ପିଲିପାର୍ ଜଃଇଲେ ପାଉଲ୍ ଆର୍ ସିଲା
16 ଗଟ୍ଦିନ୍ ଆମିମଃନ୍ ପାର୍ତ୍ନା ଟାଣେ ଜଃଉଁଜଃଉଁ ସୟ୍ତାନ୍ ସଃକ୍ତି ରିଲା ଗଟେକ୍ ଗତିଦଃଙ୍ଗ୍ଳି ଆମିମଃନ୍କେ ବେଟ୍ ଅୟ୍ଲି । ସେ ଲକ୍ମଃନାର୍ ହାଞ୍ଜି ଦଃକ୍ତି ରିଲି । ସେତାକ୍ ତାର୍ ସାଉକାରାର୍ ବଃଡେ ଲାବ୍ ହାଉତିରିଲା । 17 ସେ ପାଉଲ୍ ଆର୍ ଅଃମାର୍ ହଃଚେ ହଃଚେ ଆସି ଉଲ୍ଗାଟ୍ ଅୟି କଃଉଁକେ ଦଃର୍ଲି "ଇ ଲକଃମଃନ୍ ସଃବ୍କେ ବଃଡ୍ ଇସ୍ୱରାର୍ ଗତିଦଃଙ୍ଗ୍ଳାମଃନ୍, ସେମଃନ୍ ତୁମିମଃନ୍କେ ମୁକ୍ଳାଉତା ବାଟ୍ ଦଃକାଉଁଲାୟ୍ ।" 18 ସେ ବୁତେକ୍ ଦିନ୍ ହଃତେକ୍ ଇରି କଃଲି, ମଃତର୍ ପାଉଲ୍ ରିସା ଅୟି ଉଲ୍ଟି ଦଃକି ସେ ଆତ୍ମାକେ କୟ୍ଲା, "ଜିସୁ କ୍ରିସ୍ଟର୍ ନାଉଁଏ କଃଉଁଲେ, ତାର୍ ତଃୟ୍ହୁଣି ବାରୟ୍ଜାଆ ।" ଇତାକ୍ ସେଦାହ୍ରେ ବାରାୟ୍ ଗଃଲି ।