18 ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟିଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ । 19 ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
20 ତଃବେ ଇସ୍ୱର୍ ଅଃମିମଃନ୍କେ କୁଦ୍ଲାର୍ ଗିନେ ଅଃମିମଃନ୍ କ୍ରିସ୍ଟର୍ ବାଟ୍ୟା ରଃଜାଦୁତାର୍ କାମ୍ କଃରୁଲୁ; କ୍ରିସ୍ଟର୍ ବାଟ୍ୟା ଅୟି ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱର୍ ତୁମିକେ ସଃତ୍ରୁ ତଃୟ୍ହୁଣି ମାପ୍ରୁସାଦ୍ କଃରି ବାଦ୍ଲାଅ ।