4 ମଃତର୍ ଅଃମି ସଃବୁ ଅବୁସ୍ତାୟ୍ ନିଜ୍କେ ଇସ୍ୱରାର୍ ସେବାକାରି ହର୍ ଚିନାୟ୍ ଦେଉଁଲୁ । ବୁତେକ୍ ସାସ୍ ସଃଙ୍ଗ୍ ଅଃମି ସଃବୁ ରଃକମାର୍, କଃସ୍ଟ ତଃୟ୍, ଦୁର୍ଦଃସା ତଃୟ୍, ବିପ୍ତି ତଃୟ୍ ସଃମ୍ବାଳି ଆଚୁ, 5 ୬:୫ ପେରି ୧୬:୨୩.ମାଡ୍ ତଃୟ୍, ଜଃଇଲେ ହୁର୍ଲା ତଃୟ୍, ଗଃଣ୍ଡ୍ଗଳ୍ ତଃୟ୍, ହାୟ୍ଟି କଃର୍ତା ତଃୟ୍, ନଃସଉତା ରାତି ତଃୟ୍, ବୁକାର୍ ତଃୟ୍, 6 ପବିତ୍ର ତଃୟ୍, ଗ୍ୟାନ୍ ତଃୟ୍, ସଃମ୍ବାଳ୍ତା ତଃୟ୍, ଦିରାବାବ୍ ତଃୟ୍, ପବିତ୍ର ଆତ୍ମାର୍ ତଃୟ୍, ନିକ ଲାଡ୍ ତଃୟ୍, 7 ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ । 8 ଅଃମି ମାନ୍ତି ଆର୍ ଅମାନ୍ୟାର୍ ହାୟ୍ଆଚୁ । ଅଃମି ଲାଜ୍ ହାୟ୍ଆଚୁ ଆର୍ ଗୁଣ୍ଗିତ୍ ହାୟ୍ଆଚୁ । ମିଚ୍ କଃଉତା ଲକାର୍ ହର୍ ଅୟି ଆଚୁ ମଃତର୍ ଅଃମି ସଃତ୍ କଃଉତା ଲକ୍, 9 ନଃଚିନ୍ଲା ଲକାର୍ ହର୍ ମଃତର୍ ଚିନଃଲା ଲକ୍, ମଃଲା ଲକାର୍ ହର୍, ମଃତର୍ ଦଃକା, ଅଃମିମଃନ୍ ଜିବନ୍ ଆଚୁ, ଡଃଣ୍ଡ୍ ହାୟ୍ଲା ଲକାର୍ ହର୍, ମଃତର୍ ମାରାୟ୍ ନଃଉଁ, 10 ଦୁକାର୍ ଲକ୍ ହର୍, ମଃତର୍ ସଃବୁବଃଳ୍ ସଃର୍ଦା, ଗଃରିବ୍ ଲକାର୍ ହର୍, ମଃତର୍ ଗାଦେକ୍ ଲକ୍କେ ଦଃନ୍ ଦେଉଁକେ ଲକ୍, କାୟିରି ନଃହାଉତା ଲକାର୍ ହର୍, ମଃତର୍ ସଃବୁ ହାୟ୍ଲା ଲକ୍ ।