ଜିସୁ କ୍ରିସ୍ଟ ଦଃକାୟ୍ ଅୟ୍ଲା
9 ମୁୟ୍ ଜହନ୍, ତୁମାର୍ ଗଟେକ୍ ବାୟ୍, ଜିସୁର୍ ଚେଲା ହର୍ ତାର୍ ରାଇଜାର୍ ଲକ୍ମଃନାର୍ ଉହ୍ରେ ଅଃଉତା ତାଳ୍ନା ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ମୁୟ୍ ତୁମିମଃନାର୍ ଗଟେକ୍ ବାଗିଦାରି । ଜିସୁ ଜାଣାୟ୍ରିଲା ସଃତ୍ ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃରି ରିଲାକ୍ ମକ୍ ପାତ୍ମସ୍ ନାଉଁଆର୍ ସଃମ୍ନ୍ଦ୍ ମଃଜିର୍ ବୁଏଁ ନିଆ ଗଃଲି ।