10 ସେତାକ୍ ସେ ମକ୍ ଆତ୍ମାୟ୍ ଗଟେକ୍ ବଃଡ୍ ଆର୍ ଉଚ୍ ହଃର୍ବାତେ ନଃୟ୍ ପବିତ୍ର ଗଃଳ୍ ଜିରୁସାଲମ୍କେ ଦଃକାୟ୍ଲା, ସେରି ସଃର୍ଗାର୍ ଇସ୍ୱରାର୍ ଚଃମେ ହୁଣି ଉତ୍ରି ଆସ୍ତି ରିଲି ଆର୍ ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି । 11 ସେ ଗଃଳ୍ କାଚ୍ ହର୍ ଉଜାଳ୍ ଆର୍ ବଃଡେ ମଲାର୍ ମଣି ହର୍ ଜିକ୍ଜିକ୍ତି ରିଲି । ଆର୍ ତାର୍ ମଣି ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି । 12 ତାର୍ ଗଟେକ୍ ବଃଡ୍ ଉଚ୍ କଃତି ରିଲି । ଇ କଃତିର୍ ବାରଗଟ୍ ଦୁଆରେ ବାରଗଟ୍ ସଃର୍ଗ୍ ଦୁତ୍ ଜାଗି ରିଲାୟ୍ । ଆର୍ ସେ ଦୁଆର୍ ମଃନାର୍ ଉହ୍ରେ ଇସ୍ରାଏଲାର୍ ବାରଗଟ୍ ବଃଉଁସାର୍ ନାଉ ଲେକା ଅୟ୍ରିଲି । 13 କଃତିର୍ ଚାରିବାଟ୍ ତିନିଗଟ୍ ଲେକ୍ ଦୁଆର୍ ରିଲି, ବେଳ୍ ଉଦ୍ତି ଦିଗେ ତିନିଗଟ୍, ଦକିଣ୍ ଦିଗେ ତିନିଗଟ୍, ଉତୁର୍ ଦିଗେ ତିନି ଗଟ୍ ଆର୍ ପସ୍ଚିମ୍ ଦିଗେ ତିନି ଗଟ୍ । 14 ଗଃଳାର୍ ଇ କଃତି, ବାରଗଟ୍ ଟେଳାର୍ କୁନାଦି ଉହ୍ରେ ତିଆର୍ ଅୟ୍ରିଲି ଆର୍ ସେ ବାରଗଟ୍ କୁନାଦି ଉହ୍ରେ ମେଣ୍ଡାହିଲାର୍ ବାରଗଟ୍ ପେରିତ୍ ଚେଲାମଃନାର୍ ନାଉ ଲେକାୟ୍ରିଲି ।
Publicidade
Publicidade