ମେଣ୍ଡା ହିଲା ଆର୍ ତାର୍ ଲକ୍ମଃନ୍
1 ୧୪:୧ ପ୍ରକା ୭:୩. ତାର୍ହଃଚେ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ସିଅନ୍ ହର୍ବାତ୍ ଉହ୍ରେ ମେଣ୍ଡାହିଲା, ଆର୍ ଜୁୟି ଲକ୍ମଃନାର୍ କାହାଳେ ତାର୍ ନାଉ ଆର୍ ତାର୍ ଉବାସିର୍ ନାଉ ଲେକାଅୟ୍ ରିଲି, ଇରଃକମ୍ ୧୪୪,୦୦୦ ଲକ୍କେ ତାର୍ ସଃଙ୍ଗ୍ ଟିଆ ଅୟ୍ରିଲାର୍ ଦଃକ୍ଲେ । 2 ଆରେକ୍ ମୁୟ୍ଁ ସଃର୍ଗେ ହୁଣି ହାଣି ଅଦୁର୍ତାର୍ ଆର୍ ଗଃଳ୍ଗଃଳି ସଃବ୍ଦ୍ ହର୍ ଗଟେକ୍ ସଃବ୍ଦ୍ ସୁଣ୍ଲେ, ଜୁୟି ସଃବ୍ଦ୍ ମୁୟ୍ଁ ସୁଣ୍ଲେ, ସେରି ବିଣା ବାଜାଉତା ଲକ୍ମଃନାର୍ ବିଣାର୍ ସଃବ୍ଦ୍ ହର୍ । 3 ସେମଃନ୍ ସିଙ୍ଗାସଣ୍, ଚାରିଜିବ୍ ଆର୍ ପାରାଚିନ୍ ମଃନାର୍ ଚଃମେ ଗଟେକ୍ ନଃଉଆଁ ଗିତ୍ କୟ୍ଲାୟ୍, ଆରେକ୍ ହୁର୍ତିଏ ହୁଣି ଗେନ୍ଲା ସେ ୧୪୪,୦୦୦ ଲକ୍କେ ଚାଡି ଆରେକ୍ କେଏ ହେଁ ସେ ଗିତ୍ ସିକୁ ନାହାର୍ଲାୟ୍ । 4 ସେମଃନ୍ ମାୟ୍ଜିମଃନାର୍ ସଃଙ୍ଗ୍ ନଃମିସି ଡିଣ୍ଡା ରିଲାୟ୍, କାୟିତାକ୍ବଃଲେକ୍ ସେମଃନ୍ ପବିତ୍ର ରିଲାୟ୍ । ମେଣ୍ଡାହିଲା ଜୁୟି ଜଃଗାୟ୍ ଜାୟ୍ଦ୍, ସେ ଜଃଗାୟ୍ ସେମଃନ୍ ତାର୍ ହଃଚେହଃଚେ ଜାତି । ସେମଃନ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ଗିନେ ହଃର୍ତୁ ଜାତ୍ ଅୟ୍ଲା ହଃଳ୍ ହର୍ ନଃର୍ମଃନାର୍ ବିତ୍ରେ ହୁଣି ଗେନା ଅୟି ଆଚ୍ତି । 5 ସେମଃନାର୍ ଟଣ୍ଡେ କାୟି ହେଁ ମିଚ୍ କଃତା ନାୟ୍, ସେମଃନ୍ ନିର୍ଦସି ।