20 ଜୁୟ୍ତାର୍ ଗିନେ ଇସ୍ୱରାର୍ ଜଃତେକ୍ ସଃୟ୍ତ୍ ଆଚେ, ସେ ସଃବୁର୍ "ହେଁ" ଜିସୁ କ୍ରିସ୍ଟ ତଃୟ୍ ଆଚେ; ଇତାର୍ ଗିନେ ହେଁ ଜିସୁ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ଅଃମିମଃନ୍ ସଃବୁବଃଳ୍ "ଆମେନ୍" ବଃଲି କଃଉନ୍ଦ୍ । 21 ସେ ଇସ୍ୱର୍ ନିଜେ, ଜେ ଅଃମିମଃନ୍ ତୁମିମଃନାର୍ ସଃଙ୍ଗ୍ କ୍ରିସ୍ଟର୍ ତଃୟ୍ ଗଟେକ୍ କଃରି ତିର୍ କଃରିଆଚେ, ଆରେକ୍ ଅଃମିମଃନ୍କେ ଅବିସେକ୍ କଃରିଆଚେ; 22 ସେ ହେଁ ଅଃମିମଃନ୍କେ ବିନେ କଃରିଆଚେ ଆର୍ ଅଃମାର୍ ମଃନେ ତାର୍ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍ ଅଃମାର୍ ଉହ୍ରେ ସେ ଅଃଦିକାର୍ କଃରିଆଚେ, ପବିତ୍ର ଆତ୍ମା ଅଃମାର୍ ଉହ୍ରେ ଅଃଦିକାରାର୍ ମୁଦ୍ରା ଆର୍ ଆଗ୍ବାଟ୍ୟା ଜାୟ୍ରି ହାଉନ୍ଦ୍ ସେରି ଇସ୍ୱରାର୍ ଚିନା ଅୟ୍ଦ୍ ।
Publicidade