15 ଅଃମିମଃନ୍ ମାପୁରାର୍ କଃତା ହଃର୍କାରେ ତୁମିମଃନ୍କେ ଇରି କଃଉଁଲୁ, ଅଃମିମଃନ୍ ଜଃତେକ୍ ଲକ୍ ମାପୁର୍ ଆସ୍ତା ଦିନ୍ ହଃତେକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ଅଃମିମଃନ୍ କଃନ୍କଃରି ହେଁ ମଃଲା ଲକ୍ମଃନାର୍ ତଃୟ୍ହୁଣି ଆଗ୍ତୁ ଜଃଉଁ ନଃହାରୁ । 16 କାୟିତାକ୍ବଃଲେକ୍ ମାପୁର୍ ନିଜେ ଆଦେସ୍ ଦଃୟି ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟି ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି । 17 ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପୁରାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପୁରାର୍ ସଃଙ୍ଗ୍ ରେଉଁନ୍ଦ୍ । 18 ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।
Publicidade
Publicidade