ଲାଜାରାର୍ ମଃର୍ନ୍
1 ୧୧:୧ ଲୁକ ୧୦:୩୮,୩୯. ବେତାନିଆ ଗାଉଁଆର୍ ଲାଜାର୍ ନାଉଁଆର୍ ଗଟେକ୍ ଲକ୍ ମଃଳୁ ହଃଳି ରିଲା; ମରିୟମ୍ ଆର୍ ତାର୍ ବେଣ୍ସି ମାର୍ତା ସେ ଗାଉଁଏ ରେତିରିଲାୟ୍ । 2 ୧୧:୨ ଜହ ୧୨:୩.ଜୁୟି ମାୟ୍ଜି ଜିସୁ ମାପୁରାର୍ ହାଦେ ବାସ୍ନା ଚିକଣ୍ ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଇରି ସେ ମରିୟମ୍; ତାର୍ ବାୟ୍ସି ଲାଜାର୍ ମଃଳୁ ହଃଳି ରିଲା । 3 ତଃବେ ସେ ଦୁୟ୍ ବେଣି ଜିସୁର୍ ହାକ୍ କବୁର୍ ହଃଟାୟ୍ଲାୟ୍, "ମାପୁର୍ ଦଃକ୍ ଜାକେ ତୁୟ୍ ଲାଡ୍ କଃରୁଲିସ୍, ସେ ମଃଳୁ ହଃଳି ଆଚେ ।"
4 ମଃତର୍ ଜିସୁ ଇରି ସୁଣିକଃରି କୟ୍ଲା, "ଇ ଜଃର୍ ମଃରୁକ୍ ନୟ୍, ମଃତର୍ ଇସ୍ୱରାର୍ ଜଃଜ୍ମାନାର୍ ଗିନେ, ସେତାର୍ଗିନେ ଜଃନ୍କଃରି ଇସ୍ୱରାର୍ ଜଃଜ୍ମାନ୍ ଅଃଉତା ସଃଙ୍ଗ୍ ଇସ୍ୱରାର୍ ହୟିସି ହେଁ ଜଃଜ୍ମାନ୍ ହାୟ୍ଦ୍ ।"
5 ଜିସୁ ମାର୍ତା ଆର୍ ତାର୍ ବେଣ୍ସି, ମରିୟମ୍ ଆର୍ ଲାଜାର୍କେ ଲାଡ୍ କଃର୍ତିରିଲା । 6 ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟି ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
7 ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।"
8 ଚେଲାମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟି ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍ ?"
9 ଜିସୁ ସେମଃନ୍କେ କୟ୍ଲା, "ଦିନ୍ କାୟି ବାର ଗଃଟା ନାୟ୍ ? ଜେ ଦିନ୍ ବଃଳ୍ ବାଟ୍ ଇଣ୍ଡେଦ୍ ସେ ଜଟ୍ୟାୟ୍ ନୟ୍, ବଃଲେକ୍ ସଃଡେବଃଳ୍ ଉଜାଳ୍ ଜଃଗତ୍କେ ଦେତି ରଃୟ୍ଦ୍ । 10 ମଃତର୍ ରାତି ବଃଳ୍ ଇଣ୍ଡ୍ଲେକ୍ ସେ ଜଟ୍ୟାୟ୍ଅୟ୍ଦ୍, ବଃଲେକ୍ ତାର୍ ତଃୟ୍ ଉଜାଳ୍ ନାୟ୍ ।" 11 ଜିସୁ ଇ ସଃବୁ କଃତା କୟ୍ଲା ହଃଚେ, ଚେଲାମଃନ୍କେ ଆରେକ୍ କୟ୍ଲା, "ଅଃମାର୍ ସଃଙ୍ଗ୍ବାୟ୍ ଲାଜାର୍ ନିଦୟ୍ଲା ଆଚେ, ମଃତର୍ ମୁୟ୍ ତାକ୍ ନିଦେ ହୁଣି ଉଟାଉତା ହାଁୟ୍ ଜଃଉଁଲେ ।"
12 ସେତାକ୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ମାପୁର୍, ଜଦି ସେ ନିଦୟ୍ଲା ଆଚେ, ତଃନ୍ଅୟ୍ଲେକ୍ ସେ ଉଜ୍ ଅୟି ଉଟେଦ୍ ।"
