14 ୧୦:୧୪ ମାତି ୧୧:୨୭; ଲୁକ ୧୦:୨୨.ମୁୟ୍ ନିକ ମେଣ୍ଡା ଗଃଉଳିଆ, ଉବା ଜଃନ୍କଃରି ମକ୍ ଜାଣିଆଚେ ଆର୍ ମୁୟ୍ ଉବାକ୍ ଜାଣି । 15 ମୁୟ୍ ସେନ୍କଃରି ମର୍ ମେଣ୍ଡାମଃନ୍କେ ଜାଣି ଆର୍ ସେମଃନ୍ ହେଁ ମକ୍ ଜାଣ୍ତି । ଆର୍ ମୁୟ୍ ସେମଃନାର୍ ଗିନେ ଜିବନ୍ ଦେଉଁକ୍ ରାଜି ଆଚି । 16 ଜୁୟି ମେଣ୍ଡାମଃନ୍ ଇ ସାଳେ ହୁଣି ନୟ୍, ମର୍ ଇବାନ୍ୟା ଆରେକ୍ ବିନ୍ ମେଣ୍ଡାମଃନ୍ ଆଚ୍ତି, ସେମଃନ୍କେ ହେଁ ମକ୍ ଆଣୁକେ ଅୟ୍ଦ୍, ଆରେକ୍ ସେମଃନ୍ ମର୍ ଟଣ୍ଡ୍ ସୁଣ୍ତି, ତଃବେ ଗଟେକ୍ ମଃନ୍ଦା ଆର୍ ଗଟେକ୍ ଗଃଉଳିଆ ଅୟ୍ଦ୍ ।"