8 ତଃବେ ଅଃମିମଃନାର୍ ମାପୁରାର୍ କଃତା ସାକିଦେତା କଃତାୟ୍, କି ତାର୍ ହାୟ୍ଁ କଃୟ୍ଦ୍କଃଟୁ ମୁୟ୍ଁ, ମର୍ ଗିନେ ହେଁ ଲାଜ୍ ଅଃଉଅ ନାୟ୍ । ମଃତର୍ ଇସ୍ୱରାର୍ ସଃକ୍ତି ହଃର୍କାରେ ନିକ କବୁରାର୍ ଗିନେ ମର୍ ସଃଙ୍ଗ୍ କଃସ୍ଟ ସଃମ୍ବାଳା । 9 ସେ ଅଃମିମଃନ୍କେ ମୁକ୍ଳାୟ୍ ଆଚେ, ଆର୍ ନିର୍ମୁଳ୍ କୁଦାଣେ କୁଦି ଆଚେ, ଅଃମିମଃନାର୍ କାମ୍ କଃଲା ହଃର୍କାରେ ସେ ନଃକେରେ, ମଃତର୍ ତାର୍ ସଃୟ୍ତ୍ ଆର୍ ଦଃୟା ହଃର୍କାରେ କଃରିଆଚେ । ସେ ଦଃୟା ଜୁଗ୍ ଆରୁମାର୍ ହୁର୍ବେ ହୁଣି ଜିସୁ କ୍ରିସ୍ଟର୍ ତଃୟ୍ ଅଃମିମଃନ୍କେ ଦିଆ ଅୟ୍ରିଲି । 10 ମଃତର୍ ଅଃବେ ଅଃମିମଃନ୍କେ ମୁକ୍ଳାଉତା ଲକ୍ କ୍ରିସ୍ଟ ଜିସୁର୍ ଜଃଲମ୍ ଅୟ୍ଲାକ୍ ଇ ସଃବୁ ଜାଣା ହଃଳିଆଚେ; ସେ ମଃର୍ନାର୍ ସକ୍ତିକେ ନଃସ୍ଟ୍ କଃଲା ଆଚେ ଆର୍ ନିକ କବୁର୍ ତଃୟ୍ ଜିବନ୍ ଆର୍ ନଃମେର୍ତାର୍ ଉଜାଳ୍ ଜାଣାୟି ଆଚେ ।
Publicidade
Publicidade