13 ଜିସୁ ଲାଜାରାର୍ ମଃର୍ନ୍ କଃତା କୟ୍ରିଲା, ମଃତର୍ ସେ ନିଦେ ସୟ୍ରିଲା କଃତା କୟ୍ଲା ବଃଲି ସେମଃନ୍ ମଃନେ ବାବ୍ଲାୟ୍ । 14 ତଃବେ, ଜିସୁ ସଃଡେବଃଳ୍ ନିକ କଃରି ବୁଜାୟ୍ କୟ୍ଲା, "ଲାଜାର୍ ମଃରି ଆଚେ; 15 ଆର୍ ମୁୟ୍ ଜେ ସେ ଜଃଗାୟ୍ ନଃରିଲେ, ଜଃନ୍କଃରି ତୁମିମଃନ୍ ବିସ୍ୱାସ୍ କଃରାସ୍, ଇତାର୍ ଗିନେ ତୁମାର୍ ଗିନେ ସଃର୍ଦା କଃରୁଲେ; ଜୁଆଁ, ଅଃମିମଃନ୍ ତାର୍ ଲଃଗେ ଜୁଆଁ ।"
16 ସେତାକ୍ ତମା, ଜାକେ ଲକ୍ମଃନ୍ ଦିଦୁମ୍ ବଃଲେକ୍ ଜଃଉଁଣା ବଃଲି କଃଉତି । ସେ ନିଜାର୍ ସଃଙ୍ଗାର୍ ଚେଲାମଃନ୍କେ କୟ୍ଲା, "ଜୁଆଁ ଅଃମିମଃନ୍ ହେଁ ଜାୟ୍ ଜିସୁର୍ ସଃଙ୍ଗ୍ ମଃରୁଆଁ ।"
ଜିସୁ ଅଃମର୍ ଜିବନ୍
17 ଜିସୁ ବେତନିଆୟ୍ ହଚି ସୁଣ୍ଲା ଜେ, ଲାଜାର୍କେ ମଃସୁଣ୍ କାଲେ ତହିକଃରି ଚାରି ଦିନ୍ ଅୟ୍ଲିନି । 18 ବେତାନିଆ ଜିରୁସାଲମ୍ ଲଃଗେ ରିଲି, ହାକାହାକି ଗଟ୍ କସ୍ ଦୁରି; 19 ଆରେକ୍ ଜିଉଦିମଃନାର୍ ବିତ୍ରାର୍ କଃତେକ୍ ଲକ୍ ମାର୍ତା ଆର୍ ମରିୟମ୍କେ ସେମଃନାର୍ ବାୟ୍ର୍ ବିସୟେ ଦୁକ୍ହାସ୍ରାଉଁକ୍ ସେମଃନାର୍ ଲଃଗେ ଆସି ରିଲାୟ୍ ।
20 ସେତାକ୍ ଜିସୁ ଆସି ଆଚେ ବଃଲି ଜଃଡେବଃଳ୍ ମାର୍ତା ସୁଣ୍ଲି, ସଃଡେବଃଳ୍ ସେ ଜିସୁକେ ବେଟୁକ୍ ଗଃଲି, ମଃତର୍ ମରିୟମ୍ ଗଃରେ ବଃସିରିଲି । 21 ମାର୍ତା ଜିସୁକେ କୟ୍ଲି, "ମାପୁର୍, ତୁୟ୍ ଇତି ରିଲେକ୍, ମର୍ ବାୟ୍ ନଃମେର୍ଲା ହୁଣି । 22 ମଃତର୍ ଅଃବେ ହେଁ ତୁୟ୍ ଇସ୍ୱର୍କେ ଜାୟ୍ରି ମାଗ୍ସି, ଇସ୍ୱର୍ ଜେ ସେରି ତକ୍ ଦଃୟ୍ଦ୍, ଇରି ମୁୟ୍ ଜାଣି ।"
23 ଜିସୁ ମାର୍ତାକ୍ କୟ୍ଲା, "ତୁମାର୍ ବାୟ୍ ଆରେକ୍ ଉଟେଦ୍ ।"
24 ମାର୍ତା ଜିସୁକେ କୟ୍ଲି, "ସେ ଜେ ସେସ୍ ଦିନ୍ ମଃରି ଉଟ୍ତାବଃଳ୍ ସେ ଉଟେଦ୍, ଇରି ମୁୟ୍ ଜାଣି ।"
25 ଜିସୁ ତାକ୍ କୟ୍ଲା, "ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟି ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟିଲେକ୍ ହେଁ ସେ ବାଚେଦ୍ । 26 ଆରେକ୍ ଜେ ବଚେଦ୍ ଆର୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ କଃବେ ହେଁ ନଃମେରେ, ଇରି କାୟି ବିସ୍ୱାସ୍ କଃରୁଲାସ୍ ?"
27 ସେ ଜିସୁକେ କୟ୍ଲି, "ଏ ମାପୁର୍, ମୁୟ୍ ସେରି ବିସ୍ୱାସ୍ କଃରୁଲେ, ତୁୟ୍ ଜେ ଇସ୍ୱରାର୍ ହୟିସି ସେ କ୍ରିସ୍ଟ, ଜେ ଜଃଗତ୍କେ ଆସ୍ତାର୍ ରିଲି ଇରି ମର୍ ବିସ୍ୱାସ୍ ।"
ଜିସୁ କାନ୍ଦ୍ଲା
28 ଇରି କୟ୍ଲା ହଃଚେ, ମାର୍ତା ବାଉଳି ଜାୟ୍ ତାର୍ ବେଣ୍ସି ମରିୟମ୍କେ ଏକ୍ଲାକେ କୁଦି କୟ୍ଲି, "ଗୁରୁ ଆୟ୍ଲବେ, ଆର୍ ତକ୍ କୁଦୁଲା ।" 29 ମରିୟମ୍ ଇ କଃତା ସୁଣିକଃରି ଦାପେ ଉଟି ଜିସୁର୍ ଲଃଗେ ଗଃଲି । 30 ଜିସୁ ସଃଡେବଃଳ୍ ହଃତେକ୍ ଗାଉଁ ବିତ୍ରେ ଆସି ନଃରିଲା, ମଃତର୍ ମାର୍ତା ତାକେ ଜୁୟି ଜଃଗାୟ୍ ବେଟ୍ ଅୟ୍ରିଲି, ସଃଡେବଃଳ୍ ହଃତେକ୍, ଜିସୁ ସେ ଜଃଗାୟ୍ ରିଲା । 31 ତଃବେ ଜୁୟି ଜିଉଦିମଃନ୍ ତାର୍ ସଃଙ୍ଗ୍ ଗଃରେ ରଃୟ୍ ତାକ୍ ଦୁକ୍ ହାସ୍ରାଉତି ରିଲାୟ୍, ସେମଃନ୍ ମରିୟମ୍କେ ଉଟିଜାତାର୍ ଦଃକିକଃରି ସେ ମଃସ୍ଣେ କାନ୍ଦୁକ୍ ଜଃଉଁଲି ବଃଲି ବାବି ତାର୍ ହଃଚେ ହଃଚେ ଗଃଳାୟ୍ ।
32 ଜିସୁ ଜୁୟି ଜଃଗାୟ୍ ରିଲା, ମରିୟମ୍ ସେଲଃଗେ ହଚ୍ଲା ଦାହ୍ରେ, ସେ ଜିସୁର୍ ଗଡ୍ ତଃଳେ ଡୁଳି କୟ୍ଲି, "ମାପୁର୍, ତୁୟ୍ ଇତି ରିଲେକ୍ ମର୍ ବାୟ୍ ନଃମେର୍ଲା ହୁଣି ।"
33 ମରିୟମ୍ ଆର୍ ତାର୍ ସଃଙ୍ଗ୍ ଆସିରିଲା ଜିଉଦି ଲକମଃନ୍କେ କାନ୍ଦ୍ତି ରିଲାର୍ ଦଃକିକଃରି ଜିସୁ ଆତ୍ମାୟ୍ ବଃଡେ ଦୁକ୍ କଃଲା । 34 ଜିସୁ ହଃଚାର୍ଲା, "କୁୟ୍ତି ତାକ୍ ସଃଙ୍ଗାୟ୍ ଆଚାସ୍ ?"
ସେମଃନ୍ ଜିସୁକେ କୟ୍ଲାୟ୍, "ମାପୁର୍, ଆଉ ଦଃକ୍ସି ।"
35 ଜିସୁ କାନ୍ଦ୍ଲା । 36 ସେତାକ୍ ଜିଉଦିମଃନ୍ କୟ୍ଲାୟ୍, "ଦଃକା, ସେ ତାକ୍ କଃତେକ୍ ଲାଡ୍ କଃର୍ତିରିଲା ।"
37 ମଃତର୍ ସେମଃନାର୍ ବିତ୍ରେ କେଏ କେଏ କୟ୍ଲାୟ୍, "ଇମାନାୟ୍ କାୟି ସେ କାଣାର୍ ଆକି ଦଃକାୟ୍ ନଃରିଲା ? ସେ ମଃନ୍ କଃଲେକ୍ କାୟି ଲାଜାର୍କେ ମଃର୍ନେ ହୁଣି ବଚାଉଁକ୍ ନାହାର୍ଲା ହୁଣି ?"
ଜିସୁ ଲାଜାର୍କେ ଉଟାୟ୍ଲା
38 ସେତାକ୍ ଜିସୁ ଆରେକ୍ ଦୁକ୍ ଅୟି ମଃସ୍ଣେ ଗଃଲା; ସେ ମଃସୁଣ୍ ଗଟେକ୍ ହାର୍ ରିଲି, ସେ ବିତ୍ରେ ଲାଜାର୍କେ ସଃଙ୍ଗାୟ୍ ବାଟ୍ ମୁୟେ ଗଟ୍ ବଃଡ୍ ଟେଳା ଡାହି ରିଲାୟ୍ । 39 ଜିସୁ ମଃଲା ଲକାର୍ ବେଣ୍ସିକେ କୟ୍ଲା, "ଇ ଟେଳାକେ ଗୁଚାଉଆ ।"
ମାର୍ତା କୟ୍ଲି, "ମାପୁର୍, ସେ ଗଃନ୍ଦ୍ତି ରଃୟ୍ଦ୍, ବଃଲେକ୍ ସେ ମଃରିକଃରି ଚାରି ଦିନ୍ ଅୟ୍ଲିନି ।"
40 ଜିସୁ ତାକ୍ କୟ୍ଲା, "ଜଦି ତୁୟ୍ ବିସ୍ୱାସ୍ କଃର୍ସି, ତଃବେ ଇସ୍ୱରାର୍ ଜଃଜ୍ମାନ୍ କାମ୍ ଦଃକ୍ସି ବଃଲି ମୁୟ୍ କାୟି ତକ୍ କୟ୍ ନଃରିଲେ ?" 41 ସେତାକ୍ ସେମଃନ୍ ଟେଳା ଗୁଚାୟ୍ଲାୟ୍ । ଆର୍ ଜିସୁ ସଃର୍ଗ୍ ହାକ୍ ଦଃକି କଃରି ପାର୍ତ୍ନା କଃରି କୟ୍ଲା, "ଉବା, ତୁୟ୍ ମର୍ ପାର୍ତ୍ନା ସୁଣୁଲିସ୍ ବଃଲି ମୁୟ୍ ତକ୍ ଜୁଆର୍ କଃରୁଲେ । 42 ତୁୟ୍ ସଃବୁବଃଳ୍ ମର୍ ପାର୍ତ୍ନା ସୁଣୁଲିସ୍, ଇରି ମୁୟ୍ ଜାଣି; ମଃତର୍ ଇ ଜୁୟି ଲକମଃନ୍ଦା ମର୍ ଚାରିବେଳ୍ତ୍ ଟିଆ ଅୟି ଆଚ୍ତି, ତୁୟ୍ ମକ୍ ହଃଟାୟ୍ ଆଚ୍ସି ବଃଲି ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃର୍ତି, ଇତାର୍ ଗିନେ ସେମଃନାର୍ ଗିନେ ମୁୟ୍ ଇରି କଃଉଁଲେ ।" 43 ଜିସୁ ଇରି କୟ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, "ଲାଜାର୍, ବାରାୟ୍ ଆଉ !" 44 ସେଦାହ୍ରେ ମଃଲା ଲାଜାର୍ ବାରାୟ୍ ଆୟ୍ଲା, ତାର୍ ଆତେ ଆର୍ ଗଡେ ଦବ୍ ତୁଆଲ୍ ବାନ୍ଦା ଅୟ୍ରିଲି, ଆରେକ୍ ତାର୍ ମୁୟେ କଃଣ୍ଡେକ୍ କଃଦି ଡାହି ରିଲାୟ୍, ଜିସୁ ସେମଃନ୍କେ କୟ୍ଲା, "ତାର୍ ବାନ୍ଦୁଣ୍ ଇଟାୟ୍ ଇଣ୍ଡୁକ୍ ଦିଆସ୍ ।"