20 ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍ କୁୟି ହେଁ ବଃଚନ୍ ଅଃଲ୍ଗା ବାବେ ବାଡାୟ୍କଃରି କଃଉତା ବିସୟ୍ ନଃୟ୍ ।
21 କାୟିତାକ୍ ବଃଲେକ୍ କୁୟି ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟି କଃତା କୟ୍ରିଲାୟ୍ ।