ମାପୁର୍ ଆସ୍ତା ଦିନାର୍ ଗିନେ ଜଃଗ୍ରାତ୍ ଅଃଉଆ
1 ମଃତର୍ ଏ ବାୟ୍ବେଣିମଃନ୍, ଇ ସଃବୁ କଃତା କଃବେ ଆର୍ କଃନ୍କା ବେଳାୟ୍ ଗଃଟେଦ୍, ଇ କଃତା ତୁମିମଃନ୍କେ କାୟିରି ଲେକି ଜାଣାଉଁକ୍ ଲଳା ନାୟ୍ । 2 କାୟିତାକ୍ବଃଲେକ୍ ରାତିଆ ଚର୍ ଆୟ୍ଲି ହର୍ ମାପୁରାର୍ ଦିନ୍ ଜେ ଆସେଦ୍, ଇରି ତୁମିମଃନ୍କେ ନିକକଃରି ଜାଣା । 3 ଜଃଡେବଃଳ୍ ଲକ୍ମଃନ୍ "ସୁସ୍ତା ଆର୍ କାୟି ବିପ୍ତି ନାୟ୍" ବଃଲି କଃଉତି ରେତି, ସଃଡେବଃଳ୍ ଆଙ୍ଗେ ରିଲା ମାୟ୍ଜିର୍ ହିଲା ଜଃଲମ୍ କଃର୍ତା ଦୁକା ହର୍ ଦାପେ ସେମଃନାର୍ ଉହ୍ରେ ବିପ୍ତି ଆସେଦ୍, ଆର୍ ସେମଃନ୍ କଃନ୍କଃରି ହେଁ ବଚୁ ନଃହାର୍ତି ।