ଇସ୍ୱର୍କେ ପାଉଲାର୍ ଦନ୍ୟବାଦ୍
3 ଆସା, ଅଃମାର୍ ଇସ୍ୱର୍ ଆର୍ ମାପୁର୍ ଜିସୁ କ୍ରିସ୍ଟର୍ ଉବାକେ ଦନ୍ୟବାଦ୍ ଜାଣାଉଁଆ, ସେ ଦଃୟା କଃର୍ତା ଉବା ଆର୍ ଜାର୍ ତଃୟ୍ହୁଣି ସଃବୁ ସୁସ୍ତା ଆସେଦ୍ । 4 ସେ ଅଃମାର୍ ସଃବୁ ଦୁକ୍କଃସ୍ଟେ ସୁସ୍ତା ଦଃୟ୍ଦ୍, ସେ ସୁସ୍ତା ତଃୟ୍ ଅଃମି କଃସ୍ଟ ବୟଃଗ୍ କଃର୍ତା ଦିନ୍ ଲକ୍ମଃନ୍କେ ସୁସ୍ତା ଦେଉଁ ହାରୁ, ଜୁୟି ସୁସ୍ତା ଅଃମି ନିଜେ ଇସ୍ୱର୍ ତଃୟ୍ହୁଣି ହାୟ୍ଆଚୁ । 5 କାୟିତାକ୍ବଃଲେକ୍ କ୍ରିସ୍ଟର୍ ତଃୟ୍ ଆଚୁ ଗିନେ ଅଃମାର୍ ଦୁକ୍ ବୟଃଗ୍ ଜଃନ୍କଃରି ବୁତେକ୍, ସେବାନ୍ୟା କ୍ରିସ୍ଟର୍ ତଃୟ୍ ଆଚ୍ତା ଗିନେ ଅଃମିମଃନାର୍ ଇସ୍ୱରାର୍ ସୁସ୍ତା ହେଁ ବୁତେକ୍ । 6 ମଃତର୍ ଅଃମିମଃନ୍ ଦୁକ୍ ବୟଃଗ୍ କଃଲେକ୍, ସେରି ତୁମାର୍ ସୁସ୍ତା ଆର୍ ମୁକ୍ଳାଉତାର୍ ଗିନେ । କି ଅଃମିମଃନ୍ ସୁସ୍ତା ହାୟ୍ଲେକ୍, ସେରି ତୁମିମଃନାର୍ ସୁସ୍ତାର୍ ଗିନେ; ଅଃମିମଃନ୍ ଜୁୟି ରଃକମାର୍ ଦୁକ୍ ବୟଃଗ୍ କଃରୁଲୁ, ସେରଃକମ୍ ଦୁକ୍ ବୟଃଗ୍ ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ସେ ସୁସ୍ତା କାମ୍ ହୁରୁଣ୍ କଃରୁଲି । 7 ଆର୍, ତୁମିମଃନାର୍ କଃତାୟ୍ ଅଃମିମଃନାର୍ ବଃର୍ସା ଅଃଟୁଆ ଆଚେ, ଜୁୟ୍ତାର୍ ଗିନେ ତୁମିମଃନ୍କେ ଜଃନ୍କଃରି ଦୁକ୍ ବୟ୍ଗାର୍ ବାଗି ହାଉତା ଲକ୍, ସେରଃକମ୍ ସୁସ୍ତାର୍ ହେଁ ବାଗ୍ ହାଉତା ଲକ୍, ଇତି ଅଃମିମଃନ୍ ଜାଣୁ ।