ଗଟେକ୍ ଚଟା ବିକାରି ଉଜ୍ ଅୟ୍ଲା
1 ଗଟ୍ ଦିନ୍ ପିତର୍ ଆର୍ ଜହନ୍ ପାର୍ତ୍ନା ବେଳାୟ୍ ଉହୁର୍ଅଳି ତିନି ଗଃଟାବଃଳ୍ ମନ୍ଦିରେ ଜାତିରିଲାୟ୍ । 2 ଅଃନ୍କାବଃଳ୍ ଜଃଲମେହୁଣି ହୁଣି ଗଟେକ୍ ଚଟାଲକେ ମନ୍ଦିର୍ ଦୁଆର୍ ଚମେ ବୟ୍ ନଃୟ୍ ବଃସାଉତି ରିଲାୟ୍; ମନ୍ଦିରେ ଜାତିରିଲା ଲକ୍ମଃନ୍କେ ବିକ୍ମାକୁକ୍ ଲକ୍ମଃନ୍ ତାକେ ହଃତି ଦିନ୍ ମନ୍ଦିରାର୍ ସୁନ୍ଦୁର୍ ନାଉଁଆର୍ ଦୁଆରେ ବଃସାଉତି ରିଲାୟ୍ । 3 ସେ ଚଟା, ପିତର୍ ଆର୍ ଜହନ୍କେ ମନ୍ଦିର୍ ବିତ୍ରେ ଜାତାର୍ ଦଃକି ବିକ୍ମାକୁକ୍ ଦଃର୍ଲା । 4 ପିତର୍ ଆର୍ ଜହନ୍ ତାକେ ନିକ୍କଃରି ଦଃକ୍ଲାୟ୍, ଆର୍ ପିତର୍ କୟ୍ଲା, "ଅଃମାର୍ ବାଟ ଦଃକ୍ ।" 5 ସେତାକ୍ ସେ ଚଟା ସେମଃନାର୍ ତଃୟ୍ହୁଣି କାୟିରି ହାଉଁକ୍ ଆସା କଃରି ସେମଃନାର୍ ହାକ୍ ଦଃକ୍ଲା । 6 ମଃତର୍ ପିତର୍ କୟ୍ଲା, "ରୁହା କି ସନା ମର୍ ତଃୟ୍ ନାୟ୍, ମଃତର୍ ମର୍ ଜାୟ୍ରି ଆଚେ ସେରି ମୁୟ୍ଁ ତକ୍ ଦେଉଁଲେ, ନାଜରିତାର୍ ଜିସୁର୍ କ୍ରିସ୍ଟର୍ ନାଉଁଏ ଇଣ୍ଡ୍ ।" 7 ଆରେକ୍ ସେ ତାର୍ କାତା ଆତ୍ ଦଃରି ଉଟାୟ୍ଲା, ତଃତ୍କାଣ୍ ତାର୍ ହାଦ୍ ଆର୍ ଗଡାର୍ ଗଃଟି ସଃବୁ ବଃଳ୍ ହାୟ୍ଲି । 8 ଆରେକ୍ କୁତ୍ମାଡି ଟିଆ ଅୟ୍ଲା, ଆରେକ୍ ଇଣ୍ଡୁକ୍ ଦଃର୍ଲା, ଆର୍ ସେ ଇଣ୍ଡୁଇଣ୍ଡୁ ଆର୍ କୁତ୍ମାରୁମାରୁ, ଆରେକ୍ ଇସ୍ୱରାର୍ ଜଃଜ୍ମାନ୍ କଃରୁକଃରୁ ସେମଃନାର୍ ସଃଙ୍ଗେ ମନ୍ଦିର୍ ବିତ୍ରେ ଗଃଲା । 9 ସେତିରିଲା ଲକ୍ମଃନ୍ ତାକେ ଇଣ୍ଡ୍ତାର୍ ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃର୍ତାର୍ ଦଃକ୍ଲାୟ୍ । 10 ଆର୍ ଜୁୟି ଲକ୍ ମନ୍ଦିରାର୍ ସୁନ୍ଦୁର୍ ନାଉଁଆର୍ ଦୁଆର୍ ଚଃମେ ବଃସି ବିକ୍ ମାଗ୍ତିରିଲା, ଏ ସେ ଲକ୍ ବଃଲି ସେମଃନ୍ ଚିନ୍ଲାୟ୍ ଆରେକ୍ ତାକେ ଜାୟ୍ଜାୟ୍ରି ଗଃଟିରିଲି ସେରି ଦଃକି ସେମଃନ୍ ବଃଡେ ଡିର୍ଲାୟ୍, ଆର୍ କାବା ଅୟ୍ଲାୟ୍ ।