36 ଇ ସଃବୁ କଃତା କୟ୍ଲା ହଃଚେ, ମାଣ୍ଡିକୁଟା ଦଃୟି ସେମଃନାର୍ ସଃଙ୍ଗ୍ ପାର୍ତ୍ନା କଃଲା । 37 ଆର୍ ସେମଃନ୍ ସଃବୁଲକ୍ କାନ୍ଦିକାନ୍ଦି ପାଉଲ୍କେ ହଃଟଳି ଚୁମୁକେ ଦଃର୍ଲାୟ୍ । 38 ଆରେକ୍ ସେମଃନ୍ ତାର୍ ମୁଁ ଆର୍ ଦଃକୁ ନଃହାର୍ତି ବଃଲି ସେ ଜୁୟି କଃତା କୟ୍ରିଲା ସେତାର୍ଗିନେ ମଃନଦୁକ୍ କଃଲା ହଃଚେ ସେମଃନ୍ ତାକେ ଡଙ୍ଗା ହଃତେକ୍ ହଚାଉଁକ୍ ଗଃଳାୟ୍ ।