15 ତୁମିମଃନାର୍ ଗଃଗାଳ୍ ଜେ କ୍ରିସ୍ଟର୍ ଗଃଗାଳ୍ ହର୍, ଇତି ନଃଜାଣାସ୍ କି ? ତଃବେ ମୁଁୟ୍ କ୍ରିସ୍ଟର୍ ଗଃଗାଳ୍କେ ନଃୟ୍କଃରି ବେସୁଆ ଗଃଗାଳ୍ କଃରିନ୍ଦ୍ କି ? ସେରି କଃବେହେଁ ନଃଉଅ । 16 କି ଜେ ବେସୁଆ ସଃଙ୍ଗ୍ ମିସିଜାୟ୍ଦ୍, ସେ ତାର୍ ସଃଙ୍ଗ୍ ଗଟେକ୍ ଗଃଗାଳ୍ ଅୟ୍ଦ୍, ଇରି କାୟି ତୁମିମଃନ୍ ନଃଜାଣାସ୍ ? କାୟିତାକ୍ କଃଉଆ ଅୟିଆଚେ, "ସେ ଦୁୟ୍ଲକ୍ ଗଟେକ୍ ଗଃଗାଳ୍ ଅଃଉତି ।" 17 ମଃତର୍ ଜେ ମାପୁର୍ ସଃଙ୍ଗ୍ ମିସେଦ୍, ସେ ତାର୍ସଃଙ୍ଗ୍ ଆତ୍ମାୟ୍ ଗଟେକ୍ ଅୟ୍ଦ୍ ।