25 ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ । 26 ସଃଡେବଃଳ୍ ତଃତ୍କାଣ୍ ଦଃର୍ତି ଲଃଦ୍ବଃଦ୍ଲି ଆର୍ ଜଃଇଲ୍ ଗଃରାର୍ କୁନାଦି ଦଃଲ୍କି ଜଃଉଁକେ ଆରୁମ୍ ଅୟ୍ଲି ଆର୍ ତଃତ୍କାଣ୍ ସଃବୁ ଦୁଆର୍ ଉଗାଳି ଅୟ୍ଲି ଆର୍ ହଃତି ଲକାର୍ ଆତ୍ଦଃଣ୍ଡା ଇଟ୍ଲି । 27 ଇତାକ୍ ଜୁୟି ଜଃଇଲ୍ ଅଃଦିକାରି ନିଦେ ହୁଣି ଉଟି ଜଃଇଲାର୍ ଦୁଆର୍ ଉଗାଳି ଅୟ୍ଲାର୍ ଦଃକି କଃୟ୍ଦିମଃନ୍ ହଃଳାୟ୍ ଜାୟ୍ ଆଚ୍ତି ବଃଲି ମଃନେ ବାବି କଃଣ୍ଡା ବାର୍କଃରି ନିଜେ ମାରିଅଃଉଁକେ ଜାତି ରିଲା । 28 ମଃତର୍ ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, "ତର୍ ନିଜାର୍ କାୟିରି କଃର୍ ନାୟ୍, କାୟିତାକ୍ବଃଲେକ୍ ଅଃମିମଃନ୍ ସଃବୁ ଇତି ଆଚୁ ।"
29 ଜଃୟ୍ଲ୍ ଜାଗୁ ଅଳା ଆଣୁକେ କୟ୍ ଡଃଗାୟ୍ ଡିର୍କେ ତଃର୍ତଃରି ପାଉଲ୍ ଆର୍ ସିଲାର୍ ଚଃମେ ହଃଳାୟ୍ ଆସି ହାଦ୍ ତଃଳେ ଡୁଳ୍ଲା । 30 ଆର୍ ସେମଃନ୍କେ ହଃଦାୟି ଆଣି କୟ୍ଲା, "ମାପୁର୍, ହାହେ ହୁଣି ମୁକ୍ଳୁକ୍ ମକ୍ କାୟି କଃରୁକେ ଅୟ୍ଦ୍ ।" 31 ସେମଃନ୍ କୟ୍ଲାୟ୍, "ମାପୁର୍ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।" 32 ହଃଚେ ସେମଃନ୍ ତାକେ ଆର୍ ତାର୍ ଗଃରେ ରିଲା ସଃବ୍କେ ମାପୁରାର୍ କଃତା କୟ୍ଲାୟ୍ । 33 ଆର୍ ଜଃୟ୍ଲ୍ ଜାଗୁ ସେମଃନ୍କେ ରାତି ବଃଳ୍ ନଃୟ୍ ସେମଃନାର୍ ମାଡ୍ କାୟିଲା ଗାଉ ସଃବୁ ଜାଣାୟି ଦୟ୍ଦିଲା, ଆରେକ୍ ସେ ଆର୍ ତାର୍ ଗଃର୍ କୁଟୁମ୍ ସେଦାହ୍ରେ ବାପ୍ତିସମ୍ ନିଲାୟ୍ । 34 ତାର୍ହଃଚେ ସେ ଅଃହ୍ଣାର୍ ଗଃରେ ନଃୟ୍ କାଉଁକେ ଦିଲା ଆର୍ ସଃବୁ ଗଃର୍ କୁଟୁମ୍ ସଃଙ୍ଗ୍ ଇସ୍ୱର୍କେ ବିସ୍ୱାସ୍ କଃରି ବଃଡେ ସଃର୍ଦା ଅୟ୍ଲାୟ୍ ।