10 କାୟିତାକ୍ବଃଲେକ୍ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଅଃମିମଃନ୍ ତୁମିମଃନ୍କେ ଇ ବଲ୍ ଦଃୟ୍ରିଲୁ, "ଜୁୟି ଲକ୍ କାମ୍ କଃରୁକେ ମଃନ୍ ନଃକେରେ, ସେ ଅଃର୍ନ୍ ହେଁ କାଉଅ ନାୟ୍ ।"
11 ତୁମିମଃନାର୍ ବିତ୍ରେ କେଏ କେଏ ଅଃଳ୍ସିଆ ଜିବନ୍ କାଟୁଲାୟ୍ ଆର୍ ନିଜାର୍ କାୟି କାମ୍ ନଃକେରି ବିନ୍ ଲକାର୍ କାମେ ବାଦା ଦେଉଁକ୍ ଲାଗିରେତି ବଃଲି ଅଃମିମଃନ୍ ସୁଣୁଲୁ । 12 ଇରଃକମ୍ ଲକ୍ମଃନ୍କେ ସୁସ୍ତା ବାବେ କାମ୍ କଃରି ନିଜାର୍ ନିଜାର୍ ଅଃର୍ନ୍ କାଉଁକେ ଅଃମିମଃନ୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ଆଦେସ୍ ଆର୍ ଚେତ୍ନା ଦେଉଁଲୁ ।