ତ୍ରୟା ତଃୟ୍ ପାଉଲାର୍ ଦଃର୍ସନ୍
6 ସେତାକ୍ ସେମଃନ୍ ଆସିଆ ତଃୟ୍ ମାପୁରାର୍ କଃତା ପର୍ଚାର୍ କଃରୁକେ ପବିତ୍ର ଆତ୍ମା ମଃନ୍ ନଃକେଲାକ୍ ପ୍ରୁଗିଆ ଆର୍ ଗାଲାତି ବାଟ୍ ଅୟ୍ଗଃଲାୟ୍ 7 ଆର୍ ସେମଃନ୍ ମୁସିଆ ତଃୟ୍ ହଚି ବିତୁନିଆ ଜଃଉଁକେ ମଃନ୍ କଃଲାୟି, ମଃତର୍ ଜିସୁର୍ ଆତ୍ମା ସେମଃନ୍କେ ଜଃଉଁକେ ନଃଦିଲି ।