9 ୬:୯ ମୁକ୍ତି ମାନାୟ୍ ଏମଃନ୍ ଜିଉଦି ଜେକି ଗତି ରିଲାର୍, ସେ ମଃନ୍କେ ଆଣ୍ଲାର୍, ସେମଃନ୍କେ ମୁକ୍ତ୍ କଃଲାର୍ ।ମଃତର୍ ଲିବର୍ତିନ୍, କୁରିଣିୟ୍ ଆର୍ ଆଲେକ୍ଜେଣ୍ଡ୍ରିଆ ମଃନାର୍ ଗଳେମଃନ୍ ବାସା କଃର୍ତା ନାଉଁଏ ଡାକ୍ହୁଟା ଜିଉଦିମଃନାର୍ ପାର୍ତ୍ନା ଗଃରାର୍ କଃତେକ୍ ଲକ୍ ଆରେକ୍ କିଲିକିଆ ଆର୍ ଆସିଆର୍ କଃତେକ୍ ଲକ୍ ସ୍ତିପାନ୍ ସଃଙ୍ଗ୍ କଃତା କାଟାକାଟି ଅଃଉଁକ୍ ଦଃର୍ଲାୟ୍ । 11 ସେତାକ୍ ଲକ୍ମଃନ୍କେ ଉସ୍କାୟ୍ଲାୟ୍ ଆର୍ କୟ୍ଲାୟ୍, "ଆମିମଃନ୍ ଇ ଲକ୍ ମସାର୍ ଆର୍ ଇସ୍ୱରାର୍ ବିରୁଦେ ଲିନ୍ଦା କଃତା କଃଉତାର୍ ସୁଣିଆଚୁ ।"