବିସୟ୍ତାନ୍ ସେମାର୍ ଆନାନ୍, ମନୁସ୍ୟପୁତ୍ର ଏସ୍ତିୱାଲେ ବୁବାୱାଲେ, ମାରି ମୁସ୍କୁପୁର୍ତି ପବିତ୍ର ଦୁତ୍କାୱାଲେ ମହିମାଦାନ୍ ୱାନାନ୍, ନାସ୍ତିୱାଲେ ୱାନ୍ ୱାରି ବିସୟ୍ତାନ୍ ସେମାର୍ କିନାନ୍ ।
Vivendo na expectativa
A certeza do retorno de Cristo nos chama a viver em santidade, aguardando novos céus e nova terra onde habita a justiça.
ମାତର୍ ଏ ନା ତଡ଼୍କୁ, ପ୍ରବୁଦି ଲାକ୍ତୁ ଉଣ୍ତ୍ରି ଦିନ୍ ଜେ ଅଜାର୍ଅଜାର୍ ବାର୍ସେକ୍ ୱାଜା ମାରି ଅଜାର୍ଅଜାର୍ ବାର୍ସେକ୍ ଜେ ଉଣ୍ତ୍ରି ଦିନ୍ ୱାଜା, ଇୟା ଉଣ୍ତ୍ରି ବିସୟ୍ ମିରୁ ବାଣାମାଟ୍ । ୱେଡ଼ାଆନାତ୍ ଇଜି ଏଣ୍ତେସ୍ ଏସଲୋକ୍ ଅଡ଼୍ବିନାର୍, ପ୍ରବୁ ନିଜେଦି ପାର୍ମାଣ୍ ପୁରା କିଦେଙ୍ଗ୍ ୱେଡ଼ା କିଏନ୍, ମାତର୍ ଏଣ୍ତେସ୍ ଏନ୍ ନାସ୍ଟୁ ଆଏର୍, ୱିଜେରେ ମୋନ୍ତିଙ୍ଗ୍ ବାଦ୍ଲେ କିନାର୍, ଇକା ବଦା କିଜି ୱାନ୍ ମି ଉଣ୍ତିଙ୍ଗ୍ ୱିଜୁଦିନ୍ ସାସ୍ ଆସ୍ସି ତେବାତାମାନାନ୍ ।
ମାତର୍ ପ୍ରବୁଦି ଦିନ୍ ଡଙ୍ଗାଁର୍ଏନ୍ ୱାଜା ୱାନାତ୍ । ଆୟା ନାଣ୍ତିଙ୍ଗ୍ ବାଦଡ଼ୱିଜୁ ଉନ୍ଡ୍ରି ନାଣ୍ତ ଆଉଲିଦାନ୍ ୱିଜୁ ମାର୍ଗାନାତ୍, ମାରି ବାଦଡ଼ତି ଗ୍ରହ ସୁକେଙ୍ଗ୍ୱିଜୁ ୱେଜି କାସ୍ସି ଦଂସ ଆନେ ମାରି ଦୁନିଆ ସିକିୟାଦାନ୍ ତାନି ୱିଜୁ ଜିନିସ୍କା ୱାଲେ ଦଂସ ଆନାତ୍ ।
ଜଦି ଇୟାୱାଜା ୱିଜୁ ବିସୟ୍ ଦଂସ ଆନାତ୍, ଆର୍ତିଙ୍ଗ୍ ଅଡ଼୍ବିଜ ସୁଡ଼ୁଦୁ, ମି ଜିବନ୍ ଏଣ୍ତେସ୍ନାନିକା ଆନିକା ମାନାତ୍ । ଆକା ପବିତ୍ର ମାରି ମାପୁରୁଦିମାନୁ ସିଆୟ୍ ଆନିକା ଅରେନ୍ ଦର୍କାର୍ । ମିରୁ ପ୍ରବୁଦି ଦିନ୍ତିଙ୍ଗ୍ କାପ୍କିଜି ତେବାନି ୱାଲେ, ଆକା ଏଣ୍ତେସ୍ ବେଗି ୱାନାତ୍, ଇୟାଉଣ୍ତିଙ୍ଗ୍ ନିଜେଦିଙ୍ଗ୍ ତିଆର୍ ଆଦୁ । ଆୟା ନାଣ୍ତିଙ୍ଗ୍ ବାଦଡ଼ୱିଜୁ କାସ୍ସି ଦଂସ ଆନାତ୍ । ବାଦଡ଼ତି ଗ୍ରହ ସୁକେଙ୍ଗ୍ୱିଜୁ ପୁରାନାଣ୍ତ ତାତିଦାନ୍ ତର୍ଲେଆନେ ସନେ । ମାତର୍ ମାପ୍ ମାପୁରୁ ପାର୍ମାଣ୍ କିତିମାନି ଉଣ୍ତ୍ରି ପୁନି ବାଦଡ଼ ମାରି ପୁନି ଦୁନିଆଦିଙ୍ଗ୍ କାପ୍କିଜି ମାନାପ୍, ଆବେନୁ ଦାର୍ମୁଦିଲୋକୁ ତିଆର୍ ଆନାତ୍ ।
ୱିଜେରେ ଉନ୍ଣ୍ତ୍ରେଦେବା ସାନାର୍ ମାରି ତାନିୱେନ୍କା ମାପୁରୁଦି ବିଚାର୍ଦି ଆଗ୍ଡ଼ି ନିନାର୍ । ଆୟାୱାଜା ୱିଜୁଲୋକା ଉଣ୍ତିଙ୍ଗ୍ ପାପ୍ ଆକ କିଦେଙ୍ଗ୍ କ୍ରିସ୍ତ ଉନ୍ଣ୍ତ୍ରେ ଦେବାଦି ଉଣ୍ତିଙ୍ଗ୍ ବଲି ୱାଜା ସିଆୟ୍ ଆତାନ୍ । ୱାନ୍ ମାରିଉଣ୍ଡ୍ରି ଦେବା ୱାନାନ୍ । ନାସ୍ତିୱାଲେ ମାରି ପାପ୍ତି ଜୁଦ୍ କିନି ଉଣ୍ତିଙ୍ଗ୍ ୱାନ୍ ରେଏନ୍ । ୱାନ୍ ୱାନାନ୍, ୱାନି ଉଣ୍ତିଙ୍ଗ୍ କାପ୍କିଜିମାନି ଲୋକାଙ୍ଗ୍ ରକିୟା କିନି ଉଣ୍ତିଙ୍ଗ୍ ୱାନାନ୍ ।