22 ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । 23 ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । 24 ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
25 ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । 26 କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, 27 ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା । 28 ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । 29 କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । 30 କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ । 31 ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି । 32 ଇରି ଗଟେକ୍ ବିତ୍ରିକଃତା, ମଃତର୍ ମୁୟ୍ଁ କ୍ରିସ୍ଟ ଆର୍ ମଣ୍ଡ୍ଳି ବିସୟେ ଇରି କଃଉଁଲେ । 33 ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।