19 ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପୁରାର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ । 20 ସଃବୁବଃଳ୍ ସଃବୁ ବିସୟ୍ ହାୟ୍ଁ ମାପୁର୍ ଜିସୁ କ୍ରିସ୍ଟ ନାଉଁଏ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ମାଇଜି ଆର୍ ଅଃଣ୍ଡ୍ରା
21 କ୍ରିସ୍ଟକେ ମାନି ମାଇଜି ଅଃଣ୍ଡ୍ରାର୍ ତଃଳିଆ ଅଃଉଅ ଆର୍ ଅଃଣ୍ଡ୍ରା ମାୟ୍ଜିର୍ ତଃଳିଆ ଅଃଉଅ ।