ବଇ ଆର୍ ମେଣ୍ଡା ହିଲା
1 ମୁୟ୍ଁ ସିଙ୍ଗାସଣେ ବଃସ୍ଲା ଲକାର୍ ବୁଜ୍ଣି ଆତେ ଗଟେକ୍ ହଃର୍ନା ପୁସ୍ତକ୍ ଦଃକ୍ଲେ, ସେରି ଦୁୟ୍ ବାଟ୍ୟା ଲେକା ଅୟ୍ଲାର୍ ଆର୍ ସାତ୍ ଗଟ୍ ମୁଦ୍ରା ମାରା ଅୟିଆଚେ । 2 ଆର୍ ମୁୟ୍ଁ ଗଟେକ୍ ବଃଡେ ସଃକାତାର୍ ଦୁତ୍ ଦଃକ୍ଲେ, ସେ ବଃଡ୍ ଟଣ୍ଡେ ପର୍ଚାର୍ କଃରି କଃଉତି ରିଲା, "କେଏ ଇ ମୁଦ୍ରା ସଃବୁ ବାଙ୍ଗାୟ୍ ପୁସ୍ତକ୍ ଇଟାଉଁକ୍ ଜୟ୍ଗ୍ ?